ଧନୀ ହେବା ପାଇଁ କିଏ ବା ଚାହିଁ ନଥାଏ। ସମସ୍ତେ ଚାହାଁନ୍ତି ତାଙ୍କ ଜୀବନରେ କେବେ ବି ଧନର କମି ନରହୁ। ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବାବଦରେ ଜଣାଇବୁ ଯାହାକୁ କରିବା ଦ୍ଵାରା ଆପଣ ମଧ୍ୟ ଜଣେ ଧନବାନ ବ୍ୟକ୍ତି ହୋଇ ପାରିବେ। ଆପଣଙ୍କ ଘରେ ଏମିତି ଦୁଇଟି ଜିନିଷ ରହିଛି ଯାହାକୁ ଆପଣ ଯଦି ଜାଳି ଦିଅନ୍ତି ତେବେ ଆପଣଙ୍କୁ ଧନୀ ହେବାରୁ କେହି ରୋକି ପାରିବେ ନାହିଁ।
ତେବେ ପ୍ରଥମେ ଘରକୁ କିଛି କର୍ପୂର ଏବଂ କିଛି ଲବଙ୍ଗ ଘରକୁ ଆଣନ୍ତୁ। ଆଉ ଏହି ଦୁଇଟି ଜିନିଷକୁ ଜଳାଇ ଆପଣ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରି ପାରିବେ। ଖାଲି ଏତିକି ଜାଣିବାର ଅଛିଯେ ଏସବୁକୁ ଆପଣ କିପର ଜଳାଇବେ। ତେବେ ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ।
୧. ରାତ୍ରି ସମୟରେ ଗୋଟିଏ ମାଟି ଦୀପରେ ଏକ କର୍ପୂର ରଖି ଦିଅନ୍ତୁ ଏବଂ ସେଥିରେ ପାଞ୍ଚଗୋଟି ଲବଙ୍ଗ ମଧ୍ୟ ରଖି ଦିଅନ୍ତୁ। ଏହାପରେ ଏହି କର୍ପୂରକୁ ନିଆଁ ଲଗାଇ ଦିଅନ୍ତୁ। ଏଥିରେ ନିଆଁ ଲଗାଇବା ଦ୍ଵାରା ଲବଙ୍ଗ ଓ କର୍ପୂର ଜଳିବାକୁ ଲାଗିବ। ଏହାପରେ ଏହାକୁ ନେଇ ଆପଣଙ୍କ ମୁଖ୍ୟ ଦ୍ଵାରାର ବାହାର ପଟେ ବାମ ପାଖରେ ରଖି ଦିଅନ୍ତୁ। ଏହାଦ୍ବାରା ଗୃହ ନକରାତ୍ମକ ପ୍ରଭାବ ଠାରୁ ଦୂରେଇ ଯାଇଥାଏ।
୨. ପ୍ରଥମେ ଆପଣ ଅଳ୍ପ ଲୁଣ ଆଣନ୍ତୁ ଏହାପରେ ଏକ ଲାଲ କପଡ଼ା ନେଇ ଆସନ୍ତୁ। ଏବଂ ସେହି ଲାଲ୍ କପଡାରେ ସେହି ଲୁଣକୁ ରଖି ବାନ୍ଧି ଦିଅନ୍ତୁ। ଏହାପରେ ସେହି ଲାଲ୍ କପଡାକୁ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ। ଏହା କରିବା ଦ୍ଵାରା ଘରକୁ ନକାରାତ୍ମକ ବା ଖରାପ୍ ଶକ୍ତି ପ୍ରବେଶ କରି ପାରି ନଥାଏ। ଏବଂ କାହାରି ନଜର ମଧ୍ୟ ଲାଗି ନଥାଏ।୩.ଯଦି ଆପଣ ଏହି ଲାଲ୍ କପଡାକୁ ଆପଣଙ୍କ ଧନ ରଖିବା ସ୍ଥାନ ଅର୍ଥାତ୍ ଟ୍ରେଜେରୀ, ବାକ୍ସ , ଆଲମାରୀ ତା ଉପରେ ଟାଙ୍ଗୀ ଦିଅନ୍ତୁ। ଏହାଦ୍ବାରା ମଧ୍ୟ ଆପଣଙ୍କ ଧନର ଦୁଇ ଗୁଣା ବୃଦ୍ଧି ପାଇଥାଏ।
୪. ଯଦି ଆପଣ କାଚପାତ୍ରରେ ଲୁଣ ନେଇ ଆପଣଙ୍କ ବାଥରୁମ୍ ରେ ରଖି ଦିଅନ୍ତି ତେବେ ଆପଣଙ୍କ ଘରର ବାସ୍ତୁଦୋଷ ଦୂର ହେବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଏହା ଛଡା ଗୁରୁବାର ଦିନ ଲୁଣ ପାଣିରେ କେବେ ଘରର ଚଟାଣକୁ ପୋଛାନ୍ତୁ ନାହିଁ।୫. ଯଦି ଆପଣଙ୍କ ପିଲାକୁ ନଜର ଲାଗିଛି ତେବେ ଏକ ଚିମୁଟା ଲୁଣ ଆଣି ସାତ ଥର ପିଲାର ମୁଣ୍ଡ ଚାରିପାଖେ ବୁଲାଇ ଆଣି ବହି ଯାଉଥିବା ପାଣିରେ ବା ଟ୍ୟାପ୍ ଖୋଲି ସେହି ପାଣିରେ ପକାଇ ଦିଅନ୍ତୁ ଦେଖିବେ ଆପଣଙ୍କ ପିଲା ଉପରୁ ନଜର ଦୋଷ ଦୂରେଇ ଯିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
