ଝିଅଟି ପୁଅଙ୍କୁ କହିଲା ଏମତି, ଭିଡ଼ିଓ ଦେଖିଲେ ହୋସ ଉଡିଯିବ….ଦେଖନ୍ତୁ ଭିଡ଼ିଓ

ପୁଅ ମାନଙ୍କ ଭଳି ଝିଅ ମାନଙ୍କର ମଧ୍ୟ ଏ ସମାଜରେ ସମାନ ଅଧିକାର ଏବଂ ସ୍ଥାନ ରହିଛି। ବେଳେବେଳେ କିନ୍ତୁ ସେମାନଙ୍କ ଭିତରେ ବିଭିନ୍ନ ଦୃଷ୍ଟି କୋଣରୁ ତଫାତ ବା ଫରଖ ସୃଷ୍ଟି କରାଯାଏ ଯଦିଓ ସେମାନଙ୍କ ଭିତରେ ସେମିତି କିଛି ସାଂସ୍କୃତିକ ପାର୍ଥକ୍ୟ ନାହିଁ। ନିଶ୍ଚିତ ଭାବରେ ଝିଅ ଏବଂ ପୁଅ ମାନଙ୍କୁ ନେଇ କିଛି ଲୋକଙ୍କ ଭିନ୍ନ ହୋଇଥାଏ। ଏବେ ସୋସିଆଲ ମିଡିଆରେ ଜଣେ ଝିଅର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ ରେ ସେ ପୁଅ ମାନଙ୍କ ବିଷୟରେ କିଛି କଥା କହୁଥିବାର ଜଣା ପଡ଼ିଛି।ତେବେ ଆସନ୍ତୁ ଜାଣିବା ଏହି ଭଉଣୀ ଜଣଙ୍କ ପୁଅ ମାନଙ୍କ ବିଷୟରେ କଣ କହୁଛନ୍ତି।

ଭଉଣୀ ଜଣଙ୍କ ଏକ ଭିଡିଓ କରି କହିଛନ୍ତି ଯେ କିଏ କହିଲା ପୁଅ ମାନଙ୍କ ଜୀବନରେ କଷ୍ଟ ନାହିଁ ବୋଲି, ସେମାନେ ଘର ଛାଡ଼ି ଦୂର ସହରକୁ ଯାଆନ୍ତି ନିଜ ଘରର ଖୁସି ପାଇଁ। ରୋଜଗାର କରିବା ପାଇଁ ତାଙ୍କୁ ବାହାରେ ଯାଇ ରହିବାକୁ ପଡେ। ସେମାନେ ୧୨ ଘଣ୍ଟା ଡିଉଟି କରି ୨୪ ଘଣ୍ଟା ଅଭର୍ ଡିଉଟି କରନ୍ତି ନିଜ ଘରର ଖୁସି ପାଇଁ। ଯଦି ୧୦ ହଜାର ଟଙ୍କା ସାଲେରି ପାଆନ୍ତି ତେବେ ସେମାନେ ୨ ହଜାର ଟଙ୍କା ପାଖରେ ରଖି ଆଉ ସବୁ ଘରକୁ ପଠାଇ ଦିଅନ୍ତି କେବଳ ନିଜ ଘରର ଖୁସି ପାଇଁ।

ନିଜ ଘରକୁ ସେମାନେ ଛୁଟି ନେଇ ୧୫ ଦିନ ମାସେ ପାଇଁ ବୁଲିବାକୁ ଆସନ୍ତି କୁଣିଆ ହୋଇ,ନିଜର ଘରର ଖୁସି ପାଇଁ।ନିଜ ହାତରେ ପାଣି ଗ୍ଲାସ୍ ଟେ ଉଠାଇ ପିଉ ନଥିବା ପୁଅ ବାହାରେ ରହି କେତେ କଣ କାମ କରନ୍ତି,ଝାଡୁ କରନ୍ତି, ନିଜେ ରୋଷେଇ କରି ଖାଆନ୍ତି, ଏମିତି ଅନେକ କିଛି। ଥରେ ତାକୁ ପଚାରି ଦେଖ ସେ ନିଜ ଛାତିରେ କେତେ କଷ୍ଟକୁ ଚାପିକି ରଖିଛି। କିନ୍ତୁ କହାକୁ ସେ କହି ପାରେନି କି କୁହେନି, କେବଳ ନିଜ ଘରର ଖୁସି ପାଇଁ, ନିଜ ବାପା ମାଆ, ଭାଇ ଭଉଣୀ ଙ୍କ ଖୁସି ପାଇଁ। ସେମାନଙ୍କର ବି ହୃଦୟ ଅଛି,ଆଉ ସେମାନଂକୁ ବି କଷ୍ଟ ହୁଏ। କିନ୍ତୁ ସେମାନେ କଷ୍ଟ କାହାକୁ ଦେଖାଇ ପାରନ୍ତି ନାହିଁ କି କହି ପାରନ୍ତି ନାହିଁ।

ସେହି ଭାଇ ମାନଙ୍କୁ ମୋର ହୃଦୟରୁ ସମ୍ମାନ ଏବଂ ସାଲୁଟ ଜଣାଉଛି ବୋଲି କହିଛନ୍ତି ଏହି ଭଉଣୀ ଜଣଙ୍କ।ସେ ଶେଷରେ ଏହା କହିବା ସହିତ ଏହା ମଧ୍ୟ କହିଛନ୍ତି ଯେ କଷ୍ଟ ସେମାନଂକୁ ବି ହୁଏ, ବହୁତ୍ ଅଧିକ କଷ୍ଟ ସେମାନଂକୁ ହୁଏ କିନ୍ତୁ ତାଙ୍କ କଷ୍ଟକୁ କେହି ଦେଖି ପାରନ୍ତି ନାହିଁ କାରଣ ସେମାନେ କଷ୍ଟ ହେଲେ ବି ସମସ୍ତଙ୍କ ଆଗରେ କାନ୍ଦି ପାରନ୍ତି ନାହିଁ। ତେବେ ଭଉଣୀ ଜଣଙ୍କ ଏହିଭଳି କିଛି କଥା ପୁଅ ମାନଙ୍କ ବିଷୟରେ କହିଛନ୍ତି ଏବଂ ସମସ୍ତଙ୍କ ମନକୁ ଛୁଇଁଛନ୍ତି।ଭିଡିଓ ସମସ୍ତଙ୍କ ମନରେ ପୁଅ ମାନଙ୍କ ପ୍ରତି ଏକ ଭଲ ଧାରଣା ସୃଷ୍ଟି କରିବ ଏବଂ ପୁଅ ମାନଙ୍କ ମନକୁ ବୁଝିଲା ଭଳି ଏବଂ ହୃଦୟକୁ ଛୁଇଁଲା ଭଳି ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment