କାମ କଲାନି ସୁରଙ୍କ ‘୭ ଦିନିଆ କବାଟ ପଛ’ ଫର୍ମୁଲା ; ଫେରାର ହୋଇଗଲେ ତପସ୍ୱିନୀଙ୍କ ସ୍ୱାମୀ ସୁମିତ…ମୁଁ ଆଉ ସିଆଡେ ଯିବିନି…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ଜାଣିଛନ୍ତି ଡାଇଲଗ ଏବଂ ମିଡ଼ିଆ ଆଗରେ ଦେଉଥିବା ବାଇଟ୍ ପାଇଁ ବେଶ୍ ପରିଚିତ କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ। ଦଳ ବଳ ସର୍ବ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭଲ ପାଆନ୍ତି ତାଙ୍କର ସଚ୍ଚୋଟ ଏବଂ ପରିଷ୍କାର କଥା ପାଇଁ। ଭୁଲ ହେଲେ ସେ କାହାକୁ ଛାଡନ୍ତି ନାହିଁ କିମ୍ୱା ଠିକ୍ ଆଉ ଲୋକଙ୍କ ସ୍ବାର୍ଥ ପାଇଁ କିଛି କାମ କଲେ ସେ ପ୍ରଶଂସା ପାଇଁ ମଧ୍ଯ ପଛାନ୍ତି ନାହିଁ।ଜଣେ ନିର୍ଭୀକ, ସାହାସୀ ଏବଂ ରୋକଠୋକ ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହି ଥିବା ନେତା ହେଉଛନ୍ତି ଜଟଣୀ ର ବର୍ତ୍ତମାନର ବିଧାୟକ ସୁର ରାଉତରାୟ। ଜଣେ ସଚ୍ଚୋଟ ନେତା ଭାବରେ ବି ସେ ପରିଚିତ ଅଟନ୍ତି।

ତେବେ ଜନସାଧାରଣ ଙ୍କ ପାଇଁ ସେ ସବୁବେଳେ ତାଙ୍କର କର୍ମକୁ ଜାରି ରଖିଥାନ୍ତି। ତେବେ ଏହି ରାଜନେତା ଜଣଙ୍କ କୌଣସି ବି ଭୁଲ୍ କୁ ଗ୍ରହଣ ନକରି ଯେଉଁଟା ବାସ୍ତବ ଘଟଣା ତାକୁ କହିଥାନ୍ତି। ଦଳ ବଳ ନିର୍ବିଶେଷରେ ସେ ଲୋକଙ୍କ ପାଇଁ କାମ କରିବାକୁ ଆଗେଇ ଆସିଥାନ୍ତି। ଜଣେ ଟାଣୁଆ ନେତା ଭାବରେ ମଧ୍ଯ ସୁର ରାଉତରାୟ ବେଶ୍ ଜଣାଶୁଣା। କଂଗ୍ରେସ୍ ଦଳର ଏହି ନେତାଙ୍କ ଲୋକପ୍ରିୟତା ବି ବହୁତ୍ ଅଧିକ।ସାଧାରଣ ଲୋକଙ୍କ ପାଇଁ ସେ ସେମାନଙ୍କର ସ୍ବାର୍ଥ ପାଇଁ ଅନେକ କିଛି କାମ କରିଥାନ୍ତି, ଯେଇଁପାଇଁ ଆଜି ସେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। କୌଣସି ପ୍ରସଙ୍ଗ ଉଠିଲେ ଗଣମାଧ୍ୟମ ପ୍ରତିନିଧି ମାନେ ଏକ ବାଇଟ ପାଇଁ ତାଙ୍କ ପାଖକୁ ଚାଲି ଯାଇଥାଆନ୍ତି।

ଏହି ରାଜନେତା ଜଣଙ୍କ ଏବେ ପୁଣି ଏକ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି। ବ୍ରହ୍ମପୁର ର ତପସ୍ୱିନୀ ଏବଂ ସୁମିତ ଙ୍କ ବିବାଦ ମାମଲାର ସମାଧାନ ହୋଇ ପାରିନାହିଁ। ସୁମିତ ଏବେ ପୁଣି ତାଙ୍କ ସ୍ତ୍ରୀକୁ ଛାଡି ଫେରାର ହୋଇ ଯାଇଛନ୍ତି। ଯାହାକୁ ନେଇ ସୁର ବାବୁ ମୁହଁ ଖୋଲିଛନ୍ତି।ତେବେ ଦେଖନ୍ତୁ ତପସ୍ୱିନୀ ଏବଂ ସୁମିତ ଙ୍କ ଏବେର ବିବାଦ ମାମଲା କୁ ନେଇ କଣ କହୁଛନ୍ତି ସୁର ବାବୁ।ସେ କହୁଛନ୍ତି ଯେ, ହେସ୍ ତେରିି, ଏତେ ଦିନ ଧରି ଶୋଇଲେ କିଛି ହେଇ ପାରିଲାନି। ମୁଁ ଆଉ ସିଆଡେ ଯିବିନି। କାରଣ ପ୍ରତିଦିନ ଏମିତି ଦଶ ବାରଟା ଯୋଡି ମୋ ପାଖକୁ ଆସୁଛନ୍ତି, ସବୁ ଫିଟିବା ପରେ ଆସୁଛନ୍ତି।

ତେବେ ସେ ଚାହିଁଥିଲେ ଯେ ପାଖରେ ରହିବା ପରେ, କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ତପସ୍ୱିନୀ ଏବଂ ସୁମିତ ୭ ଦିନ ସାଙ୍ଗରେ ରହିବା ପରେ ସେମାନେ ମିଶିଯିବା କଥା, ତାଙ୍କ ଭିତରେ ସବୁକିଛି ଠିକ୍ ହୋଇଯିବା କଥା, କିନ୍ତୁ ତାହା ହୋଇ ପାରିଲାନି। କାରଣ ସୁମିତ ଫେରାର ହୋଇ ଯାଇଛନ୍ତି ଏବଂ ପୁଣି ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ରଖି ଏହାକୁ ନେଇ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ତପସ୍ୱିନୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।