ଜୀବନ ଯୁଦ୍ଧରେ ନ ହାରି, ସ୍ବାମୀ ଚାଲିଗଲା ପରେ ଶେଷରେ ପରିବାର ପୋଷଣ ପାଇଁ ଅଟୋ ଚଳାଇବା ଆରମ୍ଭ କରିଛନ୍ତି ମହିଳା..ଏହି “ଭଉଣୀ”ଙ୍କ ସେୟାର ନିଶ୍ଚିତ କରନ୍ତୁ…..

0

ଅଭାବ ଓ ଅସୁବିଧାରେ ପଡ଼ିଲେ ଅନେକଙ୍କ ମନବଳ ଦୁର୍ବଳ ହୋଇ ଯାଏ।ଏଥି ପାଇଁ କେହି କେହି ଭାଗ୍ୟକୁ ନିନ୍ଦିବା ପାଇଁ ମଧ୍ୟ ପଛାନ୍ତି ନାହିଁ।ଆଉ କେହି ଆଉ କେହି ବ୍ୟବସ୍ଥା ଉପରକୁ ଆଙ୍ଗୁଳି ଉଠାନ୍ତି।ସହଜ ହୁଏନି ସମାଧାନ ର ବାଟ ଖୋଜି ପାଇବା।

ହେଲେ ଆମେ ଯେମିତି ଜଣେ ମଣିଷଙ୍କ ଘଟଣା ବହୁଳ ଜୀବନକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିଛୁ ଯାହାଙ୍କ ବିଷୟରେ ଜାଣିଲେ ଜଣେ ସଚେତନଶୀଳ ବ୍ୟକ୍ତି ଘଡ଼ିଏ ଚିନ୍ତା କରିବା ପାଇଁ ବାଧ୍ୟ ହେବେ।ଆଜିର ଏହି ବିଜ୍ଞାନ ଯୁଗର ମାତା ପିତା ମାନେ ଝିଅକୁ ଏକ ଅଭିଶାପ ବୋଲି ଭାବୁଛନ୍ତି।ଝିଅକୁ ଏକ ବୋଝ ବୋଲି ଭାବୁଛନ୍ତି।ତେଣୁ ସେମାନେ କନ୍ୟା ଭ୍ରୁଣ ହତ୍ୟା କରୁଛନ୍ତି।

ସରକାର ଙ୍କ ତରଫରୁ ଯେତେବି ସଚେତନତା ଅଭିଯାନ ଆରମ୍ଭ କରା ଗଲେ ମଧ୍ୟ ଆଜିବି ଅନେକ ପିତା ମାତା କନ୍ୟା ସନ୍ତାନ କୁ ନିଜ ପାଇଁ ଏକ ଅଭିଶାପ ବୋଲି ଭାବୁଛନ୍ତି।ତେଣୁ ଆଜି ଦେଶରେ ଝିଅ ସଂଖ୍ୟା କମି କମି ଯାଉଛି।

ଏହି ପରି ଚିନ୍ତା ଧାରା ଥିବା ପିତା ମାତାଙ୍କୁ ଏବେ ଜ୍ୟୋତିର୍ମୟୀ ନାମକ ଏକ ବିଧବା ମହିଳା ଏମିତି କିଛି କରି ଦେଖାଇଛନ୍ତି ଯାହା ପାଇଁ ସେମାନଙ୍କ ଚିନ୍ତାଧାରା ବଦଳି ଯିବ।ଆଠଗଡ଼ ର ଏହି ମହିଳା ସମସ୍ତ ନାରୀ ଜାତୀ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।ଆଠଗଡ଼ ସହରର ବାଣିକଣ୍ଠ ନଗରରେ ରୁହନ୍ତି ଜ୍ୟୋତିର୍ମୟୀ ଦଳେଇ।ଗତ ୧୦ ମାସ ପୂର୍ବେ ତାଙ୍କ ସ୍ୱାମୀ ଅଟୋରେ ଭଡ଼ା ନେଇ କଟକ ଯାଇ ଥିଲେ ଓ ଭଡ଼ା ସାରି ଘରକୁ ଫେରିବା ସମୟରେ ତାଙ୍କର ଦୁର୍ଘଟଣା ଘଟିଥିଲା।

 ସେହି ଦୁର୍ଘଟଣାରେ ତାଙ୍କ ସ୍ୱାମୀ ପ୍ରାଣ ହରାଇ ଥିଲେ।ତାଙ୍କ ପରିବାରରେ ସ୍ୱାମୀ ହିଁ ଏକା ରୋଜଗାର କରୁ ଥିଲେ।ତେଣୁ ତାଙ୍କ ସ୍ୱାମୀ ଙ ଦେହାନ୍ତ ପରେ ତାଙ୍କ ଶାଶୂ ଘରେ ମଧ୍ୟ ଘୋର ଅଭାବ ଅନଟନ ଦେଖା ଦେଇଥିଲା।ତେଣୁ ସେ ତାଙ୍କ ଦୁଇ ପୁଅ ଝିଅଙ୍କୁ ଧରି ଆଠଗଡ଼ ସ୍ଥିତ ତାଙ୍କ ବାପ ଘରକୁ ଚାଲି ଆସିଥିଲେ।

ହେଲେ ବାପ ଘରେ ମଧ୍ୟ ପରିସ୍ଥିତି ସେମିତି ଥିଲା।ତାଙ୍କ ବାପା କିଛି ବର୍ଷ ତଳେ ଆରପରିକୁ ଚାଲି ଯାଇ ଥିଲେ।ତେଣୁ ଘରେ ତାଙ୍କ ବୃଦ୍ଧ ବିଧବା ମାଆ ଙ୍କ ସହିତ ଜ୍ୟୋତିର୍ମୟୀ ଦୁଖଃ କଷ୍ଟରେ ଚଳିଲେ।ତେବେ ପିଲା ମାନଙ୍କ ଭବିଷ୍ୟତ କୁ ଦେଖି ଜ୍ୟୋତିର୍ମୟୀ ସ୍ୱାମୀ ଙ୍କ ଭଙ୍ଗା ଅଟୋ କୁ ମରାମତି କରି ଏବେ ସେ ନିଜେ ଅଟୋ ଚଳାଉଛନ୍ତି।ସେଥିରୁ ଯାହା ରୋଜଗାର ହେଉଛି ସେଥିରେ ତାଙ୍କ ପରିବାର ଚାଲୁଛି ଓ ଗାଡ଼ିର କିସ୍ତି ଟଙ୍କା ମଧ୍ୟ ଦେଉଛନ୍ତି।

ତେବେ ଏପର୍ଯ୍ୟନ୍ତ ତାଙ୍କୁ ବିଧବା ଭତ୍ତା ଟିଏ ମଧ୍ୟ ମିଳି ପାରି ନାହିଁ କି ରହିବା ପାଇଁ ତାଙ୍କର ଘର ଖଣ୍ଡିଏ ମଧ୍ୟ ନାହିଁ।ତେବେ ଏହି ଖବର ସମ୍ପର୍କରେ ସୂଚନା ପାଇବା ପରେ ଆଠଗଡ଼ ଜିଲ୍ଲାପାଳ କହିଛନ୍ତି କି ଜ୍ୟୋତିର୍ମୟୀ ଙ୍କୁ ଖୁବ ଶୀଘ୍ର ପ୍ରଶାସନ ତରଫରୁ ସୁବିଧା ଯୋଗାଇ ଦିଆ ଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।