ଆଜି ଆମେ ଜାଣିବା ନଖ ରେ ଯଦି ଅର୍ଦ୍ଧଚନ୍ଦ୍ର ଟାଇପ ର ଚିହ୍ନ ରହିଥାଏ ତେବେ ତାର ଅର୍ଥ କଣ ହୋଇଥାଏ। ନଖ ମନୁଷ୍ୟ ର ହାତ ଏବଂ ଗୋଡ଼ର ଆଙ୍ଗୁଳିର ଶେଷ ଭାଗରେ ଉପରି ଭାଗରେ ଏକ ଶକ୍ତିଶାଳୀ କବଚ ଭାବେ ରହିଥାଏ। ଏହା ମାଙ୍କଡ ଏବଂ ଅନ୍ୟ କିଛି ପ୍ରାଣୀ ମାନଙ୍କର ମଧ୍ୟ ରହିଥାଏ। ଏହା ପ୍ରୋଟିନ କେରୋଟିନ ଦ୍ଵାରା ପ୍ରସ୍ତୁତ ହୋଇଥାଏ। ପଶୁ ମାନଙ୍କ ଶିଙ୍ଗ ରେ ମଧ୍ୟ ଏହି ପଦାର୍ଥ ରହିଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଚିହ୍ନ ର କିଛି ଅଲଗା ଅଲଗା ମହତ୍ତ୍ଵ ରହିଥାଏ। ବ୍ୟକ୍ତି ର କପାଳ ର ରେଖା ଠାରୁ ନେଇ ହାତର ରେଖା ଯାଏ ଶରୀରର ତିଳ ଏବଂ ବ୍ୟକ୍ତି ର ନଖ ର ଚରିତ୍ର ଏବଂ ଜୀବନ ସହିତ ଜଡିତ ହୋଇ ରହିଥାଏ। ଏହା ମନୁଷ୍ୟ ଭବିଷ୍ୟତ ସହିତ ଜଡିତ ବହୁ କିଛି ତଥ୍ୟ ର ସୂଚନା ଦେଇଥାଏ।ଏହି ଚିହ୍ନ ଗୁଡ଼ିକ ମାଧ୍ୟମରେ ବ୍ୟକ୍ତି ନିଜର ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ବିଷୟରେ ଜାଣି ପାରିଥାଏ। ଆପଣ ମାନେ ପ୍ରାୟତଃ ଦେଖିଥିବେ କି ଆକାଶରେ ରହିଥିବା ଚିହ୍ନ ଭଳି କିଛି ଲୋକଙ୍କ ନଖରେ ମଧ୍ୟ ଅର୍ଦ୍ଧଚନ୍ଦ୍ର ଭଳି ଏକ ଚିହ୍ନ ବାହାରିଥାଏ।
ତେଣୁ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ ହାତର ନଖରେ ଥିବା ଅର୍ଦ୍ଧଚନ୍ଦ୍ର ଭଳି ଚିହ୍ନ ବ୍ୟକ୍ତିର ଭବିଷ୍ୟତ ବିଷୟରେ କଣ ସଂକେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଯେଉଁ ଲୋକଙ୍କ ହତାର ନଖ ରେ ଏହି ଅର୍ଦ୍ଧ ଚନ୍ଦ୍ର ଚିହ୍ନ ରହିଥାଏ ସେମାନଙ୍କ ଆଗାମୀ ଭବିଷ୍ୟତ କଣ ସଙ୍କେତ ଦେଉଛି।
– ଯେଉଁ ଲୋକଙ୍କ ହାତରେ ଏପରି ଅର୍ଦ୍ଧ ଚନ୍ଦ୍ରର ଚିହ୍ନ ରହିଥାଏ, ସେମାନେ ବହୁତ ଧନବାନ ହୋଇଥାନ୍ତି। କିନ୍ତୁ ସେମାନଙ୍କ ଜୀବନ ବହୁତ ମୁସ୍କିଲ ରେ ବିତିଥାଏ। ଏମାନଙ୍କ ଦୃଦୟ ବହୁତ୍ ନିର୍ମଳ ହୋଇଥାଏ।ସ୍ୱଭାବରେ ଏମାନେ ଖୁବ୍ ସରଳ ହୋଇଥାନ୍ତି। ଏମାନେ ଖୁବ୍ ପର ଉପକାରୀ ହୋଇଥାନ୍ତି। ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି।
– ଯେଉଁ ବ୍ୟକ୍ତି ମାନଙ୍କ ନଖରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ରହିଥାଏ ସେହି ଲୋକ ମାନେ ତାଙ୍କ ଜୀବନ ର ଆରମ୍ଭ ରେ ଟିକିଏ ସମସ୍ୟା ରେ ରହିଥାନ୍ତି। କିନ୍ତୁ ପରେ ସବୁ କିଛି ଠିକ୍ ହୋଇ ଯାଇଥାଏ କାରଣ ଯେତେବେଳେ ସେମାନେ ପରିଶ୍ରମ କରିଥାନ୍ତି ସେମାନଙ୍କ ଜୀବନ ଆରାମ ରେ ବିତାଇଥାନ୍ତି। ଏବଂ ଧୀରେ ଧୀରେ ସଫଳତା ଆଡକୁ ଅଗ୍ରସର କରିଥାନ୍ତି ଆଉ ଶେଷରେ ଏମାନେ ସଫଳତା ହାସଲ କରିଥାନ୍ତି। ସମସ୍ତ କାର୍ଯ୍ୟକୁ ଖୁବ୍ ସରଳ ଉପାୟରେ ଏମାନେ ସମ୍ପନ୍ନ କରିଥାନ୍ତି। କଠିନ ପରିଶ୍ରମ କାରଣ ରୁ ଧନ ଏ ଅଭାବ ଏମାନେ କେବେ ଅନୁଭବ କରି ପାରନ୍ତି ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।