ଦେଖନ୍ତୁ Exclusive ଭିଡିଓ- ଝିଅର ବାହାଘରକୁ ଆଉ ମାତ୍ର 5ଦିନ ବାକିଥିଲା ,ଝିଅର ମା’କୁ ଦଳିଦେଲା ହାତୀ..ଆଉ ତାପରେ ଯାହା ଘଟିଲା ଦେଖିଲେ ହୋସ ଉଡିଯିବ….

ଝିଅ ବାହାଘର ପୂର୍ବରୁ ଚାଲିଗଲା ଝିଅର ମା। ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି ପାଞ୍ଚଦିନ ପରେ ଝିଅ ବାହା ହୋଇ ଯାଇଥାନ୍ତା ତା ଶାଶୁ ଘରକୁ। ସମସ୍ତେ ବେଶ୍ ଖୁସି ଥିଲେ । ଘରେ ବନ୍ଧୁ ବାନ୍ଧବଙ୍କ ଭିଡ ଜମିବା ସହ ହସ ଖୁସିରେ ଘର ଫାଟି ପଡ଼ୁଥିଲା। ହେଲେ ସବୁ କିଛି ହୋଇଗଲା ଓଲଟ ପାଲଟ। ଚାଲିଗଲା ଝିଅ ମାର ଜୀବନ ହସ ଖୁସିର ବାତାବରଣ ମଧ୍ୟରେ ଯେମିତି କାହାର ନଜର ଲାଗି ଗଲା ଖୁସିର ଆଲୁଅ ଲିଭି ଯାଇ ମାଡ଼ି ଆସିଲା ଘନ ଅନ୍ଧାର। ଆଉ ଏବେ ଘରେ ଚାଲିଛି କାନ୍ଦ ବୋବାଳି।ବନ୍ଧୁ ବାନ୍ଧବ ସମସ୍ତେ ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି। ବିବାହକୁ ମାତ୍ର ପାଞ୍ଚ ଦିନ ବାକିଥିବା ବେଳେ ମାକୁ ଆସି ଦଳି ଦେଇ ଗଲେ ଗୋଠ ଛଡା ଦନ୍ତା ହାତୀ ଆଉ ଅଳ୍ପକେ ବର୍ତ୍ତି ଗଲା ଝିଅ କିନ୍ତୁ ଚାଲିଗଲା ମାର ଜୀବନ।

ହଁ ଆଜ୍ଞା ଏମିତି ଏକ ଦୁଃଖଦ ଘଟଣା ଘଟି ଯାଇଛି ଢେଙ୍କାନାଳ ଜିଲ୍ଲାରେ। ଢେଙ୍କାନାଳ ଜିଲ୍ଲାର ମୋଟଗାଆଁ ଥାନ ଅନ୍ତର୍ଗତ ତାଳଦଣ୍ଡା ଗାଁରେ। ମୃତ ମହିଳା ଜଣଙ୍କ ହେଉଛନ୍ତି ଦୀପ୍ତିମୟୀ ସାହୁ। ମା ଝିଅ ଶୌଚ ହେବକୁ ଗାଁ ଦାଣ୍ଡ ବିଲ୍ ପାଖକୁ ଯାଇଥିଲେ। ଏହି ସମୟରେ ଗୋଠ ଛଡା ଦନ୍ତା ହାତୀଟି ସନ୍ଧ୍ୟା ରେ ରାଜପଥ ଦେଇ ରେଳପଥ ପାର ହୋଇ ତାଳଦଣ୍ଡା ଗାଁ ଆଡ଼କୁ ମୁଁହାଇ ଥିଲା।ତାଳଦଣ୍ଡା ଗାଁ ଦେଇ ହାତୀଟି ନଗାରୀ ଗାଁ ଆଡ଼କୁ ଯାଉଥିବା ବେଳେ ଦୀପ୍ତିମୟୀ ଏବଂ ତାଙ୍କ ଝିଅ ହାତୀ ହାବୁଡ଼ରେ ପଡି ଯାଇଥିଲେ।

ଏହାପରେ ହାତୀଟି ଦୀପ୍ତିମୟୀଙ୍କୁ ତା ଶୁଣ୍ଢରେ କଚାଡ଼ି ଦେଇଥିଲା। ଆଉ ଝିଅରାଇଟ ମାକୁ ରକ୍ଷା ନକରି ପାରି ଭୟରେ ଦୌଡି ପଳାଇ ଥିବାରୁ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ। ଆଖପାଖ ଲୋକେ ହୋ ହାଲା କରିବାରୁ ହାତୀଟି ନିକଟସ୍ଥ ଚାଷ ଜମିକୁ ପଳାଇ ଯାଇଥିଲା। ଏହାପରେ ଘଟଣା ସ୍ଥଳରେ ପହଁଚି ଥିଲେ ସ୍ଥାନୀୟ ଲୋକେ କିନ୍ତୁ ସେତେବେଳ କୁ ସବୁ କିଛି ଶେଷ ହୋଇ ଯାଇଥିଲା। ଗାଁ ଲୋକେ ସେଠାରେ ପହଁଚିବା ପୂର୍ବରୁ ଦୀପ୍ତିମୟୀଙ୍କ ଜୀବନ ଚାଲି ଯାଇଥିଲା।

ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ଆଉ ସେପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଦୀପ୍ତିମୟୀଙ୍କ ପୁରା ପରିବାର। ବାହାଘର ମୁଣ୍ଡ ଉପରେ ରହିଥିବା ବେଳେ ଏବେ ମୋଙ୍କ ମୃତ୍ୟୁର ଦୁଃଖ ସମସ୍ତଂକ ଆଖିରେ ଲୁହ ଆଣି ଦେଇଛି। ଯେଉଁ ମାର ସ୍ଵପ୍ନ ଥିଲା ଝିଅକୁ କନିଆଁ ବେଶରେ ଦେଖିବା ସେଇ ମାର ସ୍ବପ୍ନ ଆଜି ଅଧାରେ ରହି ଯାଇଛି। ଆଉ ସବୁଦିନ ପାଇଁ ମା ଝିଅ ଆଉ ପରିବାର ଲୋକଙ୍କ ଆଖିରେ ଲୁହ ଦେଇ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment