Special – କାହିଁକି ଭଗଵାନ କିଛି ଲୋକଙ୍କର ଡାକ ଶୁଣନ୍ତି ନାହିଁ ଜାଣନ୍ତୁ ?

0

ଦୁନିଆରେ ଅନେକ ଜଣ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି, ଭଗବାନଙ୍କୁ ଡାକନ୍ତି। କିନ୍ତୁ ସମସ୍ତଙ୍କର ମନ ସ୍କାମନା ପୂର୍ଣ୍ଣ ହୁଏ ନାହିଁ, ଅର୍ଥାତ୍ ଈଶ୍ୱର ସମସ୍ତଂକ ଡାକ ଶୁଣନ୍ତି ନାହିଁ। ତେବେ ଏହା ଆମେ ସମସ୍ତେ ଜାଣିଛୁ। କିନ୍ତୁ ଏହାର କାରଣ କଣ, ତାହା ଆମକୁ ଜଣା ନାହିଁ। ତେବେ ଈଶ୍ୱରଙ୍କୁ ଡ଼ାକିବାର କିଛି ସର୍ତ୍ତ ଏବଂ ମାଧ୍ୟମ ରହିଛି, ଯାହା ଉଚିତ୍ ନହେଲେ ଆମ ଡାକ ଭଗବାନ ଶୁଣି ନଥାନ୍ତି। ତେବେ ଆସନ୍ତୁ ଜାଣିବା ଯେ, ଆମର କଣ ଭୁଲ୍ ରହୁଛି, ଯେଉଁପାଇଁ ଭଗବାନ ଆମର ଡାକ ଶୁଣନ୍ତି ନାହିଁ। ଯାହା ଜାଣିବା ଦ୍ଵାରା ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେବେ ଏବଂ ଆପଣଙ୍କ ଡାକ ଈଶ୍ୱର ଶୁଣିବେ।

ତେବେ ଏକ ସୁନ୍ଦର୍ କାହାଣୀ ମାଧ୍ୟମରେ ଏହି କଥାକୁ ଏହି ଭିଡିଓ ରେ ବୁଝା ଯାଇଛି। ଆପଣ ଜାଣିଛନ୍ତି ଯେମିତି ଭାବରେ ଖିରି ତିଆରି କରିବା ପାଇଁ ଆମକୁ କ୍ଷୀର, ଚାଉଳ ସହିତ ଶର୍କରା ବା ମିଠା ର ଆବଶ୍ୟକ ହୋଇଥାଏ, ନହେଲେ ଖିରୀ ସଂପୂର୍ଣ୍ଣ ହୋଇ ପାରି ନଥାଏ। ସେହିଭଳି ଭାବରେ ଜୀବନରେ ଈଶ୍ବରଙ୍କ ପାଖରେ ନିଜର ଡାକ ପହଞ୍ଚାଇବା ପାଇଁ ନିଜକୁ ସେମିତି ଉଦାର, ସରଳ ଏବଂ ନମ୍ର କରିବା ଦରକାର। ନହେଲେ ଭଗବାନଙ୍କ ପାଖରେ ନିଜର ପ୍ରାର୍ଥନା ପହଞ୍ଚିବା ସମ୍ଭବ ନୁହେଁ। ସେହିପରି ଏହି ଭିଡିଓ ଟି ସମ୍ପୂର୍ଣ୍ଣ ଭାବରେ ଦେଖିଲେ ଆପଣ ଜାଣିବେ କିପରି ଏହି ଭିଡିଓ ରେ କୁହା ଯାଇଥିବା କାହାଣୀରେ ଜଣେ ସରଳ, ଉଦାର ପିଲାଟିଏ ଭଗବାନଙ୍କ ଦର୍ଶନ ପ୍ରତ୍ୟକ୍ଷ ଭାବରେ ପାଇ ପାରୁଛି।

କିନ୍ତୁ ଭଗବାନଙ୍କ ପୂଜା ଆରାଧନା ପ୍ରତିଦିନ କରୁଥିବା ପୂଜକ ମଧ୍ଯ ଭଗବାନଙ୍କ ଦର୍ଶନ ପାଇ ପାରୁ ନାହିଁ। କାରଣ ଆମେ ଭାବୁ ଯେ ଭଗବାନଙ୍କ ପୂଜାର୍ଚ୍ଚନା କଲେ, ତାଙ୍କର ସେବା କଲେ ଆମେ ଈଶ୍ବରଙ୍କ ପ୍ରିୟ ବା ନିକଟତର ହୋଇ ପାରିବା କିନ୍ତୁ ଏହା ବାସ୍ତବରେ ହୋଇ ନଥାଏ। ଅନେକ ଏପରି ସାଧୁ ସନ୍ଥ ଅଛନ୍ତି ଯେଉଁମାନେ ସାରା ଜୀବନ ଭଗବାନଙ୍କ ସେବା କରି ମଧ୍ଯ ତାଙ୍କର ଦର୍ଶନ ପାଇ ପାରି ନାହାଁନ୍ତି। କିନ୍ତୁ ଏ କାହାଣୀରେ ଯେଉଁ ପିଲାଟି ଭଗବାନଙ୍କ ଦର୍ଶନ ପାଇଚି ତାହା ଶୁଣିଲା ପରେ ଆପଣଙ୍କୁ ଏହା ନିଶ୍ଚିତ ଆକର୍ଷଣୀୟ ଲାଗିବ। କାରଣ ଈଶ୍ୱରଙ୍କ ନିକଟରେ ଆପଣଙ୍କ ଡାକ କିପରି ପହଞ୍ଚିବ ତାର ଉପାୟ ଏଠାରେ ବର୍ଣ୍ଣିତ।

ତେବେ ଏ କାହାଣୀର ସାରମର୍ମ ଏବଂ ଯେଉଁ ପ୍ରଶ୍ନ ରହିଛି ଭଗବାନ କେତେବେଳେ ଜଣଙ୍କ ଡାକ ଶୁନିଥାନ୍ତି, ତାର ଉତ୍ତର ହେଉଛି ଜଣେ ସୁନ୍ଦର୍ ମନରେ, ସରଳ ମନୋଭାବ, ନିର୍ମଳ ହୃଦୟ ଏବଂ ଭକ୍ତିରେ ଡାକିଲେ ହିଁ ଭଗବାନ ଖୁସି ହୋଇଥାଆନ୍ତି। ଭକ୍ତିରେ ଭଗବାନ। ସ୍ୱଚ୍ଛ ମନୋଭାବ, ଭକ୍ତି ଏବଂ ଆନ୍ତରିକତା ରହିଲେ ହିଁ ସେହି ଡାକ ଭଗବାନଙ୍କ ନିକଟରେ ପହଞ୍ଚେ। ଏଥିପାଇଁ ଅଧିକ ଜ୍ଞାନ କିମ୍ୱା ପାଣ୍ଡିତ୍ୟ ର ଆବଶ୍ୟକତା ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।