କାର୍ତ୍ତିକ ପୂର୍ଣ୍ଣିମା ରେ Ollywood ହିରୋ ଏବଂ ହିରୋଇନ ମାନଙ୍କର ଡଙ୍ଗା ଭସା…ଦେଖନ୍ତୁ ଭିଡ଼ିଓ

0

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ଆସିଛି। ସବୁ ଯେମିତି ବର୍ଷକୁ ଥରେ ଆସିଥାଏ, ଏହି କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟ ବର୍ଷକୁ ଥରେ ଆସିଥାଏ। ଏହି କାର୍ତ୍ତିକ ପୂର୍ଣ୍ଣିମାରେ ଅନେକ ନୀତି ନିୟମ ପୂର୍ବ କାଳରୁ ରହି ଆସିଛି। ଏହି ନିୟମକୁ ସାରା ଓଡ଼ିଶାର ଲୋକ ମାନେ ଅତି ନିଷ୍ଠାର ସହିତ ପାଳନ କରି ଆସୁଛନ୍ତି। ସାଧାରଣ ଜନତା ଯେମିତି ଏହି କାର୍ତ୍ତିକ ପୂର୍ଣ୍ଣିମାକୁ ପାଳନ କରୁ ଥାଆନ୍ତି, ସେମିତି ଓଲିଉଡର ସବୁ ସେଲିବ୍ରେଟି ମାନେ ମଧ୍ୟ ପାଳନ କରୁ ଥାଆନ୍ତି। ତେବେ ନିକଟରେ ଏଭଳି ଭିଡ଼ିଓ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଓଲିଉଡର ଅଭିନେତା ଓ ଅଭିନେତ୍ରୀ ମାନେ କାର୍ତ୍ତିକ ପୂର୍ଣ୍ଣିମା ଧୁମ ଧାମରେ ପାଳନ କରୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡ଼ିଆରେ କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହା ଯାଇଥାଏ। ଏହି ମାସରେ ଦାନ ଓ ଧର୍ମ କାର୍ଯ୍ୟ କରିଲେ ବହୁତ କିଛି ପୁଣ୍ୟ ମିଳିଥାଏ ବୋଲି ଶୁଣିବା ପାଇଁ ମିଳିଥାଏ। ଏହି କାର୍ତ୍ତିକ ପୂର୍ଣ୍ଣିମାକୁ ଯେଉଁ ମାନେ ଅତି ନିଷ୍ଠାର ସହିତ ପାଳନ କରି ଥାଆନ୍ତି, ତାଙ୍କର ଅଧା ପାପ ମଧ୍ୟ କ୍ଷୟ ହୋଇ ଯାଇଥାଏ। ଏହି ମାସରେ ଅନେକ ଲୋକ ମାନେ ମଧ୍ୟ ଦାନ ଓ ଧର୍ମ କରି ଥାଆନ୍ତି। ଏଥି ସହିତ କାର୍ତ୍ତିକ ପୂର୍ଣ୍ଣିମାକୁ ମଧ୍ୟ ସୁନ୍ଦର ଭାବରେ ପାଳନ କରି ଥାଆନ୍ତି।

ଯେମିତି ସାଧାରଣ ଲୋକ ମାନେ ପାଳନ କରି ଥାଆନ୍ତି, ସେମିତି ନିକଟରେ ଓଲିଉଡର ଅଭିନେତା ଓ ଅଭନେତ୍ରୀ ମାନେ ମଧ୍ୟ ସୁନ୍ଦର ଭାବରେ ପାଳନ କରୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ଏହି ପୂର୍ଣ୍ଣିମାରେ ବର୍ଷା ପ୍ରିୟଦର୍ଶନୀ, ଭୂମିକା, ଅର୍ଚ୍ଚିତା, ଏଲିନା ଓ ଶିବାନୀ ଆଦି ଅନେକ ଅଭିନେତ୍ରୀ ମାନେ ନିଜ ଚଉଁରା ମୂଳରେ ଖୁବ ସୁନ୍ଦର ଭାବରେ ମୁରୁଜ ପକାଉ ଥିବାର ଦେଖିବା ପାଇଁ ମିଳିଛି। ଏଥି ସହିତ ସେମାନେ ମଧ୍ୟ ନିଜ ପରିବାର ମାନଙ୍କ ସହିତ ମିଶି ଏହି ପର୍ବ ପାଳନ କରୁଛନ୍ତି। ଏବଂ ସେମାନେ ଡଙ୍ଗା କରି ନୀତି ନିୟମ ଅନୁସାରେ ପାଣିରେ ଭସାଉଛନ୍ତି।

ଖାଲି ଅଭିନେତ୍ରୀ ମାନେ ନୁହଁନ୍ତି ବରଂ ଅଭିନେତା ଶ୍ରିତମ ଓ ଆକାଶ ଆଦି ଅଭିନେତା ମାନେ ମଧ୍ୟ ତାଙ୍କ ପରିବାର ମାନଙ୍କ ସହିତ ମିଶି ଡଙ୍ଗା ବା ବୋଇତ କରି ଭସାଉ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ସେମାନେ ସେଲିବ୍ରେଟି ମାନେ ହେଲେ ମଧ୍ୟ ନିଜ ଓଡ଼ିଆ ପରମ୍ପରାକୁ କେବେ ହେଲେ ଭୁଲି ପାରି ନାହାଁନ୍ତି। ଯାହା ଫଳରେ କି ସେମାନେ ଅତି ଖୁସିର ସହିତ ନିଜ ପରିବାର ଲୋକ ମାନଙ୍କ ସହିତ ମିଶି କାର୍ତ୍ତିକ ପୂର୍ଣ୍ଣିମାକୁ ଠିକ ଭାବରେ ପାଳନ କରୁଛନ୍ତି। ଯାହା ଫଳରେ କି ସେମାନେ ସବୁ ନୀତି ନିୟମ ଓ ପରମ୍ପରାକୁ ମାନିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।