କଣନଖା ପାଇଁ ଚିନ୍ତିତ କି ? ଆଜି ହିଁ କରନ୍ତୁ ଏହି ଛୋଟିଆ ଘରୋଇ ଉପଚାର ୧୦୦% ଗ୍ୟାରେଣ୍ଟି ଭଲ ହେବ

0

ଆଜି ଆମେ ଜାଣିବା କଣ ନଖା ବିଷୟରେ l ଏହା ପ୍ରାୟ ଅଧିକାଂଶ ଲୋକଙ୍କ ନଖ ମୂଳରେ ହୋଇ ଥାଏ l ଆପଣଙ୍କ ନଖ ମୂଳରେ ଯେଉଁ ଘା ହୋଇ ଥାଏ ତାକୁ କଣ ନଖା ବୋଲି କହି ଥାନ୍ତି l ଆମର ଏହି କଣ ନଖା ହେଲେ ଅଧିକ ଲୋକ ଚାଲି ପାରନ୍ତି ନାହିଁ l ତେବେ ଆମେ ଏହି ସମସ୍ୟାରୁ କିପରି ମୁକ୍ତି ପାଇବା ସେଥିପାଇଁ କିଛି ଘରୋଇ ଉପଚାର ଦ୍ୱାରା ଆମେ ଏହାକୁ ଭଲ କରିବାର ପ୍ରକ୍ରିୟାକୁ ଜାଣିବା l ପ୍ରଥମରେ ହେଉଛି ଯଦି ଆପଣଙ୍କ ନଖକୁ ଅଧିକ ସମୟ ପାଣିରେ ବୁଡ଼ାଇ କୌଣସି କାମ କରୁଛନ୍ତି, ତେବେ ଏଥି ପାଇଁ କଣ ନଖା ହୋଇ ଥାଏ l

ଦ୍ୱତୀୟରେ ଆମେ ଯଦି ସକ୍ସ ପିନ୍ଧୁ ଛନ୍ତି ତେବେ ତାକୁ ସବୁବେଳେ ସଫା ରଖିବା ଆବଶ୍ୟକ ହୋଇ ଥାଏ l ନହେଲେ ସେଥିରେ ଥିବା ଜୀବାଣୁ ନଖ ମୂଳରେ ପଶି କଣ ନଖାକୁ ଅଧିକ ବଢ଼ାଇ ଥାନ୍ତି l ସେଥିପାଇଁ ସକ୍ସକୁ ସବୁବେଳେ ସଫା ରଖିବା l

ତୃତୀୟରେ ଯଦି ଆପଣ ମାନେ ଅଧିକାଂଶ ସମୟରେ ଫୁଲ ଜୋତା ପିନ୍ଧୁ ଛନ୍ତି ତେବେ ତାହାକୁ ଖରାରେ ଶୁଖାନ୍ତି ନାହିଁ ସେଥିପାଇଁ କଣ ନଖା ହେବାର ସମ୍ଭାବନା ଥାଏ l ଆମେ ସବୁବେଳେ ଫୁଲ ଜୋତା ପିନ୍ଧିଲେ ଆମ ପାଦର ନଖ ଚାପି ହୋଇ ରହିଥାଏ l ସେଥିପାଇଁ ଏହାକୁ ସବୁବେଳେ ବ୍ୟବହାର କରନ୍ତୁ ନାହିଁ l

ଚତୁର୍ଥରେ ଯଦି ଆମେ କୌଣସି ଜାଗାକୁ ଯାଉଛନ୍ତି l ଖାସ କରି କାଦୁଅ ଓ ମାଟି ଥିବା ସ୍ଥାନକୁ ଗଲେ ଆମ ନଖ ଭିତରେ ମାଟି ପଶି ଯାଏ l ଫଳରେ ସେହି ମାଟି ବହୁତ ଦିନ ରହିଗଲେ ଏହା ନଖ ଭିତରେ ବିନ୍ଧା ହୋଇ ଥାଏ, ସଂକ୍ରମଣ ମଧ୍ୟ ହୋଇ ଥାଏ l ଆମେ ଏମିତି ସ୍ଥାନକୁ ଯିବା ନାହିଁ ଖାଲି ପାଦରେ ଚପଲ ବ୍ୟବହାର କରିବା ଉଚିତ l

ପଞ୍ଚମରେ ଆପଣ ନେଲପୋଲିସ ବ୍ୟବହାର କରୁ ଥିଲେ ମଧ୍ୟ କଣ ନଖା ହେବାର ସମ୍ଭାବନା ରହିଛି l

ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ –

ଆପଣଙ୍କ ଆଙ୍ଗୁଳି ଫୁଲିଯିବ l ନଖ ମୂଳ ସଫା ନରଖିଲେ ପୁଜ ହେବ l ଏହା ଅଧିକ ଯନ୍ତ୍ରଣା ମଧ୍ୟ ହୋଇ ଥାଏ l ଏପରି ହେଲେ ଚାଲିବି ପାରନ୍ତିନାହିଁ l ଆସନ୍ତୁ ଜାଣିବା ଏହାର ସମାଧାନ ବିଷୟରେ l

ଏହାକୁ ଭଲ କରିବାପାଇଁ ଗୋମୂତ୍ର ନେବା ଓ ଏହାଦ୍ୱାରା ଘାକୁ ପୋଛିଦେବା l ଏହାପରେ ଗେଣ୍ଡୁଫୁଲର ପାଖୁଡା ଓ ହଳଦୀ, ଗୋମୂତ୍ରକୁ ପେଷ୍ଟ କରନ୍ତୁ l ଦିନରେ ଦୁଇ ଥର ଏହାକୁ ଲଗାନ୍ତୁ l ଏହାକୁ ସଂଗେସଂଗେ ଲଗାଇଦିଅନ୍ତୁ l ଦେଖିବେ ଜଲଦି ଭଲ ହୋଇଯିବ l ଏହାକୁ 15 ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ l ଏହା ସମ୍ପୂର୍ଣ ଭଲ ହୋଇଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।