ବିଗତ କିଛି ଦିନରେ ଅନେକ କଳାକାର ଆମ ଗହଣରୁ ଚାଲିଗଲେଣି। ତେବେ ବର୍ତ୍ତମାନ ସମୟରେ ଏକ ବଡ଼ ଦୁଃଖଦ ଖବର ଶୁଣିବା ପାଇଁ ମିଳୁଛି, ଯାହାକି କାନାଡ଼ା ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାରଙ୍କ ଦେହାନ୍ତ ଘଟିଛି। ଦୁନିଆ ରେ କେହି ବି ଅମର ନୁହନ୍ତି। ମନୁଷ୍ୟ ମଧ୍ୟ ଅମର ନୁହେଁ, ଆୟୁଷ ଯେତିକି ଦିନ ପର୍ଯ୍ୟନ୍ତ ଆଛି, ସେତିକି ଦିନ ବଞ୍ଚିବ ଯେତେବେଳେ ଆୟୁଷ ପୂରିଯିବ ଏ ଦୁନିଆ ଛାଡି ଆରପାରିକୁ ଚାଲିଯିବେ। ଯେତେବେଳେ ଜଣେ ସାଧରଣ ମଣିଷ ମୃତ୍ୟୁ ହେଉଛି, ତାଙ୍କୁ କେବେଳ ନିଜର ଗାଁ ପରିଜନ ଲୋକ ହିଁ ଦୁଃଖ କରିବେ। କିନ୍ତୁ ଜଣେ ଜଣେ ସେଲିବ୍ରେଟି ଆମ ଗହଣରୁ ସବୁଦିନ ପାଇଁ ଚାଲି ଯାଉଛନ୍ତି, ତାଙ୍କୁ ସାରା ଦୁନିଆ ଝୁରିବ, କାରଣ କଳାର ମୃତ୍ୟୁ ହୋଇନଥାଏ।
ତେବେ ବନ୍ଧୁଗଣ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ପାୱାର ଷ୍ଟାର କୁହାଯାଉଥିବା, ପୁନେତ୍ ରାଜକୁମାର ଆଉ ଏ ଦୁନିଆରେ ନାହାନ୍ତି, ହୃଦ ଘାତରେ ତାଙ୍କର ଦେହାନ୍ତ ଘଟିଛି। ସୂଚନା ଅନୁସାରେ କନ୍ନଡ଼ ପାୱାର ଷ୍ଟାର ପୁନେତ, ବସିଥିବା ବେଳେ ସେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଯନ୍ତ୍ରଣା ଜୋର ହେବାରୁ ପରିବାର ଲୋକ ତାଙ୍କୁ, ହସ୍ପିଟାଲ ନେଇଯାଇଥିଲେ। ତେବେ ହସ୍ପିଟାଲ ରେ ପହଁଚିବା ବେଳକୁ ସେ ବେହୋସ ହୋଇପଡିଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନିଜେ ଆସି ତାଙ୍କର ସ୍ୱାସ୍ଥ୍ୟ ଅଵସ୍ଥା ଦେଖିଥିଲେ। ଏବଂ ଶୀଘ୍ର ଭଲ ହୋଇଯିବା ପାଇଁ ଆରଗ୍ୟ କାମନା କରିଥିଲେ। ଏହା ବ୍ୟତୀତ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଶୀଘ୍ର ଭଲ ହୋଇଯିବା ନେଇ ସୋସିଆଲ ମିଡିଆରେ ପ୍ରାଥନା କରିଥିଲେ।
କିନ୍ତୁ ଶୁକ୍ରବାର ଦିନ ସକାଳେ ଦିନ ୧୧.୩୦ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପୁନେତଙ୍କ ମୃତ୍ୟୁ ଖବର ସାରା ଭାରତ ବର୍ଷରେ ଶୋକର ଛାୟା ମଧ୍ୟ ଖେଳି ଯାଇଛି। ପୁନେତ ଭଳି ଜଣେ ଉଚ୍ଚକୋଟିର କଳାକାରଙ୍କ ଜାଗା କେହି ପୂର୍ଣ କରିପାରିବେ ନାହିଁ। ସମଗ୍ର ସାଉଥ ଇଣ୍ଡଷ୍ଟ୍ରିର ଛୋଟ ବଡ଼ କଳାକାର ତାଙ୍କର ଆତ୍ମାର ଶାନ୍ତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାଥନା କରୁଛନ୍ତି। ତେବେ ଅଭିନେତା ସନୁସୁଦ ମଧ୍ୟ ନିଜ ଟୁଇଟର ଆକାଉଣ୍ଟ ରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାଥନା କରିଛନ୍ତି।
ତାଙ୍କୁ ଶେଷ ଥର ପାଇଁ ‘ଯୁଭାରଥନା’ ରେ ଦେଖିବାକୁ ମିଳିଥିଲା। ସେ ପ୍ରିୟା ଆନନ୍ଦଙ୍କ ‘ଜେମ୍ସ’ ସୁଟିଂ କରିଥିବା ଦେଖିବା ପାଇଁ ମିଳିଥିଲା। ସେ ନଭେମ୍ବର ୨ ରୁ ପୱନ କୁମାରଙ୍କ ନିର୍ଦ୍ଦେଶିତ ‘ଦ୍ୱିତଭା’ ଫିଲ୍ମ ସୁଟିଂ ସାରି ଆସିଥିଲେ। ତେବେ ବନ୍ଧୁଗଣ ମାତ୍ର ୪୨ ବର୍ଷ ବୟସରେ ସେ ହଠାତ ଦୁନିଆ ଛାଡି ଚାଲିଯିବେ। କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ, ତେବେ ଆମର ମଧ୍ୟ ଭଗବାନଙ୍କ ନିକଟରେ ଏତିକି ପ୍ରାଥନା, ତାଙ୍କ ଆତ୍ମାର ଶାନ୍ତି ଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।