ଜୀଵନ ସହ ଲଢେ଼ଇ କରୁଛି ୧୩ ବର୍ଷର ବାଳକ ସୋସିଆଲ ମିଡ଼ିଆ ମାଧ୍ୟମରେ ସାହାଯ୍ୟ ଭିକ୍ଷା କରୁଛନ୍ତି ପିତା-ମାତା ଆପଙ୍କର ଗୋଟିଏ ସେୟାର ଏହି କୁନି ପିଲାକୁ ବଞ୍ଚାଇ ପାରିବ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବଡ଼ ଲୋକଙ୍କ ପାଖରୁ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତଙ୍କୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ପକାଇ ଦେବ କେହି ମଧ୍ୟ କହି ପାରିବେ ନାହିଁ। ଏଭଳି କିଛି ଘଟଣା ଘଟିଥାଏ ଯାହାକୁ ଦେଖିବା ମାତ୍ରେ ବହୁତ କଷ୍ଟ ଲାଗିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ବହୁତ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଜଣେ ୧୩ ବର୍ଷର ବାଳକ ମୃତ୍ୟୁ ସହିତ ଲଢ଼ୁଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ବହୁତ ବଡ଼ ଦୁଃଖ ବିଷୟର ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବରଗଡ ଜିଲ୍ଲା ବିଜେପୁର ଯୋଖାପାଲି ଗ୍ରାମରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗ୍ରାମର ଜଣେ ଗିରିଶ ଚନ୍ଦ୍ର ସା ନାମକ ଜଣେ ଯୁବକ ପିଟି ଶିକ୍ଷକ ଭାବରେ ସ୍କୁଲରେ କାର୍ଯ୍ୟ କରନ୍ତି ଓ ତାଙ୍କର ଏକ ମାତ୍ର ପୁଅ ତୁଷାର ସା ତା’ର ବୟସ ମାତ୍ର ୧୩ ବର୍ଷ ଅଟେ। ସେ ଶିଶୁମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପାଠ ପଢେ। ସେ ଖେଳକୁ ଭଲ ପାଇବା ସହିତ ଭଲ ପାଠ ମଧ୍ୟ ପଢୁଥାଏ। ସବୁ ମିଛି ଠିକ ଠାକ ଥିବା ସମୟରେ ଏକ ଦୁଃଖର ବିଷୟ ସମ୍ନାକୁ ଆସିଛି।ତେବେ ହଠାଥ ଗତ କିଛି ଦିନ ତଳେ ସେହି ଛୋଟ ପିଲାଟିକୁ ସାଧରଣ ଭାବରେ ଜ୍ୱର ହୋଇଥିଲା ଓ ଧୀରେ ଧୀରେ ବଢିବାକୁ ଲାଗିଥିଲା, ସେଥିପାଇଁ ତାକୁ ବୁର୍ଲା ମେଡିକାଲରେ ନେଇ ଭର୍ତ୍ତି କରିଥିଲେ। ସେଠି ଚିକିତ୍ସା ଅସୁବିଧା ହେବାରୁ ତା’ର ସ୍ୱାସ୍ତ୍ୟ ଅବସ୍ଥା ଅତ୍ୟଧିକ ଭାବରେ ଗୁରୁତ୍ବର ହୋଇ ପଡିଲା, ସେଥିପାଇଁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଗଲା।

କଟକ ବଡ଼ ମେଡିକାଲରେ ICU ଓ ଭେଣ୍ଟିଲେଟରର ସୁବିଧା ସୁଯୋଗ ନଥିବାରୁ ତାକୁ ଭୁବନେଶ୍ୱର ଉତ୍କଳ ମେଡିକାଲକୁ ନେଇ ଆସିଥିଲେ। ସେଠି ତା’ର ସିଟି ସ୍କାନ ହୋଇଥିଲା ଓ ରିପୋର୍ଟରୁ ଜଣା ପଡି ଥିଲା ଯେ ତା’ର ୭୦ ପ୍ରତିଶତ ଫୁସଫୁସ ନଷ୍ଟ ହୋଇ ଯାଇଛି ଓ ଚିକିତ୍ସା ପାଇଁ ପ୍ରାୟ ୧୦ ଲକ୍ଷ୍ୟରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। ଏହା ଶୁଣି ବାପା ଓ ମାଆ ଚିନ୍ତାରେ ପଡ଼ି ଯିବା ସହିତ ଏତେ ଟଙ୍କା କେଉଁଠୁ ଯୋଗାଡ଼ କରିବେ ବୋଲି ଚିନ୍ତା କରୁଛନ୍ତି। ପୁଅକୁ ବଞ୍ଚାଇବା ପାଇଁ ବାପା ଓ ମାଆ ସମସ୍ତଙ୍କ ନିକଟରେ ଗୁହାରି କରିଛନ୍ତି। ପିଲାଟି ଖିବ ଶୀଘ୍ର ସୁସ୍ଥ ହୋଇଯାଉ ବୋଲି ଭଗବାନଙ୍କ ନିକଟରେ ପାର୍ଥନା କରୁଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment