ଜ୍ବାଇଁ ପାଇଁ କାଳ ହେଲା ଶ୍ବଶୁର ଘର, ଘଟଣା ପାଦ ତଳୁ ମାଟି ଖସି ଯିବ…ଦେଖନ୍ତୁ ଭିଡ଼ିଓ

ମଣିଷ ଜୀବନର ପ୍ରତ୍ୟେକ ଟି କାର୍ଯ୍ୟ ପୂର୍ବରୁ ନିର୍ଦ୍ଧାରିତ ହିଁ ହୋଇ ରହିଥାଏ , ମଣିଷ ଜୀବନରେ କେତେବେଳେ କଣ ଘଟିବ ତାହା ଜାଣିବା ଅସମ୍ଭବ ଅଟେ । ଏସବୁ ଭଗବାନଙ୍କ ଦ୍ୱାରା ନିର୍ଦ୍ଦାରିତ ହୋଇଥାଏ । ସକାଳର ଶୁଭାରମ୍ଭ ତା ପାଇଁ ଅନେକ ଖୁସୀ ଆଣି ଦେଇଥାଏ , ମାତ୍ର ତାକୁ ଜଣା ନଥାଏ ଯେ ଆଜି ତା ଜୀବନରେ କଣ ଘଟିବାକୁ ଯାଉଛି । ଖୁସୀର ମୁହୂର୍ତ୍ତକୁ କିଛି କ୍ଷଣ ମାତ୍ରକେ ହିଁ ଶୋକର ଛାୟାରେ ପରିଣତ କରି ଦେଇଥାଏ । ଆଜିର ଦିନରେ ପ୍ରତ୍ୟେକ ମୁହୂର୍ତ୍ତରେ କିଛି ନା କିଛି ଦୁର୍ଘଟଣା ନିଶ୍ଚୟ ଘଟୁଛି , ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବତ୍ତମାନ ସମୟରେ ସେମିତି ଏକ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

ସୂଚନା ଅନୁସାରେ ଜଣେ ବ୍ୟକ୍ତି ଶ୍ୱଶୁର ଘରକୁ ଯିବା ରାସ୍ତାରେ ମୃତ୍ୟୁ ଘଟିଛି , ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଚାଟିକୋଣ ଗାଁ ନିକଟରେ । ତେବେ ପବିତ୍ର ଦୀପାବଳି ଉତ୍ସବରେ ଜ୍ୱାଇଁ ଶ୍ୱଶୁର ଘରୁ ଡାକରା ପାଇଁ ସେ ଆଜି ବଢି ଭୋରରୁ ଏକ ବାଇକ ଯୋଗେ ନିଜ ଗାଁ ସାରାବାଲି ରୁ ଶ୍ୱଶୁର ଘର ବାରିଗୁଡା ଗାଁ କୁ ଯାଉଥିଲେ । ମାତ୍ର ଚାଟିକୋଣ ନିକଟରେ ଭାରସାମ୍ୟ ହରାଇ ନାଳ ଭିତରେ ପଶି ଯାଇଥିଲେ । ବାଇକ ସହ ପାଣିରେ ବୁଡି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ଏସମ୍ପର୍କରେ ପରିବାର ଲୋକେ ଅବଗତ ହେବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ନାଳ ମଧ୍ୟରୁ ତାଙ୍କୁ ଉଦ୍ଧାର କରା ଯାଇଥିଲା । କିନ୍ତୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି , ଏନେଇ ପରିବାର ଲୋକମାନେ ବହୁତ ଭାଙ୍ଗି ପଡିଛନ୍ତି । ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି , ପବିତ୍ର ଦୀପାବଳି ରେ ଶ୍ୱଶୁର ଘରକୁ ଯିବାର ଖୁସୀ ସବୁଦିନ ପାଇଁ ସ୍ୱପ୍ନ ହୋଇ ରହିଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ମାନଙ୍କର ଭିଡ ଜମା ହୋଇଥିଲା , ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଜୀବନରେ କେତେବେଳେ କଣ ଘଟିବ ର ଅଛି ତାହା କାହାକୁ ମଧ୍ୟ ଜଣା ନଥାଏ ।

ଏମିତି ଏକ ଖୁସୀର ପର୍ବରେ ମନରେ କେତେ ଖୁସୀ ରଖି ଶ୍ୱଶୁର ଘରକୁ ଆସୁଥିବା ବ୍ୟକ୍ତିଙ୍କ ସେହି ଖୁସୀର ମୁହୂର୍ତ୍ତ ସବୁଦିନ ଲିଭି ଯାଇଛି । ସେଥିପାଇଁ କୁହାଯାଏ ମଣିଷ ଜୀବନର କୌଣସି ଗ୍ୟାରେଣ୍ଟି ନାହିଁ , କେତେବେଳେ ବି କଣ ଘଟି ଯାଇପାରେ । କିନ୍ତୁ ଆମକୁ ପ୍ରତ୍ୟେକ ସମୟରେ ସତର୍କତାର ସହିତ ଚାଲିବା ଉଚିତ୍ , ହୁଏତ ହେବାକୁ ଥିବା କିଛି ଅଘଟଣ କମ୍ ମାତ୍ରାରେ ପ୍ରଭାବ ପକାଇପାରେ । ଆମର ମୂଲ୍ୟବାନ ଜୀବନ ବଞ୍ଚିଯାଇ ପାରେ , ତେଣୁ ସର୍ବଦା ସତର୍କତା ର ସହ ଯାନ ବାହାନ ଚଳାଇବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment