କଣ ମଜାକ ଚାଲିଛି… ମୋ ସହ କଣ ଛୁଆ ଖେଳ ଖେଳୁଛ… ଶେଷରେ ରାଗିଗଲେ ଦୀପିକା, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବହୁ ଚର୍ଚ୍ଚିତ ଦୀପିକା ଓ ଦୀନେଶ ର ମାମଲା ରେ ଏପର୍ଯ୍ୟନ୍ତ କିଛି ସମାଧାନ ରାସ୍ତା ମିଳୁନଥିବା ବେଳେ ପୁଣି ଥରେ ଏହି ଘଟଣା ର ନୂଆ ମୋଡ଼ ନେଇଛି | ତେବେ ସୂଚନା ଅନୁଯାୟୀ ଦୀର୍ଘ 65 ଦିନ ଦୀନେଶ ଙ୍କ ଘର ଆଗରେ ନିଜ ପିଲା ଅଧିକାର ପାଇଁ ବସି ରହିଛନ୍ତି ଦୀପିକା | ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ | ଆଉ ଯାହା ଜଣା ପଡିଛି କି ଏତେ ସବୁ ଘଟିବା ପରେ ମଧ୍ୟ ଦୀପିକା ଙ୍କୁ ମିଳିନି ନ୍ୟାୟ | ଆଉ ନିଜର ଓ ନିଜ ପୁଅ କୁ ନ୍ୟାୟ ଦେବା ପାଇଁ ଦୀପିକା ଙ୍କ ଘର ସାମ୍ନା ରେ ବସି ରହିଥିବା ବେଳେ ଦିନେଶ ଙ୍କ ବାପା ଆଉ ମା ଦୀପିକା ଙ୍କ ସହିତ ଝଗଡା କରିବାକୁ ଲାଗିଛନ୍ତି ବୋଲି ଅଭିଯୋଗ ଆସିଛି | ଆଉ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ଦୀନେଶ ଙ୍କ ଘର ଲୋକ ଅନୁପସ୍ଥିତ ଥିଲେ ଓ ସେମାନେ ଘରକୁ ଫେରିବା ପରେ ଦୀପିକାଙ୍କୁ ସେମିତି ଅବସ୍ଥା ରେ ଦେଖିଥିଲେ ଓ ସେମାନେ ଦୀପିକା ଟାଙ୍ଗିଥିବା ପାଲକୁ ଚିରି ଫୋପାଡି ଦେଇଥିଲେ ଦୀପିକା ଙ୍କ ଶାଶୁ ଓ ଶ୍ୱଶୂର ଏପରିକି ତାଙ୍କୁ ଦୁର୍ବ୍ୟବହାର କରିିବା ସହ ମାଡ ମାରିଥିବା ଅଭିଯୋଗ ଆଣି ଦୀପିକା ବ୍ରହ୍ମପୁର ବଡବଜାର ଥାନାରେ ଏତଲା ଦେଇଥିଲେ | ଆଉ ଏହି ଏତଲା ଆଧାରରେ ଧାରଣାସ୍ଥଳକୁ ପୁଲିସ ଆସି ତଦନ୍ତ କରିବା ସହ କେ ଦିନେଶଙ୍କ ବାପା ଓ ମା” ଏବଂ ଦୀପିକାଙ୍କୁ ପଚରାଉଚରା କରିଥିବା ର ଦେଖା ଯାଇଛି |

ତେବେ ପୂର୍ବ ସୂଚନା ଅନୁଯାୟୀ ଗତ କାଲି ଶାଶୂ ବୋହୂ ଙ୍କ ମଧ୍ୟରେ ଝଗଡା ହେଇଥିବା ଦେଖାଯାଇଥିଲା ବେଳେ ଏହି ଝଗଡା ଦୀପିକା ଓ ତାଙ୍କ ଛୁଆଙ୍କୁ ନେଇ ଆରମ୍ଭ ହୋଇଛି ବୋଲି ଜଣା ପଡିଛି | ଦୀନେଶ ଙ୍କ ମା ‘ କହିବା କଥା ହେଇଛି ଦୀପିକା ଜନ୍ମ କରିଥିବା ପିଲା ଦିନେଶ ର ନୁହେଁ | ବହୁତ ଦିନ ଧରି ଦୀପିକା ଟଙ୍କା ପଇସା ଲୋଭରେ ଆମ ଘର ଆଗରେ ଧାରଣା ରେ ବସି ରହିଛନ୍ତି ବୋଲି କହିଛନ୍ତି ଦୀପିକା ଙ୍କୁ ଶାଶୂ | ଖାଲି ଏତିକି ରେ ତାଙ୍କ ମନ ଭରିନଥିଲା ସେ ଦୀପିକାଙ୍କ ଗର୍ଭ କୁ ସନ୍ଦେହ କରି ଏ ପିଲା ଦିନେଶ ର ନୁହେଁ ବୋଲି କହି ଡି. ଏନ. ଏ. ରିପୋର୍ଟ ସହିତ ଦୀନେଶ ତାଙ୍କୁ ବିବାହ କରିଛନ୍ତି ତାହାର ପ୍ରମାଣପତ୍ର ଦେଖାଇବାକୁ କହିଛନ୍ତି ଦୀପିକା ଙ୍କ ଶାଶୂ |

ତେବେ ଏ ନେଇ ଦୀପିକା କହିଛନ୍ତି ଯେ କଣ ସତ କଣ ମିଛ ତାହା ଦୀନେଶ ଓ ମୋ ଓକିଲ ଙ୍କୁ ଜଣା ଯିଏ କେସ ଲଢୁ ଛନ୍ତି |ତେବେ ଏ ସମସ୍ତ ଘଟଣା କୁ ଆଧାର କରି ପୋଲିସ ଆସି ଦୀନେଶଙ୍କ ଘରେ ତଦନ୍ତ ଆରମ୍ଭ କରିବା ସହିତ ଦୀପିକା ଙ୍କ ଶାଶୂ ଶଶୂର ଙ୍କୁ ପଚାରଉଚାର କରିବାର ଦେଖାଯାଇଛି | ତେବେ ଏ ନେଇ ସମ୍ପୂର୍ଣ୍ଣ ଖବର ମିଳିନଥିବା ବେଳେ ଦୀପିକା ଙ୍କୁ କେବେ ନ୍ୟାୟ ମିଳିବ ତାହା ଏବେ ଦେଖିବାକୁ ବାକୁ ରହିଛି ବୋଲି କୁହାଯାଇଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment