କଣ ଆପଣଙ୍କ ଘରେ ଅଶାନ୍ତି ଓ ଆର୍ଥିକ ସମସ୍ୟା ଲାଗି ରହୁଛି କି? ତାହେଲେ ମଙ୍ଗଳବାର ଦିନ ହନୁମାନଙ୍କ ପାଖରେ କରି ଦିଅନ୍ତୁ ଏହି ଉପାୟ।ଆଉ ଦେଖନ୍ତୁ ଚମତ୍କାର।

0

ଧାର୍ମିକ ପ୍ରଥା ଅନୁସାରେ ମଙ୍ଗଳବାର ଓ ଶନିବାର ଦିନ ଭଗବାନ ହନୁମାନ ଙ୍କର ଦିନ ହୋଇଥାଏ।କିନ୍ତୁ ଯଦି ଆପଣ ହୃଦୟରେ ସହିତ ତାଙ୍କ ଧ୍ୟାନ କରିବେ ତାହେଲେ ସେ ସବୁଦିନ ସବୁ ସମୟରେ ତାଙ୍କ ପାଖରେ ରହିବେ।ପବନପୁତ୍ର ହନୁମାନ ଆପଣଙ୍କ ସମସ୍ତ ସଂକଟ ଦୂର କରିଥାନ୍ତି ତେଣୁ ତାଙ୍କୁ ସଂକଟମୋଚନ ବୋଲି କୁହାଯାଏ।

ଭଗବାନ ହନୁମାନ କଳି ଯୁଗରେ ମଧ୍ୟ ଅମର ହୋଇ ରହିଛନ୍ତି।ତାଙ୍କୁ ସଫା ମନରେ ଓ ଭକ୍ତିର ସହ ହୃଦୟ ରୁ ସ୍ମରଣ କଲେ , ସବୁ ବିପଦ ଦୂର ହୋଇଥାଏ।ହନୁମାନ ଙ୍କୁ ଖୁସି କରିବା ପାଇଁ ଭକ୍ତ ମାନେ ମଙ୍ଗଳବାର ଓ ଶନିବାର ଦିନ ତାଙ୍କୁ ପୂଜା କରିଥାନ୍ତି।ପ୍ରଭୁ ହନୁମାନ ଚିରଞ୍ଜିବି ଅଟନ୍ତି।କଳିଯୁଗରେ ଜୀବନ୍ତ ଭଗବାନ ହେଉଛନ୍ତି ସଂକଟ ମୋଚନ ହନୁମାନ। ଭଗବାନ ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତା ମହାବିର ହନୁମାନଙ୍କୁ ଆମର ବର ପ୍ରଦାନ କରିଥିଲେ।

ତାଙ୍କର ମନ୍ତ୍ର ଜପ କଲେ ସମସ୍ତ ବିପଦରୁ ଏବଂ ସମସ୍ତ ସମସ୍ୟାରୁ ମୁକ୍ତି ମିଳେ।ଯେତେବେଳେ ହନୁମାନ କାହା ଉପରେ ସନ୍ତୁଷ୍ଟ ଥାନ୍ତି ସେହି ବ୍ୟକ୍ତିଙ୍କ ଭାଗ୍ୟ ଚମକି ଥାଏ। ହନୁମାନ ତାଙ୍କୁ ପ୍ରତ୍ୟେକ ବିପଦରୁ ଉଦ୍ଧାର କରନ୍ତି।

