କେବଳ ୫ ମିନିଟରେ ଭୟଙ୍କର ରୁ ଭୟଙ୍କର ମୁଣ୍ଡବିନ୍ଧା ( Headache ) ଭଲ ହେବ | Home Remedies

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ନିଜ ନିଜର ଦେହ ଓ ସ୍ୱାସ୍ଥ୍ୟ ପାଇଁ ବହୁତ ଯତ୍ନବାନ ଥାଆନ୍ତି | ଆଉ ସେଥିପାଇଁ ମଧ୍ୟ ଆପଣ ଙ୍କ ଶରୀରରେ କିଛି ଯଦି ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଦେଇଥାଏ , ତେବେ ତାହାର ପ୍ରତିକାର ପାଇଁ ମଧ୍ୟ ବିଭିନ୍ନ ଉପାୟ ପଞ୍ଚିଥାନ୍ତି ଓ ଅନେକ ସମୟରେ ମଧ୍ୟ ଆମେ ଡକ୍ଟର ଙ୍କ ପରାମର୍ଶ ନେଇଥାଉ | ତେବେ ଏପରି ଅନେକ ରୋଗ ଅଛି ଯାହା କୁ ଆମେ ସେତେ ଗୁରୁତ୍ୱ ଦେଇ ନଥାଉ | ଆଉ ସେହି ସବୁ ଛୋଟ ଛୋଟ ଭୁଲ ଯୋଗୁଁ ଆମେ ଶେଷରେ ବଡ଼ ବିପଦରେ ମଧ୍ୟ ପଡିଥାଉ | ତାହେଲେ ଆସନ୍ତୁ ଆଜି ଆମେ ସେହି ଭଳି ଗୋଟିଏ ରୋଗ ବିଷୟରେ ଆଲୋଚନା କରିବା |

ତେବେ ପ୍ରତେକ ଙ୍କ ଠାରେ ଏହି ମୁଣ୍ଡ ବିନ୍ଧିବା ଜଣିତ ସମସ୍ୟାଟି ଦେଖା ଦେଇଥାଏ | ଆଉ ଏହି ମୁଣ୍ଡ ବିନ୍ଧିବାର କାରଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ | ମୁଣ୍ଡରେ ମାଂସ ପେଶୀ ରେ ମଧ୍ୟ ପ୍ରେସର ପଡିଲେ, କିମ୍ବା କୌଣସି କଥା ବିଷୟରେ ବେଶି ଭାବିକି ବ୍ୟସ୍ତ ହୋଇ ପଡିଲେ, କିମ୍ବା ଆମକୁ ଏସିଡ଼ିଟି ଭୋଳି ସମସ୍ୟା ଯଦି ଦେଖା ଜୀବ ତେବେ ଆମର ମୁଣ୍ଡ ବିନ୍ଧିଥାଏ | ତେବେ ବେଳେ ବେଳେ ଏତେ ମୁଣ୍ଡ ବିନ୍ଧିଥାଏ କି ଆମେ ଔଷଧ ଖାଇବା ସହିତ ଏହି ସମସ୍ୟାର ସମାଧାନ ପାଇଁ ଡାକ୍ତର ଙ୍କ ପାଖକୁ ମଧ୍ୟ ଯାଇଥାଉ | ତାହେଲେ ଆଜି ମୁଁ ଆପଣ ମାନଙ୍କୁ କିଛି ଘରେଇ ଉପଚାର ବିଷୟରେ ଜଣେଇବି ଯାହାକୁ ବ୍ୟବହାର କରି ଆମେ ଏହି ମୁଣ୍ଡ ବିନ୍ଧିବା ଜଣିତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଁ ପାରିବା | ତେବେ ଆସନ୍ତୁ ଜାଣିବା ସେହି ଘରେଇ ଉପଚାର ଗୁଡିକ କଣ ଆଉ କିପରି ଆମେ ତାକୁ ବ୍ୟବହାର କରିବା |

ଆବଶ୍ୟକ ଉପକରଣ :-

ଅଦା, ଗୋଲମୋରିଚ, ଗୁଜୁରାତି ଗୁଣ୍ଡ, ମହୁ

ପ୍ରସ୍ତୁତି ପ୍ରଣାଳୀ :-

1-ପ୍ରଥମେ ଆମେ କିଛି ଅଦା ନେବା ଆଉ ତାହାକୁ ଭଲ ଭାବରେ ଛେଞ୍ଚି ଦେବା, ତାପରେ ସେହି ଚେଞ୍ଚା ଆଡକୁ ପାତ୍ରରେ କାଢି ନେଇ ସେଥିରୁ ଅଦା ରସ ବାହାର କରିବା ଓ ତାକୁ ଅଲଗା ଗୋଟିଏ ପାତ୍ରରେ ରଖିବା | ତାହା ପରେ ଆମେ ଆଉ ଗୋଟିଏ ପାତ୍ର ନେବା ଆଉ ଦୁଇ ରୁ ତିନି ଚାମର ଅଦା ରସ ନେବା ଓ ସେଥିରେ 2-3 ଟି ଗୋଲମୋରିଚ ପକାଇବା ଓ ସେଥିରେ ଗୋଟିଏ ଚାମଚ ମହୁ ମିଶେଇ ନେବା | ଏବେ ପ୍ରସ୍ତୁତ ହୋଇଗଲା ଆମର ମୁଣ୍ଡ ବିନ୍ଧା ପାଇଁ ସେବନ |

2- ଦ୍ୱିତୀୟ ରେ ଆମେ ସେହି ଭଳି 2-3 ଚାମଚ ଅଦା ରସ ନେବା ଓ ସେଥିରେ 2 ଚାମଚ ଗୁଜୁରାତି ଗୁଣ୍ଡ ମିଶାଇ ଗୋଟିଏ ମିଶ୍ରଣ ପ୍ରସ୍ତୁତ କରିବା |

ବ୍ୟବହାର :-

ପ୍ରସ୍ତୁତ କରିଥିବା ସେବନକୁ ମୁଣ୍ଡ ବିନ୍ଧିଲେ ପିଇବା ଓ ପ୍ରସ୍ତୁତ କରିଥିବା ମିଶ୍ରଣ କୄଯ ମୁଣ୍ଡରେ ଲଗାଇବା |

ଏହିଭଳି ଭାବରେ ଆମେ ଘରେଇ ଉପଚାର ରେ ମୁଣ୍ଡ ବିନ୍ଧା କୁ କମେଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment