ଯୁବତୀଙ୍କଠାରୁ ଚାପୁଡା ଖାଇଥିଲେ, ଏବେ ସେହି କ୍ୟାବ ଚାଳକ କରିବେ ରାଜନୀତିରେ ଏଣ୍ଟ୍ରି, ପ୍ରଥମେ ନେବେ ପ୍ରତିଶୋଧ ବୋଲି କହିଲେ କ୍ୟାବ ଡ୍ରାଇଭର…

0

ସମାଜରେ ବହୁତ ଗରିବ ଶ୍ରେଣୀର ଲୋକ ମାନେ ଅଛନ୍ତି କିନ୍ତୁ ଅନ୍ୟ ଲୋକ ମାନେ ସେମାନଙ୍କୁ ଖାତିର କରନ୍ତି ନାହିଁ। କିନ୍ତୁ ସମାଜରେ କାହାକୁ କେବେ ହେଲେ ଛୋଟ ଭାବିବେ ନାହିଁ, କାରଣ ସମୟ ଆସିବ ସେହି ବ୍ୟକ୍ତି ମାନେ ଉଚ୍ଚ ସ୍ଥାନକୁ ଯାଇ ଥାଆନ୍ତି ଓ ସମସ୍ତେ ସେମାନଙ୍କୁ ବହୁତ ପ୍ରଶଂସା କରି ଥାଆନ୍ତି। ତେବେ ନିକଟରେ ଏଭଳି କିଛି ଘଟଣା ସମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇଯିବେ। ତାହା ହେଉଛି ଯୁବତୀଙ୍କ ଠାରୁ ମାଡ଼ ଖାଇଥିବା କ୍ୟାବ ଡ୍ରାଇଭର ରାଜନୀତିରେ ପ୍ରବେଶ କରିବେ ବୋଲି ଶୁଣିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଉତ୍ତରପ୍ରଦେଶର ରାଜଧାନୀ ଲଖନୌ ସହରରେ କିଛି ଘଟଣା ଦେଖିବା ପାଇଁ ମିଳିଥିଲା। ସାତତଲା ନାମକ ଜଣେ ଯୁବକ ଯିଏ କି କ୍ୟାବ ଡ୍ରାଇଭର ଅଟନ୍ତି ଓ ସେ ଲଖନୌ ସହରର ବିଚ ରାସ୍ତା ଉପରେ ଯାଉ ଥିଲେ। ସେହି ସମୟରେ ପ୍ରିୟଦର୍ଶନୀ ନାମକ ଜଣେ ଯୁବତୀ ସେହି ଯୁବକଙ୍କୁ ଗାଡି ଭିତରୁ ଟାଣି ଆଣି ବିଚ ରାସ୍ତା ଉପରେ ଟ୍ରାଫିକ ପୋଲିସଙ୍କ ସମ୍ମୁଖରେ ଖୁବ ଜୋର ସୋର ଭାବରେ ଚାପୁଡ଼ା ପିଟି ଚାଲିଥିଲେ ଓ ଏଥି ସହିତ ସାର୍ଟ କଲରୁକୁ ମଧ୍ୟ ଘୋଷଡି ଦେଇଥିଲେ।

ତେବେ ଘଟଣା ସ୍ଥଳରେ ଅନେକ ଲୋକ ମାନେ ଥାଇ ମଧ୍ୟ ରୋକିବା ପାଇଁ କେହି ହେଲେ ବି ଆସି ନଥିଲେ, ଘଟଣାଟିକୁ ଦେଖି ସମସ୍ତେ ଚୁପ ଚାପ ରହୁଥିଲେ। ଏମିତିକି ପୋଲିସ ମଧ୍ୟ ଯୁବତୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟି ଯୁବକଙ୍କ ଧମକେଇ ଥାନାକୁ ନେଇ ଯାଇ ଥିଲେ। ସେହି ଦିନର କଥାକୁ ଯୁବକ ଜଣଙ୍କ ଭୁଲି ପାରି ନଥିଲେ। ସେହି ଦିନ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ଼ ଖବର ଶୁଣିବା ପାଇଁ ମିଳିଛି।

ତେବେ ବର୍ତ୍ତମାନ ସାତତ ରାଜନୀତିରେ ପ୍ରେବେଶ କରିବେ ବୋଲି ଜଣା ପଡୁଛି। ଉତ୍ତରପ୍ରଦେଶର ବିଧାନସଭାର ନିର୍ବାଚନ ପୂର୍ବରୁ ଆଖିଲେଶ ଯାଦବଙ୍କ ମାମୁଁ ସିପାଲ ଯାଦବଙ୍କ ଦଳରେ ସାତତ ଯୋଗ ଦେଇଛନ୍ତି। ସେ ଦଳରେ ଯୋଗ ଦେବା ପରେ କହିଛନ୍ତି ଯେ, ସେଦିନ ତାଙ୍କ ସହିତ ଯେଉଁ ଘଟଣା ଘଟି ଥିଲା, ସେହି ଘଟଣାକୁ ଜୀବନରେ କେବେ ହେଲେ ଭୁଲି ପାରିବେ ନାହିଁ। ଏଥି ସହିତ କହିଛନ୍ତି ଯେ, ଜଣେ ଯୁବତୀଙ୍କ ଦ୍ଵାରା ସେ ଯେଉଁ ଭଳି ଭାବରେ ନିର୍ଯ୍ୟାତନା ଓ ଅପମାନିତ ହୋଇଥିଲେ, ଆଗକୁ କୌଣସି ବି ପୁରୁଷ ସେ ଭଳି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତୁ ନାହିଁ। ଯଦି ଯେଉଁଠି ପୁରୁଷଙ୍କ ଉପରେ ଅନ୍ୟାୟ କାର୍ଯ୍ୟ ହେବ ସେ ସ୍ୱର ଉଠାଇ ଲଢେଇ କରିବେ। ସେଥିପାଇଁ ସେ ଏହି ଲକ୍ଷ୍ୟ ରଖି ରାଜନୀତିରେ ପ୍ରେବେଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।