ଦେଖନ୍ତୁ ଭିଡ଼ିଓ : ଝିଅ ଗୁଣିଆକୁ ଝିଅ ପ୍ରେତ, ଭିଡ଼ିଓ ଦେଖିଲେ ହୋସ ଉଡିଯିବ…୨ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆଜିବି ଏହି ବିଜ୍ଞାନ ଯୁଗରେ ଅନେକ ଲୋକଙ୍କ ମନରେ ଅନ୍ଧ ବିଶ୍ବାସ ଭରି ରହିଛି। ଯାହାକୁ ନେଇ ସମୟ ସମୟରେ ଅନେକ ବିଚିତ୍ର ଘଟଣାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥାଏ।ତେବେବେ ଏବେ ବଲାଙ୍ଗିର ଟିଟିଲାଗଡ଼ ବ୍ଲକ ନିମୁର୍ଲା ଗାଁରେ ଅନ୍ଧବିଶ୍ୱାସର ଏକ ଅଦ୍ଭୁତ ଚିତ୍ର ଦେଖିବାକୁ ମିଳିଛି। ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ। ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ।

ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ଆମକୁ ବିରଳ ଏବଂ ଅଦ୍ଭୁତ ଲାଗିଥାଏ।କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ ସତରେ କଣ ରହିଛି?ଏହା ପଛରେ କିଛି ବିଜ୍ଞାନ ସମ୍ମତ କାରଣ ରହିଛି ନା କିଛି ଅଲୌକିକତା ଲୁଚି ରହିଛି।ତେବେ ବଲାଙ୍ଗିର ଟିଟିଲାଗଡ଼ ବ୍ଲକ ନିମୁର୍ଲା ଗାଁରେ ଅନ୍ଧବିଶ୍ୱାସର ଏହି ଅଦ୍ଭୁତ ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏଠାରେ ୪ ଜଣ ଝିଅଙ୍କ ଶରୀରରେ ଦେଖିବାକୁ ମିଳିଛି ଅଦ୍ଭୁତ ପରିବର୍ତ୍ତନ। କୁହାଯାଉଛି କି ଗୁଣି ଗାରେଡିର ଶିକାର ହୋଇ ସେମାନଙ୍କ ଦେହରେ ଆତ୍ମା ପ୍ରବେଶ କରିଛି।ତେବେ ଏହାକୁ ନେଇ ଅଭିଯୋଗ ହେବା ପରେ ଏହି ଘଟଣାକୁ ନେଇ ଉକ୍ତ ଗାଁରେ ଚାପା ଉତ୍ତେଜନା ମଧ୍ୟ ଦେଖା ଦେଇଛି। ତେବେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।ଏଠାରେ ଚାରି ଜଣ ଯୁବତୀଙ୍କ ସ୍ଥିତି ଦେଖି ଗାଆଁର ସରପଞ୍ଚ ଲୋକଙ୍କୁ ସଚେତନ କରିବା ସହ ତନ୍ତ୍ରମନ୍ତ୍ର କରୁଥିବା ପରିବାରକୁ ତାଗିଦ୍‌ କରିବା ପରେ ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି।

ସରପଞ୍ଚ ଙ୍କ ତାଗିଦ୍ ପରେ ତାଙ୍କୁ ମଧ୍ୟ ଗୁଣି ଗାରେଡି କରିବା ଭୟ ଦେଖେଇବାରୁ ସରପଞ୍ଚ ଭୟଭୀତ ଅଛନ୍ତି । ଗୁଣି ଗାରେଡିକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେବା ପରେ ସିନ୍ଧେକେଲା ପୋଲିସ ସହ ଟିଟିଲାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।ଏହା ସହ ପୋଲିସ୍ ଲୋକଙ୍କୁ ବୁଝାସୁଝା ମଧ୍ୟ କରିଛନ୍ତି। ଆପଣ ଏହି ଭିଡ଼ିଓ କୁ ଭଲ ଭାବରେ ଦେଖନ୍ତୁ ଏବଂ ଆପଣ ବିଚାର କରନ୍ତୁ ଯେ ଏହି ଘଟଣାର ବାସ୍ତବତା କେତେ ମାତ୍ରାରେ ରହିଛି, ଯେଉଁ ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।