Heart touching – ଯେତେବେଳେ ଆପଣ ବହୁତ୍ ଦୁଃଖରେ ଥିବେ,ଏହି କାହାଣୀକୁ ନିଶ୍ଚିତ ଶୁଣିବେ…

0

ଆଜି ଆମେ ଏକ ଏମିତି କାହାଣୀ, ଏମିତି ଏକ ପ୍ରସଙ୍ଗ ଆପଣଙ୍କୁ କହିବୁ ଯାହା ଶୁଣିବା ପରେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବ ଏବଂ ଏହା ଏକ ନୂତନ ଉନ୍ମାଦନା ସୃଷ୍ଟି କରିବ ମନ ଭିତରେ। ଆମ ଜୀବନରେ ଏହି ସଂଗ୍ରାମ ସବୁବେଳେ ଲାଗି ରହିଥାଏ ଯେ ଆମ ଜୀବନରେ ଲୁଚି ରହିଥିବା ଅପ୍ରିୟ ସତ୍ୟକୁ ସାମ୍ନାକୁ ଆଣିବା। ତେଣୁ ଏହି କାହାଣୀ ବହୁତ୍ ପ୍ରେରଣାଦାୟୀ। ଯେତେବେଳେ ଆପଣ ଦୁଃଖିତ ଥିବେ, ମନ ଖରାପ୍ ଥିବ,ସେହି ସମୟରେ ଏହି କାହାଣୀକୁ ଶୁଣିଲେ ଆପଣଙ୍କୁ ନିଶ୍ଚିତ ଖୁସି ଲାଗିବ। ତେବେ ଆଜି ଏହି ଭିଡିଓରେ ଆସନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ କଥା ବିଷୟରେ ଜାଣିବା ଯାହା ଜାଣିବା ଆମ ପାଇଁ ନିହାତି ଆବଶ୍ୟକ।

ଯଦି ଆପଣ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି, ନିରାଶ ହୋଇ ଯାଇଛନ୍ତି ବୋଲି ଭାବୁଛନ୍ତି, ସମସ୍ୟା ଘେରରେ ରହିଛନ୍ତି ବୋଲି ଭାବୁଛନ୍ତି ତେବେ ଆପଣ ଏହି କାହାଣୀ କୁ ନିଶ୍ଚିତ ଥରେ ଶୁଣନ୍ତୁ। ଏହାକୁ ଶୁଣିଲେ ମନରେ ସାହସ ଆସିବ ଏବଂ ମନୋବଳ ଦୃଢ଼ ହେବ। ଏ ମଣିଷ ଜୀବନ ଏକ ଏପରି ଅମୂଲ୍ୟ ଯାତ୍ରା, ଯେଉଁଠି ପ୍ରତ୍ୟେକ ମୁହୂର୍ତ୍ତରେ ଶିଖିବାର ଅଛି। ତେଣୁ ଆମେ ସବୁବେଳେ ନୂଆ ନୂଆ ଜିନିଷକୁ, ଅମୂଲ୍ୟ ଶିକ୍ଷା କୁ ଗ୍ରହଣ କଲେ ଯାଇ ବହୁତ୍ କିଛି ସମସ୍ୟାର ସମାଧାନ କରି ପାରିବା ଏବଂ ଜୀବନରେ କେବେ ଭାଙ୍ଗି ପଡିବା ନାହିଁ କି ନିରାଶ ହେବା ନାହିଁ।ଏହି କାହାଣୀ ରେ ସେହିଭଳି କିଛି ଜିନିଷ ଏତେ ସୁନ୍ଦର୍ ଭାବରେ ବର୍ଣ୍ଣିତ ଯାହା ଶୁଣିଲେ ଆପଣ ନିଶ୍ଚିତ ଖୁସି ହେବେ।

ଏଠାରେ କିପରି ଭାବରେ ଏକ କୁକୁଡ଼ାର କଥା ଉଦାହରଣ ସ୍ୱରୂପ କୁହା ଯାଇଛି ଏବଂ ସେ କିପରି ଭାବରେ ପ୍ରତିଦିନ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଥାଏ ବୋଲି କୁହା ଯାଇଛି ତାହା ଥରେ ଶୁଣନ୍ତୁ। ପ୍ରତିଦିନ ସକାଳେ ସେ ରାବ ଦେଇ ସମସ୍ତଙ୍କୁ ଉଠାଏ ଏବଂ ଏହା କହିଥାଏ ଯେ ସକାରାତ୍ମକ ଭାବନା ନେଇ ଆଜିର ଦିନକୁ ଆରମ୍ଭ କର। ଯାହାବି ସବୁ ଘଟି ଯାଇଛି ଗତକାଲି ତାକୁ ମୃତ ସ୍ମୃତି ଏବଂ ନକାରାତ୍ମକ ଅତୀତ ଭାବି ଭୁଲି ଯାଅ।ଏକ ନୂତନ ଚିନ୍ତାଧାରା ଏବଂ ଦୃଢ଼ ଆତ୍ମବିଶ୍ବାସ କୁ ନେଇ ପ୍ରତିଦିନ ସକାଳ ଆରମ୍ଭ କର ଏବଂ ଆଗକୁ ଆଗେଇ ଚାଲ। ଏହାସହ ସେ ଏକ ଶୁଆର କଥା ମଧ୍ୟ ଏହି ଭିଡ଼ିଓରେ କହିଛନ୍ତି। ଯାହାକୁ ଶୁଣିଲେ ଆପଣ ଅନେକ ଅମୂଲ୍ୟ ଜ୍ଞାନର ଧାରଣା ପାଇବେ।

ତେବେ ସର୍ବଶେଷରେ ଆପଣ ଏହି ସିଦ୍ଧାନ୍ତରେ ଉପନୀତ ହେବା ଉଚିତ୍, ଯାହା ଏହି ଭିଡିଓ ରେ କୁହା ଯାଇଛି ଯେ ପକ୍ଷୀ ଭଳି ମଣିଷର ଦୁଇଟି ଡେଣା ରହିଛି। ତାହା ହେଉଛି ଆଶା ଏବଂ ବିଶ୍ୱାସ। ଯେତେବେଳ ଜୀବନରେ ସବୁକିଛି ସରିଗଲା ଭଳି ଲାଗିବ, ସେତେବେଳେ ଆପଣ ଏହି ଦୁଇଟି ଡେଣା କୁ ଉପଯୋଗ କରି ବ୍ଯବହାର କରି ଆଗକୁ ଆଗକୁ ଉଡ଼ି ଚାଲିବେ। ଧର୍ଯ୍ୟର ସହିତ ଅପେକ୍ଷା କରିବେ ଏବଂ ପରେ ଏହା ଜାଣି ପାରିବେ ଯେ ନିଶ୍ଚିତ ଦିନେ ଦିନେ ଭଲ ସମୟ ଆସିଛି ଏବଂ ଆପଣ ସଫଳତାକୁ ହାସଲ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।