ଜଙ୍ଗଲରେ ରୁହନ୍ତି…ଜଙ୍ଗଲରେ ଶୁଅନ୍ତି…ଜଙ୍ଗଲ କଟେ ଦିନରାତି…କଞ୍ଚା ଖାଉଛନ୍ତି ପୋକ ଜୋକ, ଦେଖନ୍ତୁ ଆଶ୍ଚର୍ଯ୍ୟ କଲା ଭଳି ଭିଡ଼ିଓ

0

ଆଜିକାଲି ମଣିଷ ମାନେ ସହର ଆଡ଼କୁ ମୁହାଉଁଥିବା ବେଳେ ଜଣେ ଯୁବକ ଜଙ୍ଗଲରେ ରହି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ନାମକ ଜଣେ ଯୁବକ ଯିଏ କି ଜଙ୍ଗଲ ବୟ କୁହାଯାଏ। ବନ୍ୟ ଜନ୍ତୁଙ୍କୁ ସୁରକ୍ଷା ଦେବା ହେଉଛି ତାଙ୍କର ନିଶା ହୋଇଥାଏ। ସେ ପ୍ରାକୃତିକ ଉତ୍ପାଦନକୁ ନେଇ ପ୍ରକୃତି ସହିତ କେମିତି ବଞ୍ଚି ହେବ ତାହାକୁ ନେଇ ଅଭ୍ୟାସ କରୁଛନ୍ତି ଓ ଏ ପାହାଡ଼ରୁ ସେ ପାହାଡକୁ ଦିନ ରାତି ବୁଲୁଛନ୍ତି। ଏଥି ସହିତ ନିଜେ ଜଙ୍ଗଲ ଭିତରେ ରହିବା ସହିତ ତାଙ୍କ ପୁଅକୁ ମଧ୍ୟ ଧରି ରହୁଛନ୍ତି। ସେ କଞ୍ଚା ମାଂସ ସହିତ କଞ୍ଚା ପୋକ ମଧ୍ୟ ଖାଉଛନ୍ତି।

ତେବେ ଡିସ୍କୋଭରି ଚ୍ୟାନେଲର ମେନ ଭରସେସର ୱାଲି ଶୋ କୁ ଦେଖି ନିଜେ ଅନୁପ୍ରାଣିତ ହେଉଛନ୍ତି ଓ ପୁଅକୁ ମଧ୍ୟ ଶିଖାଉଛନ୍ତି। ଶିମିଳିପାଳର ବନ୍ୟଜନ୍ତୁ ରେସକ୍ୟୁଭି ପରି ଭିନ୍ନ ପରିଚୟ ସେ ନିଜେ ସୃଷ୍ଟି କରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ନେଇ ତାଙ୍କ ପରିବାର ଲୋକ ମାନେ ମନା କରିବା ସ୍ୱତେ ମଧ୍ୟ, ସେ କାହାରି କଥା ନଶୁଣି ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଲାଗି ପଡିଛନ୍ତି। ବେଳେ ବେଳେ ହିଂସ୍ର ବନ୍ୟଜନ୍ତୁଙ୍କ ସହିତ ବେୟାର ଡେଭିଲସ ଭଳି ଖତର ନାକ ଖେଳ ମଧ୍ୟ ସେ ଖେଳନ୍ତି। ଜଙ୍ଗଲରେ ଥିବା ବାଘ,ଭାଲୁ ଓ ସରୀସୃପଙ୍କୁ ଭୟ ନକରି ଜଙ୍ଗଲରେ ବୁଲୁ ଥାଆନ୍ତି।

ତେବେ ବେୟାର ବିଲଙ୍କ ଭଳି ୱାଲିଡ଼ ଲାଇଫ ହିରୋ ହେବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଅନେକ ବିପଦ ଜନକ କାମକୁ ଖୁବ ସହଜରେ ସେ କରି ନେଇ ଥାଆନ୍ତି। ୧୮ ଫୁଟର ଅହିରାଜ ସାପକୁ କୌଶଳ କ୍ରମେ ସାହସିକତାର ସହିତ ସେ ଉଦ୍ଧାର କରିଛନ୍ତି। ପୋକ ଜୋକ ଖାଇବା ପାଇଁ ପୋକ ତାଲିମ ମଧ୍ୟ ଅନ୍ୟ ମାନଙ୍କୁ ଦେଇ ଥାଆନ୍ତି। ନଈରୁ କୋଚିଆ ଧରି ତା’ର ରକ୍ତ ପିଇବା, ଏଥି ସହିତ ଗଛରୁ ପୋକ ଓ ଝିଣ୍ଟିକା ଧରି ନିଜେ ଖାଇବା ସହିତ ପୁଅକୁ ମଧ୍ୟ ଖାଇବା ପାଇଁ ଦେଇ ଥାଆନ୍ତି। ସେ ଶିମିଳିପାଳର ଲମ୍ବା ଲମ୍ବା ଗଛ ଏବଂ ଘଞ୍ଚ ଲତା ଭିତରେ ସେ ସବୁବେଳେ ପାଇଁ ବୁଲାବୁଲି କରି ଥାଆନ୍ତି।

ତେବେ ପୁଅ ରାତିରେ ଜଙ୍ଗଲରେ ଶୋଇଲେ ନିଆଁ ଜଳାଇ ତାକୁ ଜଗି ଥାଆନ୍ତି ଓ ସେ ଶୋଇଲେ ତାଙ୍କ ପୁଅ ଜଗି ଥାଆନ୍ତି। ସେ ନିଆରା ଅନ୍ଦାଞ୍ଜରେ କାର୍ଯ୍ୟ କରି ଥାଆନ୍ତି। ବେଳେ ବେଳେ ଫସି ରହିଥିବା ହାତୀ ଓ ଭାଲୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଥାଆନ୍ତି। ଆଉ ନିଆଳିର ଅଜଣା ଜନ୍ତୁ ଟିମ ଉଦ୍ଧାରରେ ନିଜକୁ ସାମିଲ କରି ଅନେକ ପ୍ରଶଂସା ପାଇ ଥାଆନ୍ତି। ସେ ତାଙ୍କ ଜୀବନକାଳ ମଧ୍ୟରେ ୩୦ ହଜାରରୁ ଅଧିକ ସାପକୁ ଉଦ୍ଧାର କରି ଛାଡିଛନ୍ତି ବୋଲି ଦାବି କରିଛନନ୍ତି, ସେଥିପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ସେ ଆଗାମୀ ଦିନରେ ମେନ ଭରସେସ ୱାଲିଡ଼ ଲାଇଫ କାର୍ଯ୍ୟକ୍ରମ ଭଳି ଏକ ଏପିସୋଡ଼ କରିବା ପାଇଁ ଇଚ୍ଛା ପ୍ରକାଶ ସେ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।