କାଜଲ ଅଗ୍ରୁୱାଲ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି , ସେ କିଏ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ସାଉଥ ଫିଲ୍ମୀ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତିରେ ଶୁଣିବାକୁ ମିଳୁଛି କି ସେ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ନିଜେ ଏ ସମ୍ପର୍କରେ ଏକ ପୋଷ୍ଟ କରି ସାରିଛନ୍ତି ଏବଂ ସେ ଏକ ଚାର୍ଟ ଶୋ ରେ ତାଙ୍କ ବିବାହ ସମ୍ପର୍କରେ ପଚାରିବାରୁ ସେ କହିଥିଲେ କି 2020 ରେ ବିବାହ କରିବାର ପ୍ଲାନିଙ୍ଗ କରିଛନ୍ତି । ସେ ବିବାହ କରିବାକୁ ଯାଉଥିବା ବ୍ୟକ୍ତିଙ୍କ ବିଷୟରେ ଅନେକ କଥା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ସେ ଯେଉଁ ବ୍ୟକ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି ସେ ଫିଲ୍ମୀ ବ୍ୟାକଗ୍ରାଉଣ୍ଡରେ ନଥିବ ।

କିଛି ଦିନ ତଳେ ଏକ ଖବର ଆସିଥିଲା କି କାଜଲ ଅଗ୍ରୱାଲ ଚୁପ ଚାପ ନିର୍ବନ୍ଧ ସାରିଛନ୍ତି । କିନ୍ତୁ ଏବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ କାଜଲ ନିଜେ କହିଛନ୍ତି କି ସେ ବହୁତ ଖୁସୀ ଅନୁଭବ କରୁଛନ୍ତି ଷ କାରଣ ସେ ଗୌତମ କିଚଲୁଙ୍କୁ 30 ଅକ୍ଟୋବରରେ ଗୋଟିଏ ଛୋଟ ପାରିବାରିକ ସମାହାରରେ ମୁମ୍ୱାଇରେ ବିବାହ କରିବାକୁ ଯାଉଛନ୍ତି । କାଜଲ ଅଗ୍ରୱାଲ ଙ୍କ ଭାବି ସ୍ୱାମୀ କିଚଲୁ ଜଣେ ବିଜନେସମ୍ୟାନ ଓ ଇନଟିରିୟର ଡାଜାଇନର ଅଟନ୍ତି । ଆପଣ ମାନଙ୍କୁ କହି ରଖୁଛୁ କି କିଚଲୁ ମୁମ୍ୱାଇର Cathedral s John Connon School ର ଛାତ୍ର ରହି ସାରିଛନ୍ତି ।

ଏହା ସହିତ ସେ ଆମେରିକାର ଟପ ୟୁନିର୍ଭସିଟିରେ ବି ପଢି ସାରିଛନ୍ତି , ଏହା ଛଡା The Elephant Company ର CEO ବି ରହି ସାରିଛନ୍ତି । ଏହା ବ୍ୟତୀତ ସେ ନିଜର ଇନଟିରିୟର ଡିଜାଇନର ୱେବସାଇଟ ବି କରିଛନ୍ତି । ଏହା ବ୍ୟତୀତ ଯଦି କାଜଲ ଅଗ୍ରୱାଲ ଙ୍କ ଫିଲ୍ମି କ୍ୟାରିଅରରେ 2004 ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ତେଲୁଗୁ ଫିଲ୍ମରେ ନଜର ଆସିଥିଲେ । ସେଥିରେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ । ବର୍ତ୍ତମାନ ସମୟରେ ତାଙ୍କର ଅନେକ ଫ୍ୟାନ ମାନ ରହିଛନ୍ତି ଏବଂ ତାଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ।

କହିବାକୁ ଗଲେ ସାଉଥରେ କାଜଲ ଅଗ୍ରୱାଲଙ୍କ ଭଲ ଫ୍ୟାନ ଫୋଲଇଙ୍ଗ ଅଛି , ଏହାଛଡା କାଜଲ ଅଗ୍ରୱାଲ ଏହି ଦୁଇ ବର୍ଷ ମଧ୍ୟରେ ପାଖାପାଖି 5 ଟି ଫିଲ୍ମୀରେ ନଜର ଆସିବେ । କାଜଲ ଅଗ୍ରୱାଲ ବିବାହକୁ ନେଇ ସୋସିଆଲ ମିଡିରେ ଏକ ପୋଷ୍ଟରେ ଲେଖିଛନ୍ତି ଏବଂ ସେ ବର୍ତ୍ତମାନ ସମୟରେ ବହୁତ ଖୁସୀ ଅନୁଭବ କରୁଛନ୍ତି । କାଜଲଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଉଛନ୍ତି । ଖୁବ୍ ଶୀଘ୍ର ସେମାନେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment