ଜେଲ ରେ ଓଡ଼ିଆ ଅଭିନେତା ବବି ମିଶ୍ର ! ମୋ ସ୍ଵାମୀଙ୍କୁ ମାରି ମୋତେ ବାହା ହେବାକୁ ଧମକାଉଛନ୍ତି, ସେ ଝିଅ ଧନ୍ଦା କରେ…ଦେଖନ୍ତୁ Viral ଭିଡ଼ିଓ

0

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ଆଜିକାଲିର ଲୋକ ମାନେ କିପରି ଭାବରେ ଅମାନୁଷିକ ଆମାନବୀୟ କାର୍ଯ୍ୟ କରି ଚାଲିଛନ୍ତି। ଆପଣ ମାନେ ଯେଉଁଠି ଦେଖିବେ ସେଇଠି, ମାରପିଟ ଗଣ୍ଡଗୋଳ ଇତ୍ୟାଦି ଦେଖା ଦେଉଛି। ତେବେ ଏସବୁ ଯଦି ସାଧାରଣ ଲୋକ ନିକଟରେ ଘଟେ ତାହାଲେ, ତାହା କେବଳ ନିଜ ଗାଁ ଏବଂ ପରିଜନ ମଧ୍ୟରେ ସୀମିତ ରହିଥାଏ। କିନ୍ତୁ ଏଭଳି କାମ ଯଦି କୌଣସି ସେଲିବ୍ରେଟି କରନ୍ତି, ତାହାଲେ ତାହା ଚାରିଆଡେ ବ୍ୟାପିଯାଇଥାଏ। ତେବେ ଏସବୁ ଆମ ସମାଜ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅନେକ ସମୟରେ ସେଲିବ୍ରେଟିଙ୍କ କିଛି ଘଟଣା ଦେଖିବା ପାଇଁ ମିଳିଥାଏ, ଯେଉଁଥି ପାଇଁ ଅନେକ ନିନ୍ଦା ଶୁଣିବା ପାଇଁ ପଡିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି, ଯାହା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ କରିବ। ଆମ ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବବି ମିଶ୍ର ନାଁରେ, ତାଙ୍କ ପଡୋଶୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି, ତାଙ୍କ ସ୍ତ୍ରୀକୁ ଦୁର୍ବ୍ୟବହାର କରିଛନ୍ତି, ବବି ଏବେ ଥାନାରେ ଅଟକ ଅଛନ୍ତି। ସୋସିଆଲ ମିଡ଼ିଆରେ ଏହି ଘଟଣା ନିଆଁ ଭଳି ଭାଇରାଲ ହେଉଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;

ଓଡ଼ିଆ ଇଣ୍ଡଷ୍ଟ୍ରିର ଅଭିନେତା ବବି ମିଶ୍ର ଯେ କି ଜଣେ ଆଗ ଧାଡ଼ିର ନାୟକ ଭାବରେ ବେଶ ପରିଚିତ ଅଟନ୍ତି। ସେ ଆଲବମ ଜଗତରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ ଅଭିନୟ ମାଧ୍ୟମରେ ଆଜି ଓଡ଼ିଶାରେ ଘରେ ଘରେ ବେଶ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଅଭିନୟ ଶୈଳୀ ଏକ ନିଆରା ପ୍ରକାର ଅଟେ। ତାଙ୍କ ଅଭିନୟ ଯାଦୁରେ ଲୋକ ମାନଙ୍କର ମନ ଓ ହୃଦୟକୁ କିଣି ନେଇ ଥାଆନ୍ତି।

କିନ୍ତୁ ଭୁବନେଶ୍ୱର ନାୟପଲ୍ଲୀରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଯେ ଅଭିନେତା ବବି ମିଶ୍ର ମଦ ପିଇ ଆସି ନିଶାସକ୍ତ ଅବସ୍ଥାରେ ତାଙ୍କ ପଡ଼ୋଶୀଙ୍କ ସ୍ତ୍ରୀ ଙ୍କୁ ବନ୍ଧୁକ ଦେଖାଇ ଅଶ୍ରୀଳ ଭାଷାରେ ଗାଳି ଗୁଳଜ କରି ବାହା ହେବା ପାଇଁ ଜିଦ ଧରି ବସି ରହିଥିଲେ। ଏଥି ସହ ମଧ୍ୟ। ଗୁଣ୍ଡା ଲଗାଇ କଲୋନୀରେ ପଶି ଗଣ୍ଡଗୋଳ ସୃଷ୍ଟି କରିବା ସହ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଛନ୍ତି। ତେବେ ଏଭଳି ଘଟଣାକୁ ନେଇ ତାଙ୍କ ପଡ଼ୋଶୀ ଅଭିନେତାଙ୍କ ନାଁ ରେ ଅଭିଯୋଗ କରିଛନ୍ତି।

କିନ୍ତୁ ଅଭିନେତା ତାଙ୍କ ପ୍ରତିକ୍ରିୟାରେ ମତ ଦେଇଛନ୍ତି ଯେ, ଗାଡି ପାରକିଙ୍ଗ ଘଟଣାକୁ ନେଇ, କିଛି ରାଗ ରୁଷା ରଖି ଏଭଳି ସମସ୍ୟା ସୃଷ୍ଟି କରିଛନ୍ତି। ଯାହାକି ଏହା ଏକ ମିଛ ଅଭିଯୋଗ ବୋଲି କହିଛନ୍ତି। ଏମିତିକି ତାଙ୍କ ପଡ଼ୋଶୀ ନିଜେ ଝିଅ ବିକ୍ରି କରି ଭୁବନେଶ୍ୱରରେ ଚଳୁଛନ୍ତି ବୋଲି ମଧ୍ୟ କହିଛନ୍ତି। ତେବେ ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।