ବର୍ତ୍ତମାନ ସମାଜରେ ଲୋକମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ କ୍ରମଶଃ ଲୋପ ପାଇବା ପାଇଁ ବସିଲେଣି। ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର ଅନୈତିକ ସମ୍ପର୍କ ବିଷୟରେ ଶୁଣିବା ପାଇଁ ମିଳୁଛି। ଏପରି ଲୋକ ମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିଲାଣି ଯେ, ଲୋକେ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି, ମନ ମଧ୍ୟରେ ଯୌନ ଲାଳସା ରଖି ଦୁଷ୍କର୍ମ ଭଳି କାମ କରିବା ପାଇଁ ପଛାଉ ନାହାଁନ୍ତି। ଏଭଳି ଅନେକ ଲୋକ ଆମ ଆଖପାଖରେ ଅଛନ୍ତି, ସେମାନଙ୍କର ଝିଅ ବହୂଙ୍କ ଉପରେ ଖରାପ ନଜର ରହିଥାଏ। ଏବଂ ମଉକା ଦେଖି ଖରାପ କାମ କରିବା ପାଇଁ ପଛାଇ ନଥାନ୍ତି। ଏଭଳି ଘଟଣା ବିଷୟରେ ଆପଣ ସୋସିଆଲ ମିଡିଆରେ ଅନେକ ଥର ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥିବେ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସିଛି, ଏହାକୁ ଦେଖିଲା ପରେ, ନାରୀ ମାନଙ୍କ ଉପରେ ଖରାପ ନଜର ରେ ଦେଖିବା ବନ୍ଧ କରିଦେବେ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି। ତେବେ ଏହି ଭିଡ଼ିଓ ରେ ଜଣେ ଯୁବକଙ୍କ ମୁହଁରେ ଚୁନକାଳୀ ବଳାଇ ଗାଁଲୋକ ମାନେ ବୁଲେଇ ଥିବା ଦେଖିବା ପାଇଁ ମିଳିଛି। ଚୂନ କାଳୀ ଲଗାଇବାର କାରଣ ଜାଣିଲେ, ଆପଣଙ୍କ ହୋସ ଉଡ଼ିଯିବ। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜ କନିକା ଥାନା ଅନ୍ତର୍ଗତ ପାଟଣା ବଜାରରେ ଦେଖିବା ପାଇଁ ମିଳିଛି। ରାଜ କନିକା ପାଟଣା ବଜାର ରେ ଦୋକାନୀ ଜଣକ କାମ କରନ୍ତି।
ଜୟକୁଣ୍ଡ ଗ୍ରାମର ରଞ୍ଜନ ବାରିକ କାମ କରୁଥିବା ଯୁବତୀଙ୍କୁ ପ୍ରତିଦିନ ହଇରାଣ କରନ୍ତି। ତେବେ ସବୁଦିନ ପରି ଯୁବତୀ କାମ କରୁଥିବା ଦୋକାନ ଭିତରକୁ ଯାଇ, ତାଙ୍କୁ ଅଶୀଳ ଇଙ୍ଗିତ କରିଥିଲେ। ଏହାକୁ ଦେଖି ଯୁବତୀ ଜଣକ ସହି ନପାରି ଚିତ୍କାର କରିଥିଲେ, ଏବଂ ପାଖରେ ଥିବା ଲୋକଙ୍କୁ ଡାକିଥିଲେ। ଏହାପରେ ସେଠାରେ ସମସ୍ତ ଗାଁ ଲୋକ ମାନେ ସେହି ଯୁବକଙ୍କୁ କାବୁ କରିଥିଲେ। ଏହାପରେ ଯୁବତୀ ଜଣକ ସମସ୍ତ ସତ କଥା ବଖାଣି ଥିଲେ, ପ୍ରତ୍ୟେକ ଦିନ ଏହି ଯୁବକ ଆସି ବିଭିନ୍ନ ପ୍ରକାର ଅଶୀଳ ଇଙ୍ଗିତ କରିଥାନ୍ତି। ସବୁ ଦିନ ସହି ସହି ଅତିଶୟ ହୋଇପଡିଥିଲେ।
ସବୁଦିନ ଅପେକ୍ଷା ସେ ସବୁ ସୀମା ପାର କରି ଯାଇଥିଲେ, ଅଶୀଳ ଇଙ୍ଗିତ କରିବା ସହିତ ନିଜ ପ୍ୟାଣ୍ଟ ଜିପ ମଧ୍ୟ ଖୋଲିଦେଇଥିଲେ। ଏହାପରେ ବାଧ୍ୟ ହୋଇ ଯୁବତୀ ଜଣକ ଗାଁ ଲୋକଙ୍କୁ ଡାକିଥିଲେ। ଉପଯୁକ୍ତ ଦଣ୍ଡ ପ୍ରଦାନ କରିଥିଲେ। ମୁହଁରେ ଚୂନ କାଳି ବୋଲି ଗାଁ ଦାଣ୍ଡରେ ବୁଲାଇ ଥିଲେ। ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି। ଏଭଳି ଭିଡ଼ିଓ ଦେଖିଲା ପରେ, ଯେଉଁ ମାନେ ଝିଅ ବୋହୂକୁ ଖରାପ ନଜରରେ ଦେଖିନ୍ତି, କେବେବି ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିବେ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।