Femily Tips ; କେବଳ ମହିଳା ମାନଙ୍କ ପାଇଁ – ପିଲା ହେବାର ଏତିକି ଦିନ ପରେ ସମ୍ପର୍କ ରଖିବା ଉଚିତ, ନଚେତ ଘଟିପାରେ ଅଘଟଣ

0

ବନ୍ଧୁଗଣ ବୈବାହିକ ଜୀବନରେ ଆଗକୁ ବଢିବା ପରେ ପରବର୍ତ୍ତୀ ସମୟରେ ମାତୃତ୍ୱ ଲାଭ ପାଇଁ ସମସ୍ତ ମହିଳା ପ୍ରାୟତଃ ଚାହିଁଥାନ୍ତି। କାରଣ ଏହା ସେମାନଙ୍କ ନାରିତ୍ଵ କୁ ପୂର୍ଣ୍ଣ କରିଥାଏ। ବିବାହ ପରେ ଜଣେ ନାରୀ ଏଥିପ୍ରତି ଅଧିକ ଆଗ୍ରହୀ ଥିବା ଦେଖାଯାଏ। କାହିଁକି ନା ବିବାହ ପରେ ଜଣେ ମାଆ ତାର ସନ୍ତାନ କୁ ଜନ୍ମ ଦେଇ ନାରୀ ଜୀବନର ପୂର୍ଣ୍ଣତା ଆଣିବାକୁ ଚେଷ୍ଟା କରେ ଏବଂ ନିଜକୁ ସାର୍ଥକ କରିଥାଏ।ଏହା ଏକ ସୁନ୍ଦର୍ ଏବଂ ନିଆରା ଅନୁଭବ ଅଟେ। ଯାହା ଜଣେ ନାରୀ ମାଆ ହେବାପରେ ଅନୁଭବ କରିପାରେ।ଆଉ ଯେତେବେଳେ ମାଆ ପିଲା ଜନ୍ମ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଏ ସେତେବେଳେ ନିଜ ଗର୍ଭ ରେ ୧୦ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ଅନେକ କଷ୍ଟ ସହି ମଧ୍ୟ ସେ ତାର ସନ୍ତାନ କୁ ଜନ୍ମ ଦେଇ ଥାଏ।

ମାଆ ପାଇଁ ତାର ସନ୍ତାନ ସବୁବେଳେ ମୂଲ୍ୟବାନ ଏବଂ ରତ୍ନ ହୋଇଥାଏ। ନିଜ ସନ୍ତାନର ବୃଦ୍ଧି, ଲାଳନ ପାଳନ ପାଇଁ ସେ ଦୁନିଆର ସମସ୍ତ କଷ୍ଟକୁ ବି ସହି ଯାଇ ଥାଏ।ତେବେ କେତେବେଳେ ଜଣେ ଗର୍ଭବତୀ ହୋଇ ପାରିବ ଏହା ଜାଣିବା ସବୁବେଳେ ମହିଳାଙ୍କ ପାଇଁ ଏକ ସମସ୍ୟାର କାରଣ ହୋଇଥାଏ। ତେଣୁ ଆସନ୍ତୁ ଆଜିର ଏହି ଲେଖାରେ ଜାଣିବା ଆପଣ କେତେବେଳେ ଗର୍ଭବତୀ ହୋଇଛନ୍ତି ତାହା କେଉଁ ସବୁ ଲକ୍ଷଣ ଗୁଡ଼ିକ ରୁ ଜାଣି ପାରିବେ ଏବଂ ଆପଣଙ୍କ ଗର୍ଭ ଧାରଣ ନେଇ ନିଶ୍ଚିତ ହୋଇ ପାରିବେ।

୧) ମାସିକ ଋତୁସ୍ରାବ ନହେବା- ଏହା ଏକ ବଡ଼ ଲକ୍ଷଣ ଯେ ଆପଣ ଗର୍ଭ ଧାରଣ କରିଛନ୍ତି ଯଦି ଆପଣ ଆପଣଙ୍କ ପିରିଅଡସ୍ କୁ ମିସ୍ କରୁଛନ୍ତି।

୨) ବାରମ୍ବାର ପରିସ୍ରା ଲାଗିବା- ଗର୍ଭ ଧାରଣ ପରେ ଶରୀରରେ ହର୍ମାେନ ର ପରିମାଣରେ ପରିବର୍ତ୍ତନ କାରଣରୁ ଜଣେ ମହିଳାଙ୍କୁ ପ୍ରଥମ ସପ୍ତାହ ରେ ଘନଘନ ପରିସ୍ରା ଲାଗିଥାଏ।ଏହା ଏକ ବଡ଼ ଲକ୍ଷଣ ବୋଲି ମାନା ଯାଇଥାଏ।

୩) ସ୍ତନ ବୃଦ୍ଧି- ଗର୍ଭ ଧାରଣ ପରେ ମହିଳାଙ୍କ ସ୍ତନର ଆକାରରେ ପରିବର୍ତ୍ତନ ଦେଖାଯାଏ।ଏହା ପୂର୍ବ ଅପେକ୍ଷା ସାମାନ୍ୟ ବୃଦ୍ଧି ହୋଇଥାଏ ଏବଂ ମୋଟା ଦେଖାଯାଏ।ଏହି ସମୟରେ ସ୍ତନର ଅଗ୍ରଭାଗ ଅଧିକ କଳା ଦେଖାଯାଏ ଏବଂ ସାମାନ୍ୟ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ ଅନେକଙ୍କ କ୍ଷେତ୍ରରେ।

୪) କ୍ଲାନ୍ତ ଅନୁଭବ ହେବା- ଏହି ସମୟରେ ଆପଣଙ୍କ ଶରୀରରେ ପ୍ରୋଜେଷ୍ଟେରନ୍ ନାମକ ହରମୋନ୍ ବୃଦ୍ଧି କାରଣରୁ ଆପଣଙ୍କୁ ଥକା ଅନୁଭବ ହୋଇଥାଏ। ସକାଳେ ଉଠିବା ସମୟରେ ଆପଣଙ୍କୁ ଏହି କ୍ଲାନ୍ତ ଲାଗିଥାଏ ଗର୍ଭ ଧାରଣ ର ପ୍ରଥମ ମାସରେ।

ଏହା ସହିତ ଆପଣଙ୍କୁ କହି ରଖୁଛୁ ଯେ ଆପଣ ସୁରକ୍ଷିତ ଯୌନ ସଂପର୍କ ସ୍ଥାପନ କରନ୍ତି ଏବଂ ଗର୍ଭ ଧାରଣ ପରେ ଉପଯୁକ୍ତ ଭାବରେ ଆପଣ ନିଜର ଏବଂ ଗର୍ଭସ୍ଥ ଶିଶୁର ଯତ୍ନ ଠିକ୍ ଭାବରେ ନିଅନ୍ତୁ।