ଝିଅ ବାହାଘରରେ ହଠାତ୍ ଆସିଲେ ସ୍ବର୍ଗତ ପିତା… ଦେଖନ୍ତୁ Video

ଝିଅଟିଏ ଜନ୍ମ ହେଲେ ଘରକୁ ଲଷ୍ମୀ ପଦାର୍ପଣ କରିଥାନ୍ତି ବୋଲି ଶାସ୍ତ୍ରରେ ଲେଖା ଅଛି | ଏବଂ ଝିଅ ମାନେ ସର୍ବଦା ବାପା ମାନଙ୍କର ବହୁତ ଗେହ୍ଲି ହୋଇଥାନ୍ତି | ସେମାନଙ୍କ ସବୁ ଅଳି ଅର୍ଦଳି ବାପା ପୂରଣ କରିଥାନ୍ତି | ସବୁବେଳେ ସେ ଯତ୍ନବାନ ଥାନ୍ତି ତାଙ୍କ ଝିଅ ପାଇଁ | ତାର ଖାଇବା, ପିନ୍ଧିବା, ପାଠ ପଢିବା ସବୁ କ୍ଷେତ୍ରରେ ମାଆ ଠାରୁ ମଧ୍ୟ ବେଶୀ ଚିନ୍ତା କରିଥାନ୍ତି | ଏବଂ ଝିଅଟିଏ ବଡ ହେଲା ପରେ ସବୁବେଳେ ଏକ ଭଲ ପରିବାରର ପୁଅଟିଏ ଦେଖି ବିବାହ କରିବା ପାଇଁ ଇଚ୍ଛା କରିଥାନ୍ତି | ଏହି ସବୁ ତ ଚାହିଁଥାନ୍ତି ଜଣେ ବାପା ଏବଂ କହିବାକୁ ଗଲେ ଏହା ତାଙ୍କର ସ୍ବପ୍ନ ହୋଇଥାଏ |

ଆଜି ଆମେ ଆପଣଙ୍କ ସହ ସେୟାର କରିବୁ ଏମିତି କିଛି କଥା ଯାହା ଦେଖିଲେ ଆପଣ ମଧ୍ୟ ଭାବ ବିହ୍ଵଳ ହୋଇପଡ଼ିବେ ଓ ଆପଣ କାନ୍ଦି ପକାଇବେ | ଆପଣଙ୍କ ଲୋମ ଟାଙ୍କୁରି ଉଠିବ | କୁହା ଯାଏ କି କିଛି ନ କହିବା ଆଗରୁ ଯିଏ ଝିଅର ମନ କଥା ବୁଝି ନିଅନ୍ତି ସେ ହେଉଛନ୍ତି ବାପା | ବାପା ହେଉଛନ୍ତି ପ୍ରତ୍ୟେକ ଝିଅ ଜୀବନରେ ଏକ ହିଁ ପୁରୁଷ ଯିଏ କି ତାର ହିରୋ ଭଳି ରହିଥାନ୍ତି |ତାକୁ ସମସ୍ତ କାର୍ଯ୍ୟରେ ସମସ୍ତ କ୍ଷେତ୍ରରେ ସାହାଯ୍ୟ କରିଥାନ୍ତି |

ସେଇଥି ପାଇଁ କୁହା ଯାଏ ବାପା ଝିଅର ସମ୍ପର୍କରେ ଭାବପ୍ରବଣତା ଭରି ରହିଥାଏ ଏହି ସମ୍ପର୍କ ଅତି ନିବିଡ |ଝିଅକୁ ଏତେ ବଡ କରି ଯେତେବେଳେ ତାକୁ ବିଦା କରିଥାନ୍ତି ସେତେବେଳେ ଜଣେ ବାପା ନିଜର କୋହକୁ ସମ୍ଭାଳି ପରି ନଥାନ୍ତି | ଏମିତି କିଛି ଘଟଣା ଘଟିଛି ହାଇଦ୍ରାବାଦରେ| ଏକ ଝିଅର ବାହାଘରରେ ହଠାତ ଉପସ୍ଥିତ ହୋଇଥିଲେ ତାଙ୍କର ମୃତ ବାପା ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି , ଆସନ୍ତୁ ଜାଣିବା ସେ ବିଷୟରେ |

