ଆଶ୍ଚର୍ଯ୍ୟ ଭିଡ଼ିଓ ! ଯୁବତୀଙ୍କର ରାସ୍ତା ମଝିରେ ପ୍ରଥମ ଥର ହେଲା ଋତୁସ୍ରାବ, ତା ପରେ ଜଣେ ପୁଅଟି ଏମିତି କଲା, ଦେଖିଲେ ହୋଇଯିବେ ଚକିତ…

0

ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କୁ ଦେବୀ ବୋଲି କୁହାଯାଏ।ନାରୀ ମାନଙ୍କୁ ଘରର ଲଷ୍ମୀ ବୋଲି ମଧ୍ୟ କୁହାଯାଏ। ମହିଳା ମାନଙ୍କୁ ସମ୍ମାନ ଦେବା ହେଉଛି ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର।ଆମକୁ ଏହି ସଂସାର କୁ ଆଣିଛନ୍ତି ଆମ ମାଆ, ଆମକୁ ସ୍ନେହ ଓ ମମତା ରେ ବାନ୍ଧି ରଖିବା ପାଇଁ ଜଣେ ଭଉଣୀ ର ଆବଶ୍ୟକ, ସାରା ଜୀବନ ଆମକୁ ପ୍ରେମ ଓ ଭଲ ପାଇବାରେ ବାନ୍ଧି ରଖିବା ସହ ସାରା ଜୀବନ ଆମ ଜୀବନସାଥୀ ହୋଇ ରହିବା ପାଇଁ ସ୍ତ୍ରୀ ର ଆବଶ୍ୟକ,ଛୋଟ ବେଳେ ରାତିରେ ଶୋଇବା ପୂର୍ବରୁ ଗପ ଶୁଣେଇବା ପାଇଁ ଜେଜେ ମାଆ ର ଆବଶ୍ୟକ।

ତେଣୁ ଜଣେ ପୁରୁଷ ର ଜୀବନ ନାରୀ ମାନଙ୍କ ବିନା ଅସମ୍ପୂର୍ଣ୍ଣ।ତେଣୁ ସବୁ ସାଧାରଣ ପୁରୁଷ ମାନଙ୍କ ଦାୟୀତ୍ବ ସ୍ୱରୂପ ଅଟେ ।ତେବେ ଆଜି ଆମେ ଏକ ସେମିତି କାହାଣୀ ଘଟଣା ବିଷୟ ରେ ଜାଣିବା ;

ମହିଳା ମାନଙ୍କ ର ଋତୁସ୍ରାବ ହେବା ଏକ ଶରୀର ଏଇ ସାଧାରଣ ପକ୍ରୀୟା ଅଟେ । ଋତସ୍ରାବ ବା ମାସିକ ଧର୍ମ ସବୁ ନାରୀ ମାନଙ୍କ ର ଶରୀର ର ଗର୍ଭ ଧାରଣ ର କ୍ଷମତା କୁ ସୂଚାଇ ଥାଏ । ଏହି ମେନ୍ସ ବା ପିରିଆଡ ଯେତେବେଳେ ପ୍ରଥମ ଥର ପାଇଁ ହୋଇଥାଏ ତେବେ ଝିଅ ମାନଙ୍କୁ ଖୁବ୍ ଅସୁବିଧା ହୋଇଥାଏ ଓ ଆମ ସମାଜ ରେ ଏହାକୁ ଏକ ଶରୀର ର ଏକ ସାଧାରଣ ବାଓଲୋଜିକଲ ପ୍ରକ୍ରିୟା ଭାବେ ଗ୍ରହଣ ନକରି ଏହାକୁ ଲଜ୍ୟା ଜନକ ଭାବେ ଗ୍ରହଣ କରୁ ଥିବାରୁ ଏହାକୁ ଝିଅ ମାନଙ୍କୁ ଗୋପନୀୟ ରଖିବା ପାଇଁ ପଡ଼ିଥାଏ ।ତେବେ ଏହି ମାସିକ ଧର୍ମ କେତେବେଳେ ପ୍ରଥମ ଥର ପାଇଁ ହେବ ଏହାକୁ କେହି ମଧ୍ୟ ଜାଣି ନାହାନ୍ତି ।

ତେବେ ଏମିତି ଏକ ଘଟଣା ବିଷୟ ରେ ଆମେ ଆଲୋଚନା କରିବା । ଗୋଟିଏ ଝିଅ ନିଜ ଘର ପାଖରୁ ୩ କିମି ଦୂରରେ ଥିବା ମାର୍କେଟ କୁ କୌଣସି ଜିନିଷ ଆଣିବା ପାଇଁ ଯାଇଥିବା ସମୟ ରେ ତାର ପ୍ରଥମ ଥର ପାଇଁ ମେନ୍ସ ହୋଇଥିଲା। ଝିଅ ଟି ମଧ୍ୟ ଏକ ଧଳା କଲର ଫ୍ରକ୍ ପିନ୍ଧି ଥିବାରୁ ତାର ଡ୍ରେସ ରକ୍ତ ରେ ଲାଲ୍ ଦେଖା ଯାଉଥିଲା ଯେଉଁଥି ପାଇଁ ତାକୁ ସମସ୍ତେ ଘୁରି ଚାହୁଁଥିଲେ ।

ତେବେ ଏମିତି ପରିସ୍ଥିତି ରେ ଝିଅ ଟିକୁ ମଧ୍ୟ ଖୁବ୍ ଖରାପ ଲାଗିଲା ଓ ସେ କିଛି ନଜାଣି ପାରି ଏକ ସ୍କୁଟି ପାଖରେ ଛିଡ଼ା ହୋଇ ପଡ଼ିଲା । ତେବେ ଏହି ସବୁ ଦୃଶ୍ୟ ଜଣେ ଭଦ୍ର ବ୍ୟକ୍ତି ଦେଖୁଥିଲେ ଓ ସେ ଝିଅ ଟି ପାଖକୁ ଆସି ତାକୁ ତାର ସମସ୍ୟା ପଚାରି ବୁଝି ଥିଲେ । ଏହା ପରେ ପାଖ ଦୋକାନ ରୁ ପ୍ୟଡ କିଣି ଆଣି ଯୁବତୀ ଙ୍କୁ ପିନ୍ଧିବା ପାଇଁ ଦେଇଥିଲେ ଏହାପରେ ଏକ ଟ୍ୟାକ୍ସି କରି ଯୁବତୀ ଙ୍କୁ ତାଙ୍କ ଘରେ ଛାଡ଼ି ଦେଇ ଆସିଥିଲେ ।

ଆପଣ ମାନଙ୍କୁ ଜଣାଇ ଦେଉଚୁ ଯେ ନାରୀ ମାନଙ୍କ ର ଋତୁ ସ୍ରାବ ବା ମେନ୍ସ ଏକ ସାଧାରଣ ବୋଲୋଜିକଲ ପକ୍ରିୟା ଅଟେ ଯାହା ନାରୀ ମାନଙ୍କୁ ପୁରୁଷ ମାନଙ୍କ ଠାରୁ ଭିନ୍ନ କରିଥାଏ ଏହା କୌଣସି ପ୍ରକାର ଲଜ୍ୟା ଜନକ ଘଟଣା କି ପରିସ୍ଥିତି ନୁହେଁ ଏହାକୁ ଆମ ସମାଜ ଗ୍ରହଣ କରିବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।