ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରା ଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ଭିତରୁ ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ଘଟିଥିବା ଘଟଣା ଟି ସାରା ରାଜ୍ୟ ରେ ଚର୍ଚ୍ଚା ହେବାକୁ ଲାଗିଛି | ଆଉ ସମସ୍ତଙ୍କ ମନରେ ଗୋଟିଏ ମାତ୍ର ପ୍ରଶ୍ନ ଉଙ୍କି ମାରୁଛି ତାହା ହେଉଛି କଣ ପାଇଁ ନବ ଦାସ ଙ୍କୁ ହତ୍ୟା କରିଥିଲେ ଗୋପଳ | ଘଟଣା ପଛରେ କଣ ରହିଛି ପ୍ରକୃତ କାରଣ ତାହା ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି |ଆଉ ଯାହା ଦେଖିବାକୁ ମିଳିଛି କି ଗୋପାଳ ଦାସ ଙ୍କୁ ବର୍ତ୍ତମାନ କୋଟ କୁ ନିଆଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଝାଡ଼ସୁଗୁଡା ବ୍ରଜନଗର ଥାନା ଅନ୍ତର୍ଗତ ଗାନ୍ଧିଛକ ନିକଟରେ ଗୁଳି ଚଳାଇଥିଲେ ଗୋପାଳ ଦାସ | ଆଉ ଯାହା ଫଳରେ ଘଟଣା ସ୍ଥଳରେ ନବ ଦାସ ଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା | ଆଉ ଯେଉଁ ଘଟଣା କୁ ନେଇକି ଜ୍ରାଇମ ବ୍ରାଞ୍ଚ ତରଫରୁ ଜୋର ସୋର ରେ ତଦନ୍ତ ଚାଲିଛି ତାହା ସହିତ ଘଟଣା ର ତଦନ୍ତ କରିବା ସହିତ ବିଭିନ୍ନ ପ୍ରକାରର ଟେଷ୍ଟ ମଧ୍ୟ କରାଯାଇଥିଲା ଗୋପଳ ଦାସ ଙ୍କର |
ଏହା ବ୍ୟତୀତ ଯାହା କୁହାଯାଉଛି କି ଗୁଜୁରାଟ ର ଗାନ୍ଧୀ ନଗର ନିକଟକୁ ଗୋପାଳ ଙ୍କର ସାଇକୋଲୋଜିକାଲ ଏଶେଷମେଣ୍ଟ ଟେଷ୍ଟ ପରେ ତାଙ୍କୁ ଫୋରେନସିକ ଲାବରଟୋରି ରେ ନାର୍କ ଟେଷ୍ଟ ପାଇଁ ନିଆଯାଇଥିଲା | ଆଉ ସେଠାରେ ଗୋପାଳ ଙ୍କୁ ସୋଡିୟମ ପେଣ୍ଟାନାଲ ଵା ଟ୍ରୁଥ ସିରୋମ ଇଞ୍ଜେକେସନ ମଧ୍ୟ ଦିଆଯାଉଥିଲା | ଆଉ ଯେଉଁଥିପାଇଁ ଗୋପାଳ ବାରମ୍ବାର ଆଚେତ ମଧ୍ୟ ହୋଇ ଯାଉଥିଲେ ଆଉ ଚେତା ଶୂନ୍ୟ ହୋଇ ଯାଉଥିଲେ ବୋଲି ମଧ୍ୟ କୁହାଯାଉଛି | କିନ୍ତୁ କ୍ରମବ୍ରାଞ୍ଚ ପୋଲିସ ତରଫରୁ ଗୋପଳ ଙ୍କର ସମସ୍ତ ଟେଷ୍ଟ ସାରିଛି ଆଉ ରିପୋର୍ଟ ମଧ୍ୟ କରାଯାଇ ଛି |
ଆଉ ବର୍ତ୍ତମାନ ଗୁଜୁରାଟ ରୁ ଝାଡ଼ସୁଗୁଡା ରେ ଥିବା ବ୍ରଜରାଜନଗର ଥାନା କୁ ନିଆଯାଉଥିବା ବେଳେ ଗତ କାଲି ଗୋପଳ ଙ୍କୁ ସେହି ଏୟାରପୋର୍ଟ ଥାନା ରେ ରଖା ଯାଇଥିଲା |ଆଉ ବର୍ତ୍ତମାନ ଗୋପଳ ଙ୍କୁ ଡାଇରେକ୍ଟ କୋଟ କୁ ନିଆଯାଉଛି ବୋଲି ଜଣା ପଡିଛି | ତେବେ ସେଠାରେ ଗୋପଳ ଙ୍କର ରେକଡ଼ ହୋଇଥିବା ସମସ୍ତ ବୟନ କୁ ଗ୍ରହଣ କରିବେ କୋଟ | ଆଉ ତାହା ପରେ ଘଟଣା କୁ ନେଇକି ତଦନ୍ତ କରାଯିବ ବୋଲି କୁହାଯାଉଛି |
ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଆଉ ସମସ୍ତ ଙ୍କର ଆଶା ମଧ୍ୟ ରହିଛି କେତେବେଳେ ସମସ୍ତ ସତ୍ୟ ସାମ୍ନା କୁ ଆସିବ ବୋଲି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।