ତେବେ ଜଣେ ଭାଇ ତାଙ୍କ ଭଉଣୀ ବାହାଘରରେ ଉପହାର ଦିଅନ୍ତି , ଏହା ଏକ ସ୍ୱାଭାବିକ କଥା |ହାଇଦ୍ରାବାଦରେ ଏକ ଭାଇ ତାଙ୍କ ଭଉଣୀ ବିବାହ କରାଉଥିଲେ ଏବଂ ସେ ଯେଉଁ ଉପହାର ତାଙ୍କ ଭଉଣୀଙ୍କୁ ଦେଇଛନ୍ତି ତାହା ପୁରାପୁରି ଭାବରେ ସ୍ୱତନ୍ତ୍ର | ତାଙ୍କ ବାପାଙ୍କ ଅନୁପସ୍ଥିତିକୁ କମ କରିବା ପାଇଁ ଚେଷ୍ଟା କରିଛନ୍ତି | ଏଥିପାଇଁ ସେ ତାଙ୍କ ଭଉଣୀଙ୍କୁ ସ୍ବର୍ଗତଃ ବାପାଙ୍କ ମହମ ପ୍ରତିମୂର୍ତ୍ତି ଦେଇଛନ୍ତି |ପ୍ରତିମୂର୍ତ୍ତିଟି ଅବିକଳ ତାଙ୍କ ବାପାଙ୍କ ଚେହେରା ସହ ମେଳ ଖାଉଥିବାରୁ ଝିଅ ଜଣଙ୍କ ଏହାକୁ ଦେଖି କାନ୍ଦି ପକାଉଛନ୍ତି | କରୋନା ଯୋଗୁଁ ଏହି ଯୁବତୀଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା | ବାହାଘର ଦିନ ସେ ତାଙ୍କ ଅନୁପସ୍ଥିତିକୁ ସବୁଠାରୁ ବେଶୀ ଅନୁଭବ କରୁଥିବାରୁ ତାଙ୍କ ଭାଇ ଅଭିନବ ଉପାୟରେ ଏହାକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି |

ଏଥିପାଇଁ ବାହାଘର ମଣ୍ଡପରେ ତାଙ୍କ ବାପାଙ୍କର ମହମ ପ୍ରତିମୂର୍ତ୍ତିକୁ ଉପହାର ଦେଇଛନ୍ତି |ଯେତେବେଳେ କନିଆ ବେଶରେ ଝିଅଟି ତାଙ୍କ ମାଆ ଓ ଭାବିସ୍ଵାମୀଙ୍କ ସହ ପ୍ରବେଶ କରିଥିଲେ ସେତେବେଳେ ସେ ତାଙ୍କ ବାପାଙ୍କ ପ୍ରତିମୂର୍ତ୍ତିକୁ ଦେଖିଥିଲେ | ସେ ନିଜ ସାମ୍ନାରେ ବାପାଙ୍କ ଅବିକଳ ଚେହେରାକୁ ଦେଖି ସ୍ତବ୍ଧ ହୋଇଯାଇଥିଲେ ଏବଂ କାନ୍ଦି ପକାଇଥିଲେ |ତାଙ୍କ ମାଆ ମଧ୍ୟ ସ୍ୱାମୀଙ୍କ ପ୍ରତିମୂର୍ତ୍ତିକୁ ଦେଖି ଲୁହକୁ ରୋକି ପାରି ନଥିଲେ |ଏହାପରେ ଝିଅ ଜଣଙ୍କ ପ୍ରତିମୂର୍ତ୍ତି ପାଖକୁ ଯାଇ ବାପାଙ୍କୁ ଗେଲ କରିଥିଲେ | ଏହା ସହିତ ପ୍ରତିମୂର୍ତ୍ତିକୁ ପାଖରେ ରଖି ସମସ୍ତ ରୀତିନୀତିକୁ ସମ୍ପୂର୍ଣ୍ଣ କରିଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment