ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସେହି ଗଞ୍ଜାମ ଜିଲ୍ଲା ରେ ପ୍ରଥମେ ତପସ୍ୱୀନି ,ପରେ ଦୀପିକା ନିଜ ଶାଶୂ ଘର ଆଗରେ ଧାରଣା ରେ ବସିଥିଲେ ନ୍ୟାୟ ପାଇଁ। ତେବେ ଗତ ଶନିବାର ଦିନ ପୁଣି ଅନ୍ୟ ଜଣେ ଝିଅ ତନ୍ମୟୀ ମଧ୍ୟ ଶାଶୂ ସୁଷମା ଙ୍କ ଘର ଆଗରେ ଧାରଣା ରେ ବସିଥିଲେ। ତେବେ ବୋହୁ ର ଏହିପରି କାମ କୁ ଦେଖି ଆଉ ତାଙ୍କର କଥା ଶୁଣି ଶାଶୂ ସୁଷମା ମାନସିକ ସ୍ତରରେ ଭାଙ୍ଗି ପଡି ଆତ୍ମହତ୍ୟା କରିଛନ୍ତି।ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ଜଣେ ଆର୍ଡଭକେଟ ନିଜର ମତ ଦେଇଛନ୍ତି ଯାହା ଜାଣିଲେ ଆପଣ ତାଙ୍କର ପ୍ରଶଂସା କରିବେ।
ତେବେ ଆର୍ଡଭକେଟ ଜଣଙ୍କ କହିଛନ୍ତି କି, ଯେମିତି ଝିଅ ମାନେ ଆସି ଶଶୁର ଘର ଆଗରେ ଧାରଣା ରେ ବସୁଛନ୍ତି ଯଦି ପୁଅ ମାନେ ଯାଇ ଝିଅ ଙ୍କ ବାପ ଘର ଆଗରେ ଧାରଣା ରେ ବସିବେ ତେବେ କେମିତି ହେବ।ଯେଉଁ ମାମଲା ରୁଜୁ ହୋଇଛି ତାହାକୁ ନେଇ କୋର୍ଟ ରେ କେସ ଚାଲିଛି ଏବଂ ତାର କୌଣସି ସିଦ୍ଧାନ୍ତ ମଧ୍ୟ ଆସିନାହିଁ। ତେବେ କୋର୍ଟ ରେ ମାମଲା ଚାଲିଥିବା ବେଳେ ତୁମେ ମାନେ ଶଶୁର ଘର ଆଗରେ ଆସି ବସିବା ର କୌଣସି ଯଥାର୍ଥ ନାହିଁ। କାରଣ ତୁମେ ମାନେ ସମସ୍ୟା ର ସମାଧାନ ପାଇଁ କୋର୍ଟ ର ଆଶ୍ରୟ ନେଇଛ।
ସେ ପୁଣି କହିଛନ୍ତି କି, ବିବାହ କରିବା ପରେ ସ୍ବାମୀ ଓ ଶାଶୂ ଘରେ ସମସ୍ୟା ହେଲା ତେଣୁ ତୁମେ ସିଧା ଯାଇ ବାପ ଘର ରହିଲ ଆଉ ସେ ପୁଅ ଓ ପରିବାର ନାମ ରେ କେସ କଲ। ତେବେ ବହୁ କଷ୍ଟରେ ସେମାନେ ଯାଇ କୋର୍ଟ ରୁ ବେଲ ଆଣିଲେ ଆଉ କେସ ଲଢେଇ କଲେ ଅନେକ ପ୍ରକାରର ଲୋକ ନିନ୍ଦା ମଧ୍ୟ ସହିଲେ। କିନ୍ତୁ ଯେତେବେଳେ ତୁମେ ମାନେ ଆଉ ବାପ ଘରେ ରହି ପାରିଲା ନାହିଁ ସେଠି ତଡା ଖାଇଲ ସେତେବେଳେ ଆଦି ଶଶୁର ଘର ଆଗରେ ବସି ଡ୍ରାମା ଆରମ୍ଭ କରିଦେଲେ। ତେବେ ଏହା ନିଶ୍ଚିତ ଭାବରେ ଭୁଲ ଅଟେ।
ଆଉ ସୋସିଆଲ ମିଡ଼ିଆ ତଥା ଲୋକ ମାନେ ଏହାକୁ ପ୍ରସାହନ ଦେଉଛନ୍ତି ବୋଲି ଏହି ମାମଲା ଦିନ କୁ ଦିନ ଅଧିକ ହେବା ରେ ଲାଗିଛି। ଆଉ ଏହି ଘଟଣା କୁ ନେଇ ଆଜି ଜଣେ ଶାଶୂ ସହି ପାରିଲେନି ଆଉ ଆତ୍ମହତ୍ୟା କରିବା କୁ ବାଧ୍ୟ ହେଲେ। ତେବେ ଶାଶୂ ସୁଷମା ଙ୍କ କେସ ରେ ତନ୍ମୟୀ ସହ ଯେଉଁ ମାନେ ତାଙ୍କୁ ସହଯୋଗ କରିଛନ୍ତି ସମସ୍ତ ଙ୍କୁ ପୋଲିସ ସଂଗେ ସଂଗେ ଗିରଫ କରି ଥାନା ରେ ପୁରେଇବା ସହ ତାଙ୍କୁ ଉଚିତ ଦଣ୍ଡ ଦେବା ଆବଶ୍ୟକ। ଏହିପରି ନହେଲେ ଆଜି ଜଣଙ୍କ ର ଜୀବନ ଯାଇଛି କାଲି ଆହୁରି ହଜାର ଲୋକଙ୍କ ଜୀବନ ଯିବ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ତାଙ୍କୁ ସମସ୍ତେ ସମର୍ଥନ ମଧ୍ୟ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।