ଦେଖନ୍ତୁ ଭିଡ଼ିଓ – ଝରାଫୁଲ କେଶ ରେ ମହା ଖୁଲାସା ! ଝରାଫୁଲ କେସ କୁ ନେଇ ମୁହଁ ଖୋଲିଲେ ଏହି ଝିଅ । ଯାହା କହିଲେ ଶୁଣିଲା ପରେ ମୁଣ୍ଡ ଗରମ ହୋଇଯିବ….

0

ବହୁ ଚର୍ଚ୍ଚିତ ଭୁବନେଶ୍ୱର ର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ଜାଣିବା ପାଇଁ ସମସ୍ତଙ୍କ ଉତ୍କଣ୍ଠା ରହିିଛି। ହେଲେ ଏଯାବତ୍ ଏହାର କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।ଏପଟେ ଏହି ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରାକେଶ ଙ୍କୁ ପୋଲିସ୍ ଗିରଫ କରି ଜେଲ୍ କୁ ପଠାଇଛି।

ତେବେ ଏହି ଘଟଣା ଏବେ ସାରା ଓଡ଼ିଶାରେ ଏକ ଚର୍ଚ୍ଚିତ ଖବର ପାଲଟିଛି। ତେଣୁ ଏହାକୁ ନେଇ ସମସ୍ତେ ପ୍ରତିକ୍ରିୟା ଶିଳ ହୋଇ ପଡିଛନ୍ତି। କେଉଁ କାରଣରୁ ଏବଂ କେଉଁ ପରିସ୍ଥିତି ରେ ତାଙ୍କର ଜୀବନ ଦ୍ଵୀପ ଲିଭିଗଲା ତାହା ଜାଣିବା ପାଇଁ ସମସ୍ତେ ବ୍ୟଗ୍ର।

ଏହାରି ଭିତରେ ଏହି ମୃତ୍ୟୁ ଘଟଣାକୁ ନେଇ ଜଣେ ଝିଅ ତାଙ୍କର ମୁହଁ ଖୋଲିଛନ୍ତି ଏବଂ ସାମ୍ନାକୁ ଆସିଛନ୍ତି।ସେ କେବଳ ଝରାଫୁଳ ପାଇଁ ନୁହଁ ବରଂ ତାଙ୍କ ସହିତ ସମସ୍ତ ଯୁବତୀ ମାନଙ୍କର ସୁରକ୍ଷା କୁ ଦୃଷ୍ଟି ରେ ରଖି ଭିଡିଓ ମାଧ୍ୟମରେ ତାଙ୍କର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ଯଦିଓ ସେ ତାଙ୍କର ପରିଚୟ ଦେଇ ନାହାନ୍ତି କିନ୍ତୁ ପରୋକ୍ଷ ଭାବରେ ସେ ଏହା କହିଛନ୍ତି ଯେ ସେ ଝାରାଫୁଲ ର ସନ୍ଦେହ ଜନଯା ମୃତ୍ୟୁ ତାଙ୍କୁ ଏବଂ ସମସ୍ତ ମହିଳା ଜାତି କୁ କଷ୍ଟ ଦେଇଚି। ଯେଉଁଭଳି ଭାବରେ ଜଣେ ନିରୀହ ଝିଅର ଜୀବନ ଚାଲିଗଲା ସେଥିପାଇଁ ଦାୟୀ ହେଉଛନ୍ତି ପ୍ରଶାସନ ଏବଂ ସରକାର୍। ନାରୀ ମାନଙ୍କ ସୁରକ୍ଷା ପାଇଁ ତାଙ୍କ ପାଖରେ କୌଣସି ଦୃଢ଼ ପଦକ୍ଷେପ ନାହିଁ।

ଯେଉଁ କାରଣରୁ ପ୍ରଶାସନ ର ମନମାନି ଭିତରେ ଏବେ କେତେ ଯେ ମହିଳା ମାନେ ଅକାରଣରେ ତାଙ୍କର ଜୀବନ ହାରି ଦେଉଛନ୍ତି ତାହା ଦୁଃଖର ବିଷୟ। ଦିନକୁ ଦିନ ଏଭଳି ଖବର ଖବର କାଗଜ ର ଶିରୋନାମା ପାଲଟିବାରେ ଲାଗିଛି। ତଥାପି ପ୍ରଶାସନ ର ଶିଥିଲତା କାରଣରୁ ଅପରାଧୀ ଏପରି କାଣ୍ଡ ଘଟାଇ ଚାଲିଛନ୍ତି। ସେଥିପ୍ରତି କେହି ଭ୍ରୁକ୍ଷେପ ମଧ୍ୟ କରୁ ନାହାନ୍ତି କିମ୍ବା କାହାରି ସମବେଦନା ମଧ୍ୟ ନାହିଁ।

ତେଣୁ ଓଡିଶାରେ ନାରୀକୁ ସମ୍ମାନ ନାହିଁ କିମ୍ବା ନାରୀକୁ ଉଚିତ୍ ସୁରକ୍ଷା ପ୍ରଦାନ କରିବାରେ ସରକାର୍ ବିଫଳ ଅଟନ୍ତି।ସେ ଝରାଫୁଲ ମୃତ୍ୟୁ କୁ ନେଇ ଏପରି ଭାବରେ ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି ଯେ ଭିଡିଓ ମାଧ୍ୟମରେ ସେ ନିଜର ରାଗକୁ ବାହାର କରିଛନ୍ତି।

କେବଳ ଏତିକି ନୁହଁ ଘଟଣାରେ ଅଭିଯୁକ୍ତ ଦୁଇଜଣ, ରାକେଶ ଏବଂ ତାଙ୍କର ସହଯୋଗୀ ଯେଉଁଭଳି ଭାବରେ ଯୁବତୀଙ୍କ ମୃତ ଶରୀରକୁ ନେଇ ଫୋପାଡି ଦେଲେ ତାହା ମଧ୍ୟ ଏକ ଲଜ୍ୟାର ବିଷୟ। ଏଥିପ୍ରତି କେହି ଜଣେ ଭ୍ରୁକ୍ଷେପ ନକରିବା ଏବଂ ଅଣଦେଖା କରି ରହିବା ତାଙ୍କୁ ଅଧିକ ବ୍ୟଥିତ କରିଛି। ଅପରାଧୀ କୁ ଉପଯୁକ୍ତ ଦଣ୍ଡ ଦେଲେ ଯାଇ ଝରାଫୁଲ ଙ୍କ ଆତ୍ମା କୁ ଶାନ୍ତି ମିଳିବ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।