ଯେକୌଣସି ବ୍ୟାଙ୍କରେ ଖାତା ଥିଲେ ଦେଖନ୍ତୁ ଆପଣଙ୍କୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କଣ କରିବାକୁ ପଡିବ…

0

ଆପଣଙ୍କର ବ୍ୟାଙ୍କ୍ ରେ ଆକାଉଣ୍ଟ ଅଛି କି? କଣ ଆପଣ ବ୍ୟାଙ୍କରେ ଖାତା ଖୋଲିଛନ୍ତି ଟଙ୍କା ଜମା କରିବାକୁ କିମ୍ୱା କୌନସି ସୁବିଧା ପାଇଁ। ଯଦି ହଁ, ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ ଖବର, ଯାହା ଆପଣ ଜାଣିବା ନିହାତି ଦରକାର ଅଟେ। ତେବେ ଯେ କୌଣସି ବି ବ୍ୟାଙ୍କରେ ଯଦି ଆପଣଙ୍କର ଖାତା ରହିଛି ତେବେ ଏହା ଆପଣଙ୍କୁ ଜାଣି ରଖିବା ନିହାତି ଆବଶ୍ୟକ ଯେ ଆପଣଙ୍କୁ ଏବେ ଆଉ ବ୍ୟାଙ୍କର କୌଣସି ଅସ୍ଥିରତା ଏବଂ ଦେବାଳିଆ ନୀତି ପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଯେହେତୁ ଆପଣ ବ୍ୟାଙ୍କ୍ ରେ ଖାତା ଖୋଲିଛନ୍ତି ତେଣୁ ଆପଣଙ୍କ ମନରେ ଏକଥା ନିଶ୍ଚିତ ଡର ଥିବ ଯେ ଯଦି ବ୍ୟାଙ୍କ ଦେବାଳିଆ ହୋଇଗଲା କିମ୍ୱା ଉଠି ଗଲା ତେବେ ମୋର ଥିବା ଜମା ରାଶି କଣ ହେବ?

ମୋର ପଇସା ବୁଡି ଯିବନି ତ? ମୁଁ କଣ ମୋର ଜମା ଟଙ୍କା ପାଇ ପାରିବି?ଆଉ ଯଦି ପାଇବି ତେବେ କିପରି ମୁଁ ଏହାକୁ ଉଠାଇ ପାରିବି? ତେବେ ଏହିଭଳି ଅନେକ ପ୍ରଶ୍ନ ଅନେକଙ୍କ ମନରେ ରହିଥାଏ, ଯେଉଁ ମାନଙ୍କର ବ୍ୟାଙ୍କ୍ ରେ ଆକାଉଣ୍ଟ ରହିଥାଏ। ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଗରୁ ଏକ ନିୟମ କରିଥିଲେ ଯେ ଯେଉଁ ମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ ରହିଛି, ଯଦି ସେମାନଂକ ପଇସା ଥିବା ବ୍ୟାଙ୍କଟି ଦେବାଳିଆ ହୋଇଯାଏ କିମ୍ୱା ଉଠି ଯାଏ ତେବେ ସେହି ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା ମିଳି ପାରିବ। କାରଣ ଏହି ଟଙ୍କା ପାଇବା ପାଇଁ କଷ୍ଟୋମାର୍ ହକଦାର। ତେଣୁ ତାଙ୍କୁ ସରକାର ସେମାନେ ରଖିଥିବା ଟଙ୍କାକୁ ଫେରାଇବେ ବୋଲି ଘୋଷଣା କରିଥିଲେ।

ଏବେ ପୁଣି ସରକାର ଆଉ ଏକ ଘୋଷଣା କରିଛନ୍ତି ଯେ ଯଦି କାହାର ଆକାଉଣ୍ଟ ରେ ଟଙ୍କା ଜମା ଥିବ ଏବଂ କୌଣସି ବି କାରଣରୁ ବ୍ୟାଙ୍କ୍ ଟି ଦେବାଳିଆ ହୋଇଯାଏ କିମ୍ୱା ଅଚଲୁ ହୋଇଯାଏ ତେବେ ଆପଣ ମାନେ ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ। ଯଦି ଆପଣଙ୍କର ଆକାଉଣ୍ଟ୍ ରେ ୫ ଲକ୍ଷ ଟଙ୍କାରୁ କମ୍ ଜମା ରାଶି ଥିବ, ତେବେ ଆପଣଙ୍କୁ ସେତିକି ଟଙ୍କା ମିଳିବ ଯେତିକି ଆପଣଙ୍କ ଆକାଉଣ୍ଟ୍ ରେ ରହିଥିବ। କିନ୍ତୁ ଯଦି ଆପଣଙ୍କ ଆକାଉଣ୍ଟ୍ ରେ ଅଧିକ ଟଙ୍କା ରହିଥିବ, ଅର୍ଥାତ୍ ଧରାନ୍ତୁ ଆପଣଙ୍କ ର ବ୍ୟାଙ୍କରେ ଥିବା ଆକାଉଣ୍ଟ ରେ ୧୦ ଲକ୍ଷ ଟଙ୍କା ରହିଛି, କିନ୍ତୁ ଆପଣଙ୍କ ବ୍ୟାଙ୍କ ଅଚଳ ଅବସ୍ଥାକୁ ପଳାଇଗଲା, ତେବେ ଆପଣଙ୍କୁ ୫ ଲକ୍ଷ ଟଙ୍କା ହିଁ ମିଳିବ, ତା ଠାରୁ ଅଧିକ ମିଳିବ ନାହିଁ

ତେବେ ବ୍ୟାଙ୍କ୍ ଆକାଉଣ୍ଟ୍ ରେ ଟଙ୍କା ଥିଲେ ଏବେ ଆଉ ଆପଣଙ୍କୁ ଏଥିପାଇଁ ଡରିବାର ନାହିଁ। ଏଥିପାଇଁ ସରକାର ନିୟମ ଆଣିଛନ୍ତି, କିପରି ଭାବରେ ଆପଣଙ୍କ ଟଙ୍କା ଆପଣଙ୍କୁ ମିଳି ପାରିବ। ତେବେ ଆପଣଙ୍କୁ ଆପଣଙ୍କର ଏହି ଟଙ୍କା ବ୍ୟାଙ୍କ୍ ଦେବାଳିଆ ହେବାର ବା ଉଠି ଯିବାର ମାତ୍ର ୩ ମାସ ଭିତରେ ହିଁ ମିଳିବ ବୋଲି କୁହା ଯାଇଛି। ତେଣୁ ଆପଣ କୌଣସି ବି ବ୍ୟାଙ୍କରେ ଟଙ୍କା ଥିଲେ ଏହି କଥାକୁ ନିଶ୍ଚିତ ଜାଣି ରଖିଥାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।