ବିବାହ କରିବେ ସବ୍ୟସାଚୀ ଓ ଅର୍ଚ୍ଚିତା ! କ’ଣ ରହିଛି ଖବର ପଛର ସତ୍ୟତା ? କ’ଣ ସେମାନେ ସତରେ ବିବାହ କରିବେ ଓ ଜାଣନ୍ତୁ କେବେ ବିବାହ କରିବାକୁ ଯାଉଛନ୍ତି…

0

ସବ୍ୟସାଚୀ ମହାନ୍ତି- ଯିଏକି ଏବେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଜଣେ ଲୋକପ୍ରିୟ ଚେହେରା ପାଲଟି ଯାଇଛନ୍ତି । ରିଲ୍ ଲାଇଫ ଭଳି ରିଏଲ୍ ଲାଇଫ ରେ ମଧ୍ୟ ସେ ଲୋକମାନଙ୍କ ପାଇଁ ସାଜିଛନ୍ତି ହିରୋ। ତାଙ୍କ ପାଇଁ ଓଡ଼ିଶା ବାସୀ ଆଜି ଗର୍ବ ଅନୁଭବ କରୁଛନ୍ତି। ମହାମାରୀ ସମୟରେ ସବୁ ବର୍ଗର ବ୍ୟକ୍ତି ବିଶେଷ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।ଆଉ ଏହି ତାଲିକାରେ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ସାମିଲ ମଧ୍ୟ ହୋଇଛନ୍ତି। ଏହି ମହାବିପତ୍ତି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ସହାୟତା ପ୍ରଦାନ କରିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।

ତାଙ୍କର ଏଭଳି ପଦକ୍ଷେପ ପାଇଁ ଅନେକ ଅସହାୟ ଲୋକ ଆଜି ସହାୟତା ପାଇ ତାଙ୍କୁ ଅନେକ ଆଶିର୍ବାଦ ଏବଂ ଅନେକ ଭଲପାଇବା ମଧ୍ୟ ଦେଉଛନ୍ତି।ଲକଡାଉନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ଲୋକମାନେ ସାହାଯ୍ୟ ଚାହୁଁଥିବା ବେଳେ ସେମାନଙ୍କ ପାଖରେ ଦେବଦୂତ ସାଜି ପହଞ୍ଚୁଥିଲେ ଏହି ଓଲିଉଡ ଷ୍ଟାର ଜଣଙ୍କ ।

ଏଥିପାଇଁ ସେ ନିଜ ଘରେ ଏକ ଛୋଟ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲିଥିଲେ।ଗ୍ଲେମର୍ ଲେନ୍ ନାମକ ଏକ ଶୋ କୁ ଆସି ସବ୍ୟସାଚୀ ତାଙ୍କର କିଛି ଅନୁଭୂତି କୁ ସେୟାର କରିଛନ୍ତି। ତାଙ୍କର ଅସହାୟଙ୍କୁ ସାହାଯ୍ୟ କରିବା ଏବେ ମଧ୍ୟ ବଜାୟ ରହିଛି। ନିକଟରେ ଗାନ୍ଧୀ ଜୟନ୍ତୀ ଅବସରରେ ତାଙ୍କର ସମାଜସେବା ପାଇଁ ତାଙ୍କୁ ପୁରସ୍କୃତ ଏବଂ ସମ୍ମାନିତ ମଧ୍ୟ କରା ଯାଇଛି।

ଏହା ସହିତ ଅଭିନୟ କୁ ନେଇ ସେ କହିଛନ୍ତି ଯେ ଏକ ଭଲ ଆର୍ଟ ସିନେମା ରେ ଅଭିନୟ କରିବାକୁ ତାଙ୍କର ବହୁତ୍ ଇଚ୍ଛା। ଯଦି ସୁଯୋଗ ମିଳେ ତେବେ ସେ ଏହାକୁ ଆଗ୍ରହର ସହିତ କରିବେ। ଅର୍ଚିତା ଏବଂ ତାଙ୍କ ଯୋଡିକୁ ନେଇ ମଧ୍ୟ ସେ କହିଛନ୍ତି ଯେ ସ୍ୱପ୍ନର ସୌଦାଗର ଥିଲା ତାଙ୍କର ପ୍ରଥମ ସିନେମା। ଏଥିରେ ତାଙ୍କର ଗୀତ ଗୁଡ଼ିକୁ ଲୋକେ ବହୁତ୍ ପସନ୍ଦ କରିଥିଲେ, ଭଲପାଇବା ଦେଇଥିଲେ।

ଏହାକୁ ନେଇ ସେମାନଙ୍କ ଯୋଡ଼ି ପ୍ରତି ଦର୍ଶକଙ୍କ ମନ ଭିତରେ ଏକ ଭାବନା ସୃଷ୍ଟି ହୋଇଥିଲା। ସେହିସବୁ ଗୀତ ଦର୍ଶକଙ୍କ ମନରେ ନାଚି ଉଠୁଥିଲା। ସେବେ ଠାରୁ ଦର୍ଶକ ସେମାନଙ୍କ ଯୋଡିକୁ ପସନ୍ଦ କରି ଆସୁଛନ୍ତି।

ତେବେ ଅର୍ଚ୍ଚିତା ଏବଂ ତାଙ୍କ ସମ୍ପର୍କ କୁ ନେଇ ରହିଥିବା ଲୋକଙ୍କ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ସେମାନଙ୍କ ଭିତରେ ସେମିତି କିଛି ନାହିଁ। ତାଙ୍କୁ ବିବାହ କରିବା କଥା ସେ କେବେ ଭାବି ନାହାନ୍ତି। ତାଙ୍କର ପ୍ରଶଂସକ ମାନେ ଅର୍ଚ୍ଚିତାଙ୍କ ସହ ରିଲେସନଶିପ କୁ ନେଇ ଯାହା କୁହନ୍ତି ଏହାକୁ ନେଇ ସେ ରାଗି ନଥାନ୍ତି ବରଂ ଖୁସି ହୁଅନ୍ତି କାରଣ ଏହା କଳାକାର ଜୀବନର ଗୋଟିଏ ଅଂଶ ଯେ ପ୍ରଶଂସକ ମାନଙ୍କ ମତ କୁ ପରିବାରର ସଦସ୍ୟ ଭାବରେ ଗ୍ରହଣ କରିବା।

ତେବେ ସେ ଅର୍ଚ୍ଚିତାଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ଏହିଭଳି ଭାବରେ ସ୍ପଷ୍ଟ କରି ଦେଇଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।