ନଖ ମନୁଷ୍ୟର ହାତ ଏବଂ ଗୋଡର ଆଙ୍ଗୁଳି ମାନଙ୍କର ଶେଷ ଭାଗର ଉପରି ଭାଗରେ ଏକ ଶକ୍ତିଶାଳୀ କବଚ ଭାବରେ ରହିଥାଏ । ଏହା ମାହ୍କଡ ଏବଂ ଅନ୍ୟ କିଛି ପ୍ରାଣୀ ମାନଙ୍କତର ମଧ୍ୟ ରହିଥାଏ । ଏହା ଏକ ପ୍ରିଟିନ ଏବଂ କେରୋଟିନ ଦ୍ୱାରା ପ୍ରସ୍ତୁତ ହୋଇଥାଏ , ପଶୁ ମାନଙ୍କର ଶିଙ୍ଗରେ ମଧ୍ୟ ଏହି ପଦାର୍ଥ ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଚିହ୍ନର ଏକ ଅଲଗା ଅଲଗା ଅର୍ଥ ଥାଏ । ବ୍ୟକ୍ତିର କପାଳର ରେଖା ଠାରୁ ନେଇ ହାତର ରେଖାଯାଏ ବା ବ୍ୟକ୍ତିର ନଖ ବି ବ୍ୟକ୍ତିର ଚରିତ୍ର ଜୀବନ ସହିତ ଯଡିତ ହୋଇଥାଏ ।
ବ୍ୟକ୍ତି ଏହି ରେଖା ଆଉ ଚିହ୍ନ ମାଧ୍ୟମରେ ନିଜ ଭବିଷ୍ୟତ ଜୀବନରେ କଣ ଘଟଣା ଘଟିବାକୁ ଯାଉଛି ସେ ସବୁ ବିଷୟରେ ବହୁତ କିଛି ଜାଣି ପାରିବ । ଆପଣ ମାନେ ଦେଖିଥିବେ ଆକାଶରେ ଥିବା ଚନ୍ଦ୍ର ପରି ବ୍ୟକ୍ତିର ନଖରେ ବି ଅଧାଚନ୍ଦ୍ର ର ଚିହ୍ନ ରହିଥାଏ । ଏହି ଚିହ୍ନ ରହିବାର ଅର୍ଥ ସମସ୍ତଙ୍କୁ ଜଣା ନଥାଏ , ବ୍ୟକ୍ତି ଏହି ରେଖା ଏବଂ ଚିହ୍ନ ମାଧ୍ୟମରେ ତାର ଭବିଷ୍ୟତ ଜୀବନରେ କଣ ଘଟଣା ଘଟିବାକୁ ଯାଉଛି ସେସବୁ ବିଷୟରେ ବହୁତ କିଛି ଜାଣି ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ବ୍ୟକ୍ତି ମାନଙ୍କର ନଖରେ ଥିବା ଏହି ଅଧା ଚିହ୍ନ କଣ ସଙ୍କେତ ଦେଇଥାଏ ।
ଯେଉଁ ବ୍ୟକ୍ତି ମାନଙ୍କର ନଖରେ ଏମିତି ଅଧା ଚନ୍ଦ୍ରର ଚିହ୍ନ ରହିଥାଏ ତାଙ୍କ ପାଖରେ ଯେତେ ଅଧିକା ଧନ ଥାଉ ନା କାହିଁକି ତାଙ୍କ ଜୀବନ ବହୁତ ମୁସକିଲ ରେ ବିତିଥାଏ । ଯେଉଁ ବ୍ୟକ୍ତି ମାନଙ୍କର ନଖରେ ଏମିତି ଅଧା ଚନ୍ଦ୍ରର ଚିହ୍ନ ଥାଏ , ଏହିପରି ବ୍ୟକ୍ତିଙ୍କର ହୃଦୟ ବହୁତ ନିର୍ମଳ ହୋଇଥାଏ । ସର୍ବଦା ଅନ୍ୟ ମାନଙ୍କର ସାହାର୍ଯ୍ୟ କରିଥାନ୍ତି , ବହୁତ ପରୋପକାରୀ ହୋଇଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କର ନଖରେ ଏମିତି ଅଧା ଚନ୍ଦ୍ରର ଚିହ୍ନ ରହିଥାଏ , ସେହିପରି ବ୍ୟକ୍ତି ମାନେ ତାଙ୍କ ଜୀବନରେ ଆରମ୍ଭରୁ ଟିକେ ସମସ୍ୟା ରେ ରହିଥାନ୍ତି । କିନ୍ତୁ ଯେତେବେଳେ ସେମାନେ କଠିନ ପରିଶ୍ରମ କରିଥାନ୍ତି ତାଙ୍କର ଜୀବନ ଆରାମ ରେ ବିତାଇଥାନ୍ତି ।
ଶେଷରେ ଏମାନେ ନିଶ୍ଚୟ ସଫଳତା ପାଇଥାନ୍ତି , ଏମାନେ ଧୀରେ ଧୀରେ ସଫଳତା ଆଡକୁ ଅଗ୍ରସର କରିଥାନ୍ତି । ସମସ୍ତ କାର୍ଯ୍ୟ ଏମାନଙ୍କ ପାଇଁ ସହଜ ଏବଂ ସରଳ ହୋଇଯାଏ । ଏମାନେ ନିଜ ପରିଶ୍ରମ ବଳରେ ସବୁକିଛି ସହଜରେ ହାସଲ କରି ପାରନ୍ତି , ଏବଂ ଶାନ୍ତ ସ୍ୱଭାବ ର ମଧ୍ୟ ହୋଇଥାନ୍ତି । ଏମାନଙ୍କ ହୃଦୟ ବହୁତ ନିର୍ମଳ ଏବଂ ସ୍ୱଚ୍ଛ ହୋଇଥାଏ ଏବଂ ମନରେ କୌଣସି ପ୍ରକାର ଛନ୍ଦ କୋପଟ ନଥାଏ । ଜୀବନ ଆରମ୍ଭରେ ଟିକିଏ ସମସ୍ୟା ଦେଖା ଗଲେ ମଧ୍ୟ ପରିଶେଷରେ ସଫଳତା ର ଶୀର୍ଷରେ ଅଗ୍ରସର କରିଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।