ଯେଉଁମାନଙ୍କ ନାମ ଏହି ତିନି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଜୀବନସାରା ଦୁଃଖୀ ରହନ୍ତି , ପ୍ରକୃତ ପ୍ରେମ ମଧ୍ୟ ମିଳେ ନାହିଁ…

0

ଜୀବନରେ ସୁଖ ଓ ଦୁଃଖର ଯିବାଆସିବା ଲାଗିରହେ । ଦୁଃଖ ପରେ ସୁଖ ଓ ସୁଖପରେ ଦୁଖ ଗୋଟିଏ  ଅନ୍ୟର ପୂରକ ହୋଇଥାଏ । ଏହି ଦୁନିଆରେ କେହି ମଧ୍ୟ ପୂର୍ଣ୍ଣ ରୂପେ ସୁଖୀ ବା ଦୁଃଖୀ ନୁହନ୍ତି । କିନ୍ତୁ ଜ୍ୟୋତିଷ କଥା ଅନୁଯାୟୀ ମନୁଷ୍ୟର ଭାଗ୍ୟ ତାର ନାମ ସହ ଯୋଡି ହୋଇଥାଏ । ଜ୍ୟୋତିଷରେ କୁହାଯାଇଛି ଯେପରି ମନୁଷ୍ୟର ଜୀବନରେ ମୂଳାଙ୍କ ଓ ଭାଗ୍ୟାଙ୍କ ପ୍ରଭାବ ପକାଏ ଠିକ ସେହିପରି ମନୁଷ୍ୟର ନାମ ମଧ୍ୟ ତାର ଜୀବନରେ ଗଭୀର ପ୍ରଭାବ ପକେଇଥାଏ ।

ଏହି ଦୁନିଆରେ ସମସ୍ତେ ସୁଖୀ ରହି ପାରିବେ ନାହିଁ । ଜ୍ୟୋତିଷ ଶାସ୍ତ୍ରରେ କିଛି ଏପରି ଲୋକମାନଙ୍କ କଥା ଅଛି ଯେଉଁମାନେ  ଅଧିକତର ଦୁଃଖୀ ରୁହନ୍ତି ଏତିକି ନୁହେଁ ଏମାନଙ୍କୁ ଜୀବନସାରା ବାସ୍ତବ ପ୍ରେମ ମିଳିନଥାଏ । କିଏ ସେହି ୩ ନାମ ବାଲା ଆସନ୍ତୁ ଜାଣିବା ।

S ନାମ ବାଲା ଲୋକ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ Sନାମର ବ୍ୟକ୍ତିମାନେ ଅଧିକତର ଦୁଃଖୀ ହୋଇଥାନ୍ତି । ଏହାର ସବୁଠାରୁ ବଡ କାରଣ ଏହି ଲୋକମାନେ ବହୁତ ଅଧିକ ସଚ୍ଚୋଟ ଅଟନ୍ତି ଓ ଏମାନଙ୍କ ହୃଦୟ ନିର୍ମଳ। ଏମାନଙ୍କର ଏହି ସୁଗୁଣ ଏମାନଙ୍କ ନିମନ୍ତେ କାଳ ହୋଇଥାଏ । ଏମାନଙ୍କର ଭଲଗୁଣର ଲାଭ ଅନ୍ୟମାନେ ଉଠେଇଥାନ୍ତି । ଏହି ଲୋକମାନଙ୍କୁ ସମାଜରେ ବହୁତ ମାନସମ୍ମାନ ପ୍ରାପ୍ତ ହୁଏ ଓ ଭଲ ଚାକିରି ମଧ୍ୟ କରନ୍ତି । ଏସବୁ ଥାଇ ମଧ୍ୟ ଏମାନେ ଖୁସିରେ ରୁହନ୍ତି ନାହିଁ । ପ୍ରେମ ବ୍ୟାପାରରେ ଏମାନେ ଦୁର୍ବଳ । ଏମାନଙ୍କୁ କେବେ ସଚ୍ଚା ପ୍ରେମ ମିଳେ ନାହିଁ ।

P ନାମ ବାଲା ଲୋକ :-

Pନାମ ଧାରୀ ବ୍ୟକ୍ତି ମାନେ ବହୁତ ସିଧାସଧା ଓ ଭୋଳା ହୋଇଥାନ୍ତି । ଏମାନନକୁ କେହି ବି ସହଜରେ ବୋକା ବନେଇଦିଏ ଓ ଅନୈତିକ ଲାଭ ଉଠେଇ ଥାଏ । ଏଥିପାଇଁ ଏମାନଙ୍କ ମନରେ ବହୁତ ଦୁଃଖ ହେଉଥିଲେ ମଧ୍ୟ ଏମାନେ ଏକଥା କାହାକୁ କୁହନ୍ତି ନାହିଁ । ଏମାନେ ସ୍ଵଭାବତଃ ବହୁତ ଜିଦ୍ଦି ହୋଇଥାନ୍ତି । ଏହି କାରଣରୁ ଏମାନଙ୍କ ପ୍ରେମ ଏମାନଙ୍କୁ ଛାଡି ଚାଲି ଯାଆନ୍ତି । ଏଥିପାଇଁ ଏମାନେ ନିଜ ସଂପୂର୍ଣ୍ଣ ଜୀବନ ଅଧିକାଂଶ ନିଃସଙ୍ଗ ଓ ଦୁଃଖରେ ବିତେଇ ଥାନ୍ତି ।

B ନାମଧାରୀ ବ୍ୟକ୍ତି:-

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ B ନାମଧାରୀ ବ୍ୟକ୍ତିମାନେ ମଧ୍ୟ ଅଧିକତର ଦୁଃଖୀ ହୋଇଥାନ୍ତି । ଜ୍ୟୋତିଷଶାସ୍ତ୍ରରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ବହୁତ ଧୌର୍ଯ୍ୟବାନ କୁହାଯାଏ । ଏମାନଙ୍କର ଧୌର୍ଯ୍ୟ ବହୁତ ଅଧିକ ହୋଇଥାଏ । ଏମାନେ ସମାଜରେ ବହୁତ ପ୍ରସିଦ୍ଧ ହୋଇଥାନ୍ତି ଓ ଲୋକମାନେ ଏମାନଙ୍କୁ ବହୁତ ପସନ୍ଦ କରନ୍ତି ବିଶେଷକରି ନାରୀ ମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୁଅନ୍ତି ।

ତଥାପି ଏମାନେ ନିରୁତା ପ୍ରେମରୁ ବଞ୍ଚିତ ରୁହନ୍ତି । ଏମାନେ ଖୁବ ଶୀଘ୍ର ଅନ୍ୟ ଉପରେ ବିଶ୍ବାସ କରିଯାନ୍ତି ଓ ପ୍ରତ୍ୟେକ ଥର ଭାଙ୍ଗେ। ଏମାନଙ୍କର ଜୀବନରେ ପାରିବାରିକ ସମସ୍ୟା ନିରନ୍ତର ଚାଲୁଥାଏ ଯେଉଁ କାରଣରୁ ଏମାନେ ନିଜର ଜୀବନ ଶାନ୍ତିରେ ବିତେଇ ପାରନ୍ତି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।