ଖୁସି ଖବର – ‘କାଳିଆ’ ଯୋଜନାର ତୃତୀୟ କିସ୍ତିର ଟଙ୍କା ଆସିଗଲା, କେବେ ଏବଂ କାହାକୁ ପ୍ରଥମେ ମିଳିବ ଶୀଘ୍ର ଦେଖନ୍ତୁ….

0

କାଳିଆ ଯୋଜନା ର ତୃତୀୟ କିସ୍ତି ଟଙ୍କା ୨୦୨୦ ରେ ଚାଷୀ ମାନଙ୍କୁ ମିଳିବାର ଥିଲା। କିନ୍ତୁ କରନା ପାଇଁ ଏହା ବନ୍ଦ ଥିଲା। ବର୍ତ୍ତମାନ କଳିଆ ଯୋଜନା ର ତୃତୀୟ କିସ୍ତି ଟଙ୍କା ବିତରଣ କୁ ନେଇ ଆସିଛି ଏକ ବଡ଼ ଅପଡେଟ।ତେବେ ମାର୍ଚ୍ଚ ମାସ ରେ ମିଳିବା ପାଇଁ ଯାଉଚି କାଳିଆ ଯୋଜନା ର ତୃତୀୟ ଅର୍ଥ କିସ୍ତି । ଏଥି ପାଇଁ ସରକାର ସଜବାଜ ହେଲେଣି। ମୁଖ୍ୟ ମନ୍ତ୍ରୀ ଙ୍କ ଅନୁମୋଦନ ରେ କାଳିଆ ଯୋଜନା ର ତୃତୀୟ କିସ୍ତି ଅର୍ଥ ମିଳିବା ପାଇଁ ଯାଉଛି।

କିନ୍ତୁ ଟିକେ ଭିନ୍ନ ଢଙ୍ଗରେ । ତେବେ ମିଳି ଥିବା ସୂଚନା ଅନୁଯାୟୀ କାଳିଆ ଯୋଜନା ର ଏହି ତୃତୀୟ କିସ୍ତି ଟଙ୍କା ଆସନ୍ତା ମାର୍ଚ୍ଚ ମାସରେ ପ୍ରଦାନ କରା ଯିବ।ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି କାଳିଆ ଯୋଜନା ସମ୍ପର୍କିତ ନୂଆ ଅପଡେଟ।

ତେବେ ମିଳି ଥିବା ସୂଚନା ଅନୁଯାୟୀ କାଳିଆ ଯୋଜନା ର ଏହି ତୃତୀୟ କିସ୍ତି ଟଙ୍କା ଆସନ୍ତା ମାର୍ଚ୍ଚ ମାସରେ ପ୍ରଦାନ କରା ଯିବ।ଏଥର ପ୍ରାୟ ୫୨ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା।ତୃତୀୟ କିସ୍ତି ଅର୍ଥ ବିତରଣ ବେଳେ ପିଏମ୍ କିଷାନ ସହାୟତା ଅର୍ଥର ସାହାରା ନେବାକୁ ସରକାର ଯୋଜନା କରିଛନ୍ତି।ପିଏମ୍ କିଷାନ ଯୋଜନାରେ ୨ ହଜାର ଟଙ୍କା ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ଯୋଜନା ରେ ୨ ହଜାର ଅର୍ଥାତ ସମୁଦାୟ ୪ ହଜାର ଟଙ୍କା ଲେଖାଏଁ ପ୍ରଦାନ କରା ଯିବ।

ଅର୍ଥାତ ସରକାର ଚାଷୀଙ୍କୁ ବାର୍ଷିକ ୧୦ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବା ପାଇଁ ଦେଇ ଥିବା ପ୍ରତିଶ୍ରୁତି ପିଏମ୍ କିଷାନ ସହାୟତା ଟଙ୍କା ସହିତ ଟପ ଅପ ଭାବେ ପ୍ରଦାନ କରା ଯିବ।ଆଉ ଏହା ସହିତ କୃଷି ବିଭାଗ ର ଜଣେ ବରିଷ୍ଠ ଅଧିକାରୀ ଙ୍କ କହିବା ଅନୁଯାୟୀ ସରକାର ଏବେ ଆଉ ୨୦୧୯ ରବି ୠତୁ ଫସଲ ପାଇଁ କାଳିଆ ସହାୟତା ଟଙ୍କା ପ୍ରଦାନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।କିନ୍ତୁ ୨୦୨୦ ମସିହାର ଖରିଫ ଏବଂ ରବି ୠତୁ ଫସଲ ପାଇଁ କାଳିଆ ର ତୃତୀୟ କିସ୍ତି ଏବଂ ଚତୁର୍ଥ କିସ୍ତି ଟଙ୍କା ଚାଷୀ ମାନଙ୍କୁ ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ପ୍ରତିଶ୍ରୁତି ମୁତାବକ ସରକାର ସମୁଦାୟ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରିବେ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ।ପୂର୍ବରୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଇ ସାରି ଥିବାରୁ ଏବେ ରାଜ୍ୟ ସରକାର ନିଜ ଅର୍ଥରୁ ୧୬ ଲକ୍ଷ ୯ ହଜାର ୪ ଶହ ୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ମାତ୍ର ୨ ହଜାର ୫୦୦ ଟଙ୍କା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ତେବେ ୨୦୨୦ ମସିହାରେ ମିଳିବା ପାଇଁ ଥିବା ତୃତୀୟ କିସ୍ତି ଟଙ୍କା ଏହି ବର୍ଷ ମାର୍ଚ୍ଚ ମାସରେ ମିଳିବ ବୋଲି ସୂଚନା ମିଳିଛି।

ମାତ୍ର ୨୦୨୧ ବର୍ଷର ଖରିଫ ଫସଲ ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ବୋଲି କୃଷି ବିଭାଗ ର ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି।ତେଣୁ ବର୍ତ୍ତମାନ କେବଳ କାଳିଆ ଯୋଜନା ର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରା ଯିବ।ଆଉ ୨୦୨୧ ଖରିଫ ଫସଲ ପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।ତେବେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥାପନ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।