ଆସନ୍ତା କାଲି ମଙ୍ଗଳବାର ଠାରୁ ହନୁମାନ ତାଙ୍କ ଭକ୍ତଙ୍କ ଉପରେ ତାଙ୍କର ଅସୀମ କୃପା ଅଜାଡ଼ିବାକୁ ଯାଉଛନ୍ତି। ତେଣୁ ତାଙ୍କ ଭକ୍ତଙ୍କ ଭାଗ୍ୟ ସୁନାଠାରୁ ଅଧିକ ଚମକିବାକୁ ଯାଉଛି। ମାତ୍ର ମଙ୍ଗଳବାର ଦିନ ଏହି ଉପାୟ କରିବା ଅତ୍ୟନ୍ତ ଜରୁରୀ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ଯଦି ଆପଣଙ୍କ କରଜ ସମସ୍ୟା ବା ଧାର ଉଦ୍ଧାର ବଢ଼ି ଯାଇଛି କିମ୍ବା ଆପଣ ଚାହୁଁଛନ୍ତି ଯେ ଆପଣ ଖୁବଶୀଘ୍ର ଧନବାନ ହେବେ କିମ୍ବା ଟଙ୍କା ପଇସାର ଅଭାବରୁ ଆପଣଙ୍କ କୌଣସି ଖୁସି ଅଟକି ରହିବ ନାହିଁ କିମ୍ବା ଯଦି କୌଣସି ମନସ୍କାମନା ରହିଛି ତାହେଲେ ମଙ୍ଗଳବାର ଦିନ ହନୁମାନଜୀ ଙ୍କ ନାମ ନେଇ ସକାଳ କିମ୍ବା ସନ୍ଧ୍ୟାରେ ଏହି ଉପାୟକୁ କରି ଦିଅନ୍ତୁ।ତେବେ ଆସନ୍ତୁ ଜାଣିବା ପ୍ରଥମ ଉପାୟ ବିଷୟରେ;

ମଙ୍ଗଳବାର ଦିନ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟାରେ ହନୁମାନଙ୍କ ମନ୍ଦିରରେ କିମ୍ବା ଆପଣଙ୍କ ଘରେ ଥିବା ହନୁମାନ ମୂର୍ତ୍ତି ସାମ୍ନାରେ ଆସନ ଉପରେ ବସି ସୋରିଷ ତେଲରେ ଚାରି ମୁଖ ଦୀପ ଜଳାନ୍ତୁ।ଦୀପ ଜଳେଇବା ସହିତ ଧୂପ, ସିନ୍ଦୂର, ଫୁଲ ଇତ୍ୟାଦି ମଧ୍ୟ ଭଗବାନ ହନୁମାନ ଙ୍କୁ ଅର୍ପିତ କରନ୍ତୁ।ଦୀପ ଲଗେଇବା ସମୟରେ ଏହି ମନ୍ତ୍ରର ଜପ କରନ୍ତୁ।

“ଓଁ ରାମ ଦୂତାୟ ନମଃ ଓଁ ପବନ ପୁତ୍ରାୟ ନମଃ”ଏହି ମନ୍ତ୍ର ପରେ ଆପଣ ହନୁମାନ ଚାଳିସା ର ପାଠ କରନ୍ତୁ।ଏହି ଗୋଟିଏ ଉପାୟରେ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ।

ଦ୍ୱିତୀୟ ଉପାୟଟି ପାଇଁ ମଙ୍ଗଳବାର ଓ ଶନିବାର ଦିନ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠନ୍ତୁ।ଏହାପରେ ନିତ୍ୟକର୍ମ ଆଦି କରି କୌଣସି ଓସ୍ତ ଗଛରୁ ୧୧ ଟି ପତ୍ର ତୋଳନ୍ତୁ।ଧ୍ୟାନ ରଖିବେ ପତ୍ର ପୁରା ହୋଇ ଥିବା ଦରକାର।ଅର୍ଥାତ ପତ୍ର ଅଖଣ୍ଡିତ ଥିବା ଦରକାର।

ଏହି ୧୧ଟି ପତ୍ର ସଫା ଜଳରେ ଧୋଇବା ପରେ ସେଥିରେ କୁମକୁମ କିମ୍ବା ଚନ୍ଦନରେ ‘ଶ୍ରୀ ରାମ ‘ ଲେଖନ୍ତୁ।ନାମ ଲେଖିବା ସମୟରେ ହନୁମାନ ଚାଳିସା ର ପାଠ କରନ୍ତୁ।୧୧ ଟି ଯାକ ପତ୍ରରେ ‘ଶ୍ରୀ ରାମ ‘ ଲେଖିବା ପରେ ସେଥିରେ ଏକ ମାଳ ତିଆରି କରି ଦେବେ ହନୁମାନଙ୍କୁ ଅର୍ପିତ କରିଦେବେ।ଏହାଦ୍ବାରା ଆପଣଙ୍କ ସବୁ କାର୍ଯ୍ୟ ରେ ସଫଳତା ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।