Vastu ଶାସ୍ତ୍ର – କାହାକୁ କିଛି ନକହି ଏହି ଜାଗାରେ ଟାଙ୍ଗନ୍ତୁ ( ଲୁଣ ) ଆପଣଙ୍କ ଘରକୁ ଆଣିବ ଗଦା ଗଦା ଟଙ୍କା….

ବନ୍ଧୁଗଣ ସମସ୍ତଙ୍କ ଘରେ ପ୍ରାୟ ଲୁଣର ବ୍ୟବହାର ନିହାତି ହୁଏ କାରଣ ଏହା ଖାଦ୍ୟକୁ ସୁସ୍ବାଦୁ ବନାଇଥାଏ |ଏହି ଲୁଣ ଏକ ସାଧାରଣ ବସ୍ତୁ ହେଲେ ମଧ୍ୟ ଏହା ଦ୍ଵାରା ଅସାଧାରଣ କାର୍ଯ୍ୟ ମଧ୍ୟ୍ୟ ହୋଇଥାଏ |ଲୁଣ ଆମର ଘରର ବାସ୍ତୁଦୋଷ ଖଣ୍ଡନ କରିଥାଏ, ଏହାଦ୍ୱାରା ଘରର ଆୟ ବୃଦ୍ଧି ହୋଇଥାଏ ତାହା ସହିତ ଘର କେବେ ଅଭାବ ଦେଖାଯାଏ ନାହିଁ |ଲୁଣ ର ଉଚିତ ବ୍ୟବହାର ଦ୍ଵାରା ମା ଲଷ୍ମୀ ମଧ୍ୟ ଅତ୍ୟନ୍ତ ଖୁସି ହୋଇଯାନ୍ତି |ମୁଁ ଆଜି ଆପଣକୁ ଲୁଣ କିପରି ବାସ୍ତୁ ଦୋଷ ଖଣ୍ଡନ କରେ ଏହାଦ୍ୱାରା ଘର କଣ ବୃଦ୍ଧି ପାଇଥାଏ ସେ ବିଷୟରେ କହିବି, ତେବେ ଆସନ୍ତୁ ଜାଣିବା ଲୁଣର ଉପକାରିତା ବିଷୟରେ |

– ଏହି ଲୁଣକୁ ଖାଦ୍ୟର ସ୍ବାଦ ବଢାଇବା ପାଇଁ ବ୍ୟବହାର କରାଯିବା ସହିତ ଘରର ବସ୍ତୁଦୋଷ ଓ ନକାରାତ୍ମତାକୁ ଦୂର କରିବା ପାଇଁ ବ୍ୟବହାର କରାଯାଏ |ପ୍ରଥମେତଃ ଆପଣ ଘରକୁ ଲିପା ପୁଛା କରିବା ସମୟରେ ଯେଉଁ ପାଣି ବ୍ୟବହାର କରୁଛନ୍ତି ସେହି ପାଣିରେ ଏକ ମୁଠା ଲୁଣ ମିଶାଇ ଦିଅନ୍ତୁ ପରେ ଏହି ପାଣିରେ ଘର ଲିପା ପୁଛା କରନ୍ତୁ |ଏହିପରି ଆପଣ ସପ୍ତାହରେ ଦୁଇଥର ନିଶ୍ଚିତ କରନ୍ତୁ, ଏହିପରି କରିବାଦ୍ଵାରା ଘରର ବସ୍ତୁଦୋଷ ଓ ନଜର ଦୋଷ ଦୂର ହୋଇଥାଏ |ଘରେ ଶାନ୍ତିର ବାତାବରଣ ଦେଖାଦେଇଥାଏ, ଘର ଧନ ଐସୂର୍ଯ୍ୟରେ ପୁରି ଉଠିଥାଏ |କେବେ ଅଭାବ ଅନଟନ ଦେଖିବାକୁ ମିଳିନଥାଏ |

-ଆପଣଙ୍କ ରୋଜଗାର ଥିଲେ ମଧ୍ୟ୍ୟ ସର୍ବଦା ଅଭାବ ଦେଖା ଦେଉଥିଲେ ଏବଂ ଘରେ ସମସ୍ତଙ୍କ ଦେହ ଖରାପ ହେଉଥିଲେ ଆପଣ ଘରର ମୁଖ୍ୟ ଦ୍ଵାରାରର ଡାହାଣ ପଟରେ ଲାଲ କପଡ଼ାରେ କିଛି ଲୁଣ ରଖି କୃଷ୍ଣ ପକ୍ଷ ଚତୁଦୋଷୀ ଦିନ ଟଙ୍ଗାଇ ଦିଅନ୍ତୁ |ପରେ ଏହି ପୁଟୁଳିକୁ ପରମାସ କୃଷ୍ଣପକ୍ଷ ଚତୁର୍ଦ଼ୋଶୀ ଦିନ ପାଣିରେ ଭସାଇ ନୂଆ ପୁଟୁଳି କରି ଟାଙ୍ଗନ୍ତୁ, ଏହିପରି କିଛି ଦିନ କଲେ ଆପଣଙ୍କ ଘରେ ଧନର ଅଭାବ ଦେଖାଯିବ ନାହିଁ, ଆପଣ ସର୍ବଦା ରୋଗ ମୁକ୍ତ ରହିବେ |

-ଆପଣ ବାହାରକୁ ଦେଖା ଯାଉଥିବା ଡବାରେ ଲୁଣକୁ ରଖି ସେଥିରେ ଦୁଇଟି ଲବଙ୍ଗ ଦେଇ ତାହାକୁ ଆଲମିରା କିମ୍ବା ବାକ୍ସରେ ରଖାନ୍ତୁ ଦେଖିବା ଆପଣଙ୍କର ଆୟ ବଢିବା ସଙ୍ଗେସଙ୍ଗେ ବ୍ୟବସାୟରେ ଲାଭବାନ ହେବେ |ଆପଣଙ୍କ ଘରେ କେବେ ଲୁଣ ସାରିବା ପାଇଁ ଦିଅନ୍ତୁ ନାହିଁ, ଅନାବଶ୍ୟକରେ ଲୁଣ ନଷ୍ଟ କରନ୍ତୁ ନାହିଁ ଯେତିକି ଆବଶ୍ୟକ ସେତିକି ହିଁ ବ୍ୟବହାର କରନ୍ତୁ |ଲୁଣ ନଷ୍ଟ ହେଲେ ଋଣ ବଢିବା ସହିତ ମାତା ଲଷ୍ମୀ ମଧ୍ୟ ରୋଷ କରନ୍ତି, ତେଣୁ ଆପଣ ସର୍ବଦା ଲୁଣକୁ ସାଇତି କରି ରଖିବା ପାଇଁ ଚେଷ୍ଟା କରନ୍ତୁ |ଯଦି ଆପଣଙ୍କ ଖାଇବା ଥାଳିରେ ଲୁଣ ବଳି ପଡିଛି ତେବେ ସେଥିରେ ଆପଣ ପାଣି ଦେଇ ତାହାକୁ ପକାନ୍ତୁ, ଏହିପରି କଲେ ଆପଣଙ୍କ ଘରେ ମାତା ଲଷ୍ମୀ ବାସ କରିବା ସହିତ କେବେ ଧନର ଅଭାବ ଦେଖାଦେଈ ନଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment