Ias Question : କଣ ପ୍ରଥମ ଦୁଇ ଥର ମାଗଣା ମିଳେ, କିନ୍ତୁ ୩ୟ ଥରକୁ ପଇସା ଦେବାକୁ ପଡିବ ?

ତେବେ ବନ୍ଧୁଗଣ ଆମେ ମାନେ ଜାଣିଛି କି ବହୁତ ପୁରାତନ କାଳଠୁ ନେଇକି ଆଜି ପର୍ଯ୍ୟନ୍ତ ଢୋଗ ଆଉ ରୂଢି ଆମ ଓଡିଶା ରେ ରହି ଆସୁଅଛି | ଆଉ ସେହି ଢୋଗ କୁ ନେଇକି ଆମର ପ୍ରାଚୀନ ସଭ୍ୟତା ପାଖରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସବୁଠି ଆମ ଓଡିଶା ନିଜର ଗୋଟିଏ ବେଶ ଭଲ ସ୍ୱତନ୍ତ୍ର ଅର୍ଜନ କରି ଆସିଛି | ତେବେ ବର୍ତ୍ତମାନ ସେହି ଭଳି କିଛି ଢୋଗ ରେ ଥିବା ପ୍ରଶ୍ନ ଉପରେ ଆମେମାନେ ଆଲୋଚନା କରିବା | ଆଉ ଯାହାକୁ ଆମେ ବ୍ୟବହାର କରିକି ଆମେ କିଛି ନୂଆ ନୂଆ କଥା ମଧ୍ୟ ଜାଣିପାରିବା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ସବୁ ପ୍ରଶ୍ନ ଆଉ ଢୋଗ ଉପରେ ଆଲୋଚନା କରିବା |

ତେବେ ଆମେ ଜାଣିଛୁ କି ଆମ ଓଡିଶା ରେ ଢୋଗ କୁ ନେଇକି ବହୁତ ନାଁ ରହିଛି | ତେବେ ଆମେ ଏହି ଢୋଗ କୁ ବ୍ୟବହାର କରି ଅନେକ ସମୟରେ କଥା ବାର୍ତ୍ତା ହେଇଥାଉ ଯାହା ଆମକୁ ବହୁତ ଭଲ ମଧ୍ୟ ଲାଗିଥାଏ |ତେବେ ସେମିତି କିଛି ଢୋଗ ବିଷୟରେ ଆଲୋଚନା କରିବା |

ପ୍ରଶ୍ନ 1:-ଗରମ ପାଇଲେ ଆକାଶେ ଉଡ଼େ, ଶୀତଳ ପାଇଲେ ତଳକୁ ପଡେ , ତେବେ ସେ ଜିନିଷ ଟିର ନାଁ କଣ?
ଉତ୍ତର :- ବାଷ୍ପ

ପ୍ରଶ୍ନ 2:-ଓଡ଼ିଶାର ପ୍ରଥମ ବିଲାତ ଯାତ୍ରୀ କିଏ?
ଉତ୍ତର :-ମଧୁସୂଦନ ଦାସ

ପ୍ରଶ୍ନ 3:-ମହାପ୍ରଭୁ ଜଗନ୍ନାଥ ଙ୍କର ରଥର ରକ୍ଷକ କିଏ?
ଉତ୍ତର :-ଗରୁଡ଼

ପ୍ରଶ୍ନ 4:-ଗୋଟିଏ ଫଳରେ ଅନେକ କଣ୍ଟା, ପାଚିଲା ଖାଇଲେ ହାତରେ ଅଠା?
ଉତ୍ତର :-ପଣସ

ପ୍ରଶ୍ନ 5:-ଓଡ଼ିଶାର କୌଳାସ କାହାକୁ କୁହାଯାଏ?
ଉତ୍ତର :- ଢେଙ୍କାନାଳ ରେ ଥିବା କୌଳାଶ ପାହାଡ଼

ପ୍ରଶ୍ନ 6:-ଉତ୍କଳ କେଶରୀ ଉପାଧି କିଏ ପାଇଥିଲେ?
ଉତ୍ତର :- ହରେକୃଷ୍ଣ ମହତାବ

ପ୍ରଶ୍ନ 7:-ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଦ କିଏ?
ଉତ୍ତର :- ପଠାଣି ସାମନ୍ତ

ପ୍ରଶ୍ନ 8:-ବ୍ଲାକ ପାଗଡା କାହାକୁ କୁହାଯାଏ?
ଉତ୍ତର :- କୋଣାର୍କ ର ସୂର୍ଯ୍ୟ ମନ୍ଦିରକୁ

ପ୍ରଶ୍ନ 9:-କେଉଁ ଜିନିଷ ପ୍ରଥମେ ମାଗଣାରେ ମିଳେ କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ?
ଉତ୍ତର :- ଦାନ୍ତ

ପ୍ରଶ୍ନ 10:- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ କିନ୍ତୁ ପାଣି ପିଇବାକୁ ଦେଲେ ମରିଯାଏ?
ଉତ୍ତର :-ନିଆଁ

ପ୍ରଶ୍ନ 11:-ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଆଉ ପାଚିଲା ପରେ ଆଉ ଗୋଟିଏ ନାମ?
ଉତ୍ତର :-ପଇଡ / ନଡ଼ିଆ

ପ୍ରଶ୍ନ 12:-ଦେଖିବାକୁ ଗୋଲ କିନ୍ତୁ ବଲ ନୁହଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ,ଲାଞ୍ଜ ଧରି ତାଙ୍କର ଖେଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ?
ଉତ୍ତର :-ବେଲୁନ

ପ୍ରଶ୍ନ 13 :-ଖାଇଲେ ଫଳ,ଡାକିଲେ ଝିଅ,ଅଙ୍କିଲେ ରଙ୍ଗ, ମୁଁ କିଏ କୁହ?
ଉତ୍ତର :-କମଳା

ତେବେ ଏହା ଥିଲା ଆଜିର ଆମେ ଜାଣିଥିବ କେତେକ ଢୋଗ ଯାହା ଆମର ବହୁତ କାମରେ ଆସିଥାଏ ଓ ବହୁତ କଥା ଶିଖାଇଥାଏ ମଧ୍ୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment