ମାଳିକା ଭବିଷ୍ୟବାଣୀ ! କଳି ଯୁଗ ଅନ୍ତର ଶେଷ ପ୍ରମାଣ ଏହି ଅଦ୍ଭୁତ ତୁଳସୀ ଚଉରା, ଦେଖନ୍ତୁ ଆଶ୍ଚର୍ଯ୍ୟକର ତଥ୍ୟ

0

ଆସନ୍ତୁ ଜାଣିବା ମାଳିକା ବିଶାରଦ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରକ ବାବା ଶାରଦା ପ୍ରସାଦଙ୍କ ମୁଖ ନିଃସୃତ ମହତ୍ ଏବଂ ଅମୃତ କଥା। ଦୀର୍ଘ ୬୦୦ ବର୍ଷ ତଳର ମହା ପୁରୁଷ ମାନଙ୍କର ଅମୃତ ବାଣୀ ଆଧାରରେ ଏବଂ ମାଲିକାର ଅକାଟ ସତ୍ୟକୁ ସେ ବଖାନୁ ଛନ୍ତି। ନିର୍ଦ୍ଦିଷ୍ଟ ଘଟଣାବଳୀ ଯାହା ପୂର୍ବ ପ୍ରଦତ୍ତ ଅଟେ ତାହାର ପ୍ରମାଣ କିଭଳି ଏବେ ମିଳୁଛି ତାହାକୁ ସେ କହୁଛନ୍ତି, ସେହିସବୁ କଥା ସେ କହୁଛନ୍ତି ଯାହାର କିଛି ଗ୍ରନ୍ଥ ପ୍ରକାଶ ହୋଇ ସାରିଛି ଏବଂ ପ୍ରମାଣ ମଧ୍ୟ ରହିଛି।

ସେତେବେଳର କଥା ଯାହା ଏବେ ଘଟିବକୁ ଯାଉଛି ତାକୁ ସ୍ବୀକାର କରିବା ବହୁତ୍ କଷ୍ଟ କାରଣ ସତ ସବୁବେଳେ କଷ୍ଟକର ହୋଇଥାଏ।ସେହି ସବୁ ବିଷୟରେ ସେ ବିସ୍ତୃତ ବିବରଣୀ ଦେଇଛନ୍ତି।

ବାସ୍ତବରେ ସତ କଷ୍ଟ ଦାୟକ ହେଲେ ମଧ୍ୟ ଏହା ଚିରନ୍ତନ ସତ। ଏବଂ ସତ୍ୟ ସବୁବେଳେ ସତ୍ୟ ଅଟେ।ଦୀର୍ଘ ଛଅ ଶହ ବର୍ଷ ତଳର ବର୍ଣ୍ଣିତ ସମସ୍ତ ଉପାଦେୟ କଥା ଯାହା ମହାପୁରୁଷ ମାନେ କହିଛନ୍ତି ଏବଂ ଯାହା ମାଲିକାରେ ଉଲ୍ଲେଖ ରହିଛି ତାହା ନିରାଟ ସତ୍ୟ ଏବଂ ଏସବୁ କାହାକୁ ଡରେଇବା ପାଇଁ ନୁହଁ ବରଂ ଏହା ହେଉଛି ବାସ୍ତବ ବର୍ତ୍ତମାନ ଜୀବନରେ ହେଉଥିବା ପ୍ରତିଫଳନ ର ସ୍ୱରୂପ ଅଟେ।

ଆଜି ଆମେ ଜାଣିବା ମାଳିକା ରେ ବର୍ଣ୍ଣିତ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍ ଅନ୍ତର୍ଗତ ମାଙ୍ଗରାଜପୁର ଗ୍ରାମରେ ଥିବା ଏକ ପ୍ରମାଣ ବିଷୟରେ।ଏଠାରେ ଥିବା ଏକ ଚଉରା ନିକଟରେ ଯାହା ମାଳିକା ବର୍ଣ୍ଣିତ ଏକ ପୀଠ ଅଟେ।ଏଠାରେ ଋଷିି ଗଣ ଆସି ଯଜ୍ଞ କରିବେ।ଏହି ସମୟ ବେଳକୁ କଳିଯୁଗର ଶେଷ ସମୟ ନିକଟତର ହୋଇଯିବ।

ଏହାସହ କିଛି ଘଟଣା ଦେଖାଦେବ ଯେମିତି କି ଅଦିନ ରେ ସବୁ ଘଟଣା ଘଟିବ ତାହା ଆପଣ ଆଗରୁ କେବେ ବି ଦେଖି ନଥିବେ। ମାଘ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେବ ଏବଂ ବୈଶାଖ ରେ ଖରା ନହୋଇ ସେହି ସମୟରେ ଶିତ ଅନୁଭୂତ ହେବ। ଏମିତି ସମୟ ଆସିବ ଋତୁ ଚକ୍ରରେ ବିରାଟ ପରିବର୍ତ୍ତନ ଆସିବ। ହଠାତ୍ ବର୍ଷା ହୋଇ ଶିତ ଅନୁଭୂତ ହେବ।

ତାପରେ ଖରା ତାପରେ ପୁଣି ହଠାତ୍ ପ୍ରବଳ ବର୍ଷା ଏହିଭଳି ଭାବରେ ଆପଣ ଅଦିନ ରେ ଅନେକ ଜିନିଷ କୁ ଅନୁଭବ କରିବେ ବୋଲି ମହା ପୁରୁଷ ମାନେ କହିଛନ୍ତି।ଯେଉଁ ଋତୁ ରେ ବା ମାସରେ ଯାହା ହବା କଥା ତାହା ହେଉ ନାହିଁ। ଶୁକ୍ଳ ପକ୍ଷ ଓ କୃଷ୍ଣ ପକ୍ଷର ପରିବର୍ତ୍ତନ ଘଟିବ।ଏହା ହେଉଛି ବାସ୍ତବ ପ୍ରତିଫଳନ।

ସେହିପରି ଗୋଟିଏ ପରେ ଗୋଟିଏ ସତ୍ୟ ଏବେର ସମାଜରେ ପ୍ରତିଫଳିତ ହେବାରେ ଲାଗିଛି। ଯାହାକୁ ନେଇ ମହାପୁରୁଷ ଆହୁରି ଉଲ୍ଲେଖ କରିଛନ୍ତି ଯେ,ଆଷାଢ଼ ମାସରେ ଘର ପୋଡିବ,ଏହି ମାସରେ ବର୍ଷା ନହୋଇ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଘରେ ତାତି ଉଠିବ ଏବଂ ଶସ୍ୟ କ୍ଷେତରେ ଅମଳ କରିହେବ ନାହିଁ। ଶ୍ରାବଣ ମାସରେ ପ୍ରବଳ ବର୍ଷା ହେବା କଥା ଯାହା ନହୋଇ ଆପଣ ଖରା ପାଇବେ।

ଯାହା ଆପଣଙ୍କୁ ଅସହ୍ୟ କରି ପକାଇବ।ଏହା ଧୀରେ ଧୀରେ ଯୁଗର ଅନ୍ତ ର ସୂଚନା ଦେଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।