ଦେଖନ୍ତୁ ଭିଡ଼ିଓ : ଜଙ୍ଗଲ ଭିତରେ ୩ଟି ଖତରନାକ ସିଂହ ସହ ଏକ ଫାଇଟ କଲା ଜଣେ ମଦ୍ୟପ ବ୍ୟକ୍ତି, ଭିଡ଼ିଓ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…

0

କୁହା ଯାଇଥାଏ ଯେ ଶରାବ ପିଇବା ପରେ ମଣିଷ ସେର ଭଳି ବନି ଯାଇଥାଏ। ଅର୍ଥାତ୍ ମଦ ପିଇବା ପରେ ସେ ସିଂହ ପାଲଟି ଯାଏ। ସେତେବେଳ ସେ କାହାକୁ ବି ଡରି ନଥାଏ।ଏହି ସମୟରେ ତା ମନରେ ଯାହାବି ଥାଏ ସେ ଖୋଲା କହି ଦେଇଥାଏ। ନିଶାରେ ମଣିଷ ଅଜାଣତରେ ସବୁ କିଛି କହିଦିଏ।ସେହି ସମୟରେ ସେ ଆଗରୁ କରି ପାରୁନଥିବା କାମକୁ ମଧ୍ୟ ନିଶାରେ କରି ଦେଇପାରେ। ମଦ ପିଉଥିବା ଲୋକ ଏକଥା କୁ ଭଲ ଭାବରେ ଜାଣି ପାରୁଥିବେ। ତେବେ ସେହିଭଳି ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଯାହା ଦେଖିବାକୁ ମିଳିଛି ତାହା ବିଶ୍ବାସ କରିବା ସହଜରେ ସମ୍ଭବପର ନୁହେଁ। କାରଣ ଏହି ଘଟଣାଟି ହିଁ ସେମିତି।

ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ। ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଅଟେ।ଯେମିତି ଏହି ଘଟଣାରେ ଜଣେ ମଦ୍ୟପ ବ୍ୟକ୍ତି ୩ ଟି ସିଂହ ସମ୍ମୁଖକୁ ଯାଇ ମଧ୍ୟ ସେଠାରୁ ଠିକ୍ ଭାବରେ ଫେରି ଆସି ପାରିଛନ୍ତି। ଆଉ ଶେଷରେ ସେ ଏକାଧିକ ସିଂହକୁ ନିଜେ ଏକାକୀ ସେଠାରୁ ହଟେଇବା ପାଇଁ ସକ୍ଷମ ମଧ୍ୟ ହୋଇଛନ୍ତି। ଯାହା ଭିଡିଓ ରେ ଦେଖିବା ପାଇଁ ମିଳିଛି ଏହି ସିଂହ ଗୁଡ଼ିକ ଜଙ୍ଗଲ ଭିତରେ ଏକ ପଶୁର ମାଂସ ଖାଇବାରେ ବ୍ୟସ୍ତ ରହିଥିଲେ।ଏହି ସମୟରେ ସିଂହ ଏହି ବ୍ୟକ୍ତି କୁ ଦେଖି ଅସ୍ବାଭାବିକ ମନେ କରିଥିଲା ଏବଂ ତାଂକ ଆଡ଼କୁ ମାଡ଼ି ଆସିବାକୁ ଚେଷ୍ଠା କରୁଛି।

କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ଏମିତି ସାହସର ସହିତ ନିଜକୁ ଦେଖାଉଛନ୍ତି,ଯାହାକୁ ଦେଖି ସିଂହ ପୁଣି ଫେରି ଯାଉଛି। ଏହିପରି ଭାବରେ କିଛି ଥର ସିଂହ ଏହି ବ୍ୟକ୍ତିକୁ ଦେଖି ଆଗ ପଛ ହେଉଛି ଏବଂ ପୁଣି ସେହି ପଶୁର ମାଂସ ଖାଇବାକୁ ଲାଗି ପଡୁଛି।ଶେଷରେ ଏହି ମଦ୍ୟପ ଜଣଙ୍କ ସାହସିକତା ର ସହ ପାଟି କରି ସେଠାରେ ଥିବା ସମସ୍ତ ୩ ଟି ଯାକ ସିଂହକୁ ସେଠାରୁ ଘୋଡାଇବାରେ ସଫଳ ହେଉଛନ୍ତି। ସିଂହ ଗୁଡିକ ତାଙ୍କ ପାଟିଶୁଣି, ଖାଉଥିବା ପଶୁର ମାଂସକୁ ଛାଡ଼ି ଜଙ୍ଗଲ ଭିତରକୁ ପଳେଇ ଯାଉଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।