ଦର୍ଶକ ବନ୍ଧୁ ଆପଣମାନେ ଯେକୌଣସି ଦେବା ଦେବୀ ଙ୍କୁ ଦର୍ଶନ କରିବା ପାଇଁ ଯିବା ବେଳେ ବା ପୂଜା କିରିବା ସମୟରେ ଯେକୌଣସି ମାଳି କୁ ବେକରେ ପକାଇ ଭଗବାନ ଙ୍କୁ ପୂଜା କରୁଥିବେ |କାରଣ ଆମେ ଜାଣିଛୁ କି ମାଳି ଶୁଭ ହୋଇଥାଏ ବୋଲି |କିନ୍ତୁ ଏମିତି କରିବା ଦ୍ୱାରା ପୂଜା ସିଦ୍ଧି ପ୍ରାପ୍ତ ହେବ ନାହିଁ ବୋଲି କୁହାଯାଏ | ତେବେ କେଉଁ ଠାକୁର ଙ୍କୁ ପୂଜା କରିବା ସମୟରେ କେଉଁ ମାଳି ପକାଇବେ ତାହାର ନିୟମ ରହିଛି | ତେବେ ସନାତନ ଧର୍ମରେ ମନ୍ତ୍ରଜପ କରିବାକୁ ନେଇ ବହୁତ ବିଶେଷତ୍ୱ ରହିଛି ବୋଲି କୁହାଯାଇଛି | ତେବେ ସେହି ମନ୍ତ୍ରରେ ଏତେ ବିଶେଷତ୍ୱ ରହିଛି ଯେ ସମସ୍ତ ସମସ୍ୟା କୁ ସହଜରେ ଦୁରେଇ ଦେଇ ହେବ | ହେଲେ ଏହି ମନ୍ତ୍ର ର ଜପ ଗୋଟିଏ ମାଳି ଦ୍ୱାରା ହରିପାରିବ ନାହିଁ | ଏହା ସହିତ ଭଗବାନ ଓ ମନ୍ତ୍ର କୁ ନେଇ ମାଳି ମଧ୍ୟ ସ୍ଥିର କରାଯାଇଛି |
ତେବେ ଶାସ୍ତ୍ର ଅନୁଯାୟୀ ମଙ୍ଗଳଗ୍ରହର ଶାନ୍ତି ପାଇଁ ରେଡକଲାର ପଥର ରେ ତିଆରି ହେଇଥିବା ମାଳି ଧାରଣ କରି ଭଗବାନ ହନୁମାନ ଓ ମଂଗଳ ଦେବ ଙ୍କ ମନ୍ତ୍ର ଜପ କରିବା ଦ୍ୱାରା ବହୁତ ଲାଭ ମିଳିଥାଏ | ଏହା ଦ୍ୱାରା ମନରୁ ସମସ୍ତ ନକାରାତ୍ମକ ଭାବନା ଦୂର ହେଇଥାଏ | ସେହିପରି ମୁକ୍ତି, ଶଙ୍ଖ, କିମ୍ବା ରୁଦ୍ରାକ୍ଷ ମାଳ ଧାରଣ କରି ମହାଦେବ ଙ୍କ ଉପାସନା କରିବା ବହୁତ ଭଲ ହେଇଥାଏ | ଏହି ମାଳ ଧରି ଜପ କରିବା ଦ୍ୱାରା ମଣିଷ ସମସ୍ତ ସୁଖର ଅଧିକାରୀ ହେଇଥାଏ | ଏହି ମାଳି ଗୁଡିକ ଧରି ଜପ କରିବା ଦ୍ୱାରା ଚନ୍ଦ୍ରଙ୍କ ସହିତ ଜଡିତ ସମସ୍ତ ଦୋଷ ଦୁରେଇ ଯାଇଥାଏ |
କେଉଁ ମାଳି ପିନ୍ଧି କେଉଁ ଦେବା ଦେବୀ ଙ୍କୁ ପୂଜା କରିବା :-
ତେବେ କୁହାଯାଉଛି କି କମଳଗୋଟି ମାଳି ଦ୍ୱାରା ଦେବୀ କାଳୀ, ମା ଲଷ୍ମୀ, ଏବଂ ଭଗବାନ ବିଷ୍ଣୁ ଙ୍କୁ ମଧ୍ୟ ପୂଜା କରିବା ଵିଧି ରହିଛି | ଏହି ମାଳି କୁ ଧାରଣ କରି ଜପ କରିବା ଦ୍ୱାରା ଧନ ସମ୍ପତି ଘରକୁ ଆସିବା ସହିତ ସମସ୍ତ ସମସ୍ୟା ଦୂର ହେଇଥାଏ | ଏହି ମାଳିକୁ ଧରି କନକ ଧାରା ଶ୍ରତ ଜପ କରିବା ବହୁତ ଭଲ ହେଇଥାଏ | ତେବେ ବିଶ୍ୱାସ ରହିଛି ଯେ ପଞ୍ଚମୁଖୀ ବ୍ରହ୍ମାଙ୍କର ସ୍ୱରୂପ ସ୍ପୋଟିକ ବୋଲି କୁହାଯାଏ | ତେବେ ଏହି ସ୍ପୋଟିକ ମାଳି ଦ୍ୱାରା ମା ଲଷ୍ମୀ ଓ ଦେବୀ ସ୍ୱରସ୍ବତୀ ଆବାହନ କରିବା ବହୁତ ଶୁଭ | ଯଦି ଦେଖିବା ସ୍ପୋଟିକ ଏମିତି ଏକ ମାଳ ଯାହା ଦ୍ୱାରା ସମସ୍ତ ପ୍ରକାର ମନ୍ତ୍ର ଉଚ୍ଚାରଣ କରାଯାଇପାରେ | ଏବଂ ଏହା ଦ୍ୱାରା ମନ୍ତ୍ର ଶୀଘ୍ର କାର୍ଯ୍ୟ କରିବା ଆରମ୍ଭ କରିଥାଏ |
ଏହା ସହିତ ସୂର୍ଯ୍ୟ ଦେବ ଙ୍କୁ ପ୍ରସନ୍ନ କରିବା ଏବଂ ତାଙ୍କର ଉପାଶନା ପାଇଁ ମାଣିକ୍ୟ ମାଳି ଦ୍ୱାରା ସୁଯ୍ୟ ଦେବଙ୍କୁ ଜପ କରିବା ବହୁତ ଭଲ ହେଇଥାଏ | ଏହି ମାଳି କୁ ଧରି ଜପ କରିବା ଦ୍ୱାରା ପିତୃଦୋଷ ରୁ ମଧ୍ୟ ମୁକ୍ତି ମିଳିଥାଏ | ତେବେ କୁହାଯାଇଛି ଯେ ଏହି ମାଳି କୁ ଧାରଣ କରିବା ପରେ ଆମିଷ ଖାଇବା ଉଚିତ ନୁହେଁ ବୋଲି କୁହାଯାଏ | ଆମିଷ ଖାଇବା ଦ୍ୱାରା ଏହି ସବୁ ମାଳି କାର୍ଯ୍ୟ କରିନଥାଏ |
ତେଵେ ଏହା ଥିଲା କେଉଁ ମାଳି ପିନ୍ଧି ଦେବା ଦେବୀ ଙ୍କୁ ପୂଜା କରିବା ସେ ବିଷୟରେ ସମସ୍ତ କଥା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।