କର୍ମ ବଡ ନା ଭାଗ୍ୟ ! କାହିଁକି ମଣିଷ ଖରାପ କରିବି ଭଲ ଫଳ ପାଇଥାନ୍ତି ଜାଣନ୍ତୁ

0

ପ୍ରାୟତଃ ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ଅଧିକାଂଶ ସମୟରେ ଆସିଥାଏ ଯେ ଆମର ଭାଗ୍ୟ ଆଉ କର୍ମ ମଧ୍ୟରେ କିଏ ଶ୍ରେଷ୍ଠ ବା କିଏ ସବୁଠାରୁ ବଡ। ଯେଉଁମାନେ ଭାଗ୍ୟବାଦି ସେମାନେ କହିଥାନ୍ତି କର୍ମ ବୋଲି କିଛି ନାହିଁ। ଯାହା ଭାଗ୍ୟରେ ଅଛି ତାହା ନିଶ୍ଚିତ ପ୍ରାପ୍ତ ହେବ।ଆଉ ଯେଉଁମାନେ କର୍ମବାଦି ସେମାନେ କହିଥାନ୍ତି ଆମର ଭାଗ୍ୟ ବୋଲି କିଛି ନାହିଁ, ଆମକୁ ଆମ କର୍ମ ଅନୁସାରେ ହିଁ ଫଳ ମିଳିବ। ପ୍ରକୃତରେ ସତ କଣ ଅଟେ।

କାହିଁକି ଅନେକ ଲୋକ ଖରାପ୍ କର୍ମ କରି ମଧ୍ୟ ଭଲ ଫଳ ପାଉଛନ୍ତି।ଆଉ ସେହିଭଳି ଅନେକ ଲୋକ ଭଲ କର୍ମ କରି ମଧ୍ୟ ଆଶାନୁରୂପ ଫଳ ପାଇ ପାରୁ ନାହାଁନ୍ତି ଏବଂ ସୁଫଳ ପ୍ରାପ୍ତି କରୁ ନାହାନ୍ତି।

ତେବେ ଏହାର କାରଣ କଣ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି କଥା ନିଶ୍ଚୟ ଭାବରେ। ତେବେ ଏହାକୁ ବୁଝିବାକୁ ହେଲେ ଆମକୁ ଅନେକ ଜ୍ଞାନ ଅର୍ଜନ କରିବାକୁ ହେବ ଏବଂ ଗଭୀର ଭାବରେ ଆଧ୍ୟାତ୍ମିକ ଚେତନା କୁ ଭେଦ କରିବାକୁ ହେବ। ଯାହାକୁ ଏଠାରେ ଦିଆ ଯାଇଥିବା ଏକ ଭିଡିଓ ରେ ଏକ ସୁନ୍ଦର୍ ଗଳ୍ପ ମାଧ୍ୟମରେ ପରିଚିତ୍ରଣ କରାଯାଇଛି।

ଯାହା ନାରଦ ବିଷ୍ଣୁଙ୍କୁ ପଚାରିଛନ୍ତି ଯେ, କାହିଁକି ଅନେକ ଲୋକ ଖରାପ୍ କର୍ମ କରି ମଧ୍ୟ ଭଲ ଫଳ ପାଉଛନ୍ତି।ଆଉ ସେହିଭଳି ଅନେକ ଲୋକ ଭଲ କର୍ମ କରି ମଧ୍ୟ ଆଶାନୁରୂପ ଫଳ ପାଇ ପାରୁ ନାହାଁନ୍ତି। ସେମାନଙ୍କ ଜୀବନରେ କଷ୍ଟ ଆସୁଛି, ଦୁଃଖ ଆସୁଛି। ଏସବୁ କଣ ପାଇଁ ଘଟୁଛି।

ଏହି ପ୍ରଶ୍ନରେ ବିଷ୍ଣୁ ମଧ୍ୟ ଉତ୍ତର ଦେଇଛନ୍ତି ଓ ସୁନ୍ଦର୍ ଭାବରେ ବୁଝାଇ କହିଛନ୍ତି ଯେ, ମଣିଷ ନିଜ କର୍ମ ଅନୁସାରେ ହିଁ ଫଳ ପାଇଥାଏ। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଏହା ତାର ବର୍ତ୍ତମାନର ହୋଇପାରେ ଏବଂ ପୂର୍ବ ଅର୍ଜିତ ମଧ୍ୟ ହୋଇପାରେ। ଯେତେବେଳେ ଜଣେ ଗୋଟିଏ ଦୁର୍ଘଟଣା ର ଶିକାର ହେଉଛି ସେତେବେଳେ ସେ ସାମାନ୍ୟ କାରଣରୁ ଏଥିରୁ ମୁକୁଳି ଯାଇ ପାରୁଛି।

ଏତେ ବଡ଼ କ୍ଷତି ତାର ଘଟୁନାହିଁ। ଆଉ ବେଳେବେଳେ ସାମାନ୍ୟ ଅଘଟଣ ରେ ମଧ୍ୟ ଜଣେ ଗୁରୁତର ହୋଇ ଯାଉଅଛି।ଏହା କେବଳ ତାର ପୂର୍ବ ଏବଂ ପର ର ନିଜର କର୍ମ ଏବଂ ତାର ନିଜର ଉପସ୍ଥିତି କୁ ନେଇ ହୋଇଥାଏ।

ଆମେ ଜଣଙ୍କର ମହତ୍ କର୍ମ କୁ ଦେଖି ପାରି ନଥାଉ ଯାହା ପୂର୍ବରୁ ତା ଦ୍ବାରା ହୋଇଥାଏ। ଯେଉଁ ପାଇଁ ତାକୁ ଏବେ ସୁଫଳ ପ୍ରାପ୍ତି ହେଉଛି। ଆଉ ସେହିପରି ଜଣଙ୍କର କୁକର୍ମ ଆମେ ଦେଖିନାହିଁ ଯାହା ତା ଦ୍ବାରା ହୋଇଚି, ଯେଉଁ କାରଣରୁ ଏବେ ସେ ଦୁଃଖ କଷ୍ଟ ପାଉଛି। ତେଣୁ କର୍ମ ଅନୁସାରେ ଫଳ ନିଶ୍ଚିତ ପ୍ରାପ୍ତି ହୋଇଥାଏ ଏଥିରେ କୌଣସି ଦ୍ଵିମତ ନାହିଁ। ତେଣୁ ସବୁବେଳେ ନିଜର କର୍ମକୁ ମହତ୍ କରିବାର ଉଦ୍ଦେଶ୍ୟ ରଖନ୍ତୁ ଏହା ଆପଣଙ୍କୁ ଅନେକ ଖୁସି ଦେଇଥାଏ ପରବର୍ତ୍ତୀ ଜୀବନରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।