ବନ୍ଧୁଗଣ ଆପଣ ଜାଣିଛନ୍ତି କିପରି ଭାବରେ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ମାଆ କୋଳରୁ ଦୂରେଇ ଯାଇଛି ତାର ଅଲିଅଳି ପୁଅ। ବାହୁନି ବାହୁନି କାନ୍ଧୁଚି ମାଆ। ଆଖିରୁ ଅନବରତ ଭାବରେ ଝରି ଚାଲିଛି ଲୁହର ଧାର। ଆମେ କହୁଛୁ ନିକଟରେ ଡ୍ରେନ ପାଣିରେ ଭାସି ଯାଇ ମୃତ୍ୟୁ ବରଣ କରିଥିବା ୧୫ ବର୍ଷର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶଙ୍କ କଥା। ତାଙ୍କର ମୃତଦେହ ମିଳିବା ପରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ପରିବେଶ ଫାଟି ପଡ଼ୁଛି।ରାଜଧାନୀର ଖୋଲା ଡ୍ରେନ୍ରେ ରବିବାର ଅପରାହ୍ନରେ ଭାସି ଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ୍ୟୁ ଘଟିବା ପରେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ।
ତେବେ ଏ ଘଟଣା ତାଙ୍କ ପରିବାର ସମେତ, ବନ୍ଧୁ ପରିଜନ, ଆତ୍ମୀୟ ସ୍ୱଜନ, ସଂପର୍କୀୟ ସମସ୍ତଙ୍କୁ ଗଭୀର ଆଘାତ ଦେଇଛି। ସମସ୍ତେ ରାଜା ଙ୍କ ମୃତ୍ୟୁ ଖବର ପାଇ ସତେ ଯେମିତି ନିସ୍ତେଜ, ମ୍ରିୟମାଣ ଏବଂ ମର୍ମାହତ ହୋଇ ପଡିଛନ୍ତି। କେହି ବି ଏହି ଘଟଣାକୁ ସହଜରେ ବିଶ୍ବାସ କରି ପାରୁ ନାହାଁନ୍ତି।ଯିଏ କାଲି ପାଠପଢ଼ି ନିଜ ଭବିଷ୍ୟତ ଗଢିବାର ସ୍ଵପ୍ନ ଦେଖୁଥିଲା ସେ ଆଜି ସମସ୍ତଂକ ପାଇଁ ସ୍ଵପ୍ନ ପାଲଟି ଯାଇଛି। ଯାହାଙ୍କୁ ଝୁରୁଛନ୍ତି ସମସ୍ତେ। କାହାରି ମୁହଁରେ ଭାଷା ନାହିଁ କିଛି କହିବା ପାଇଁ। କାଲି ଯିଏ ହସୁଥିଲା, ଆଜି ସେ ନିରବି ଯାଇଛି। ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛି।
ଏକଥା ସହଜରେ ବିଶ୍ବାସ କରି ହେଉ ନଥିଲେ ବି ଆମକୁ ଏହା ଗ୍ରହଣ କରିବାକୁ ପଡ଼ିବ।ତେବେ ଏହି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ସେ ପଢୁଥିବା ସ୍କୁଲ ରେ ଛାତ୍ର ଜ୍ୟୋତି ପ୍ରକାଶ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା। ଶିକ୍ଷାନୁଷ୍ଠାନ ର ସମସ୍ତ ସଦସ୍ୟ ଏବଂ ଛାତ୍ର ଛାତ୍ରୀ ମାନେ ଜ୍ୟୋତି ପ୍ରକାଶ ଙ୍କୁ ମନେ ପକାଇ ବହୁତ୍ ଦୁଃଖିତ ଅନୁଭଵ କରିଥିଲେ ଏବଂ କାନ୍ଦି ପକାଇଥିଲେ ମଧ୍ୟ। ସେମାନଙ୍କ ପାଇଁ ମଧ୍ୟ ଏହି ଘଟଣା ଅବିଶ୍ୱସନୀୟ ହୋଇ ପଡିଛି। ଏହାକୁ ନେଇ ରାଜା ଙ୍କ ସହପାଠୀ ଏବଂ ସହପାଠୀନି ମାନେ ରାଜାଙ୍କ ସ୍ମୃତିକୁ ମନେ ପକାଇ ସେମାନେ ତାଙ୍କର ପ୍ରତିକ୍ରିୟା ଦେଇଥିଲେ।
ତାଙ୍କ ମତରେ ରାଜା ଜଣେ ମେଧାବୀ ଛାତ୍ର ଥିଲେ ଏଵଂ ଆଜ୍ଞାଧୀନ ମଧ୍ୟ ଥିଲେ।ପାଠ ଛଡ଼ା ସେ ଆଉ କୌଣସି କଥାରେ ମୁଣ୍ଡ ପୁରାଉ ନଥିଲେ। ଏବର୍ଷ ଦଶମ ଶ୍ରେଣୀରେ ଅଧିକ ମାର୍କ ରଖି ତାଙ୍କ ସ୍କୁଲର ନାମ ରଖିବା ପାଇଁ ସେ ପ୍ରତିଜ୍ଞା କରିଥିଲେ ଏବଂ ସାଙ୍ଗ ମାନଙ୍କୁ ମଧ୍ୟ କହିଥିଲେ। ସୌମ୍ୟା ନାମକ ଜଣେ ଛାତ୍ରୀ ଯିଏକି ରାଜାଙ୍କ ସାଙ୍ଗ ଥିଲେ ସେ ରାଜାଙ୍କ ସ୍ମୃତିକୁ ମନେ ପକାଇ କହିଛନ୍ତି ଯେ ରାଜା ଭଳି ସାଙ୍ଗ, ସୁନ୍ଦର୍ ପ୍ରତିଭା, ସର୍ବୋପରି ଜଣେ ଭାଇକୁ ମୁଁ ହରାଇଛି। ତାଙ୍କର ସ୍ଥାନ ମୋ ହୃଦୟରେ ଆଉ କେହି ନେଇ ପାରିବେ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।