କେନ୍ଦ୍ରର ବଡ଼ ଯୋଜନା : ଏଣିକି ବେକାର ଯୁବକ ଓ ଯୁବତୀଙ୍କୁ ୩୮ ଶହ ଟଙ୍କା ଦେବେ ଭତ୍ତା, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ….

0

ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁଁ ଏହାକୁ ଅସ୍ତ୍ର ଭାବରେ ବ୍ୟବହାର କରି ଅନେକ ଅସାଧୁ ଏବଂ ମନ୍ଦ ପ୍ରବୃତ୍ତି ର ଲୋକମାନେ ଅନ୍ୟ ମାନଙ୍କର ଅନେକ କ୍ଷତି ଯଥା ଟଙ୍କା ଲୁଟ କରିବା, ଆକାଉଣ୍ଟ୍ ହେକ କରିବା, ଡକାୟତି ଏବଂ ଅନ୍ୟ ମାନଙ୍କ ପ୍ରାଇଭେଶି କୁ ନେଇ ଅନେକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ସହିତ ବ୍ଲାକ ମେଲ୍ ଆଦି କରିବା ଭଳି ଘଟଣା ଘଟାଉଛନ୍ତି।

ତେବେ ଦେଶ ଯେତିକି ଡିଜିଟାଲ ହେବାକୁ ଯାଉଛି ସେହିପରି କିଛି ଡିଜିଟାଲ ଚୋର ମାନେ ସେମାନଙ୍କ ମନ୍ଦ ବୁଦ୍ଧି କୁ ଅଧିକ ମାତ୍ରାରେ ପ୍ରୟୋଗ କରି ଲୋକଙ୍କୁ ହଇରାଣ ହରକତ କରିବାରେ ଲାଗିଛନ୍ତି।

ତେବେ ସାଇବର ଠକ ଙ୍କ ଏଭଳି ହରକତ ପ୍ରଶାସନ କୁ ମଧ୍ୟ ନାକେଦମ୍ କରି ସାରିଲାଣି। ଏହାରି ଭିତରେ ଅନେକ ଯୁବପିଢ଼ି ଏବଂ ଅନ୍ୟମାନେ ମଧ୍ୟ ଠକାମୀ ର ଶିକାର ହେଉଛନ୍ତି।କିଛି ଅସାଧୁ ବ୍ୟକ୍ତି ମାନେ ସୋସିଆଲ ମିଡ଼ିଆ ରୁ କିଛି ନିର୍ଦ୍ଦିଷ୍ଟ ନମ୍ୱର୍ ଏବଂ ଫଟୋ ନେଇ ଏଡଲ୍ଟ ସାଇଟ୍ ରେ ଛାଡି ସେମାନଙ୍କୁ ହଇରାଣ କରୁଛନ୍ତି ଓ ବିଭିନ୍ନ ପ୍ରକାର ସୋପିଂ ସାଇଟ୍ ରୁ ମଧ୍ୟ ନମ୍ୱର୍ ନେଇ ଏହିଭଳି ବ୍ଲାକ ମେଲିଙ୍ଗ କରୁଛନ୍ତି।

ଏଥିପାଇଁ ବିଭିନ୍ନ ପ୍ରକାର ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି ଏହିଭଳି ଠକାମୀ ରେ ଶିକାର ହେଉଥିବା ଲୋକେ।ତେବେ ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହୁଛୁ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ସେୟାର ହେବାରେ ଲାଗିଛି।

ଯେଉଁ ଖବର ଟି ହେଉଛି ବେକାରୀ ମାନଙ୍କୁ ସରକାରଙ୍କ ତରଫରୁ ମାସିକ ଭତ୍ତା ମିଳିବା ଖବର। କୁହା ଯାଉଛି କି ଏହା କେନ୍ଦ୍ରର ବଡ଼ ଯୋଜନା ଅଟେ।ଏଣିକି ବେକାର ଯୁବକ ଓ ଯୁବତୀଙ୍କୁ ୩୮ ଶହ ଟଙ୍କା ଭତ୍ତା ଦେବେ କେନ୍ଦ୍ର ସରକାର।

ଆଉ ଏହି ଖବର କୁ ନେଇ ଜୋରଦାର ଚର୍ଚ୍ଚା ହେବା ପରେ ଏହାକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବେକାରୀ ବା ବେରୋଜଗାରିଆ ଙ୍କୁ କୌଣସି ଭତ୍ତା ଦିଆଯାଉ ନାହିଁ କିମ୍ବା ଏଭଳି କିଛିବି ଘୋଷଣା କେନ୍ଦ୍ର ସରକାର କରି ନାହାନ୍ତି।ତେବେ ଭାଇରାଲ ହେଉଥିବା ଏହି ଖବର ରେ ଆପଣଙ୍କୁ ଏକ ଫର୍ମ ମିଳୁଛି ଯେଉଁଥିରେ ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ।

ଏହା ପରେ ଆପଣଙ୍କୁ ଏଥିପାଇଁ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି କୁହ ଯାଉଛି।ଏବଂ ପଞ୍ଜିକରଣ ପାଇଁ, ଆପଣଙ୍କୁ pradhanmantrI-berojgar-bhatta-yojnaa ଲିଙ୍କରେ କ୍ଲିକ୍ କରିବାକୁ କୁହା ଯାଉଛି।ଲୋକେ ଏହି ଲିଙ୍କ୍ କୁ କ୍ଲିକ୍ କରି ଭିଯିଟ କରୁଛନ୍ତି କାହିଁକି ନା ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ମଧ୍ୟ ରହିଛି।ଆଉ ଏହାକୁ କ୍ଲିକ୍ କରି ଠକାମୀ ର ଶିକାର ମଧ୍ୟ ହେଉଛନ୍ତି।

ପରେ ଅନୁସନ୍ଧାନରୁ ଏହା ଜଣା ଯାଇଛି ଯେ ଏହା କିଛି ଅସାଧୁ ଲୋକଙ୍କ ଦ୍ୱାରା ତିଆରି କରା ଯାଇଛି। ତେଣୁ ଆପଣ ଏହିଭଳି ଲିଙ୍କ୍ କୁ କ୍ଲିକ୍ କରନ୍ତୁ ନାହିଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।