ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ମାସ, ତାରିଖ, ଦିନ, ସମୟ ଓ ସ୍ଥାନକୁ ନେଇ ନକ୍ଷତ୍ର ଅନୁସାରେ ସେହି ବ୍ୟକ୍ତିର ସ୍ଵଭାଵ ଓ ଚରିତ୍ର କିପରି ହୋଇଥାଏ ସେ ବିଷୟରେ ଜଣାଯାଏ |ଏହି ଦୁନିଆରେ ଏମିତି ବହୁତ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଦିନରାତି ଅଧିକ ପରିଶ୍ରମ କଲେ ମଧ୍ୟ୍ୟ ସେମାନଙ୍କୁ କୌଣସି ସଫଳତା ମିଳିନଥାଏ କିନ୍ତୁ କିଛି ବ୍ୟକ୍ତି ଏମିତି ମଧ୍ୟ ରହିଛନ୍ତି ଯେଉଁମାନେ କମ ପରିଶ୍ରମରେ ଅଧିକ ସଫଳତା ହାସଲ କରି ବହୁତ ଖୁସିରେ ରହିଥାନ୍ତି |ଏହିସବୁ ଆପଣଙ୍କ ଭାଗ୍ୟ ସହିତ ଜଡିତ ଥାଏ, ଆପଣଙ୍କ ଜନ୍ମ ମାସରୁ ଜାଣିହେବ ଯେ ଆପଣଙ୍କ ଭାଗ୍ୟ କିପରି ହୋଇଥାଏ |ମୁଁ ଆଜି ଆପଣଙ୍କ ଜନ୍ମ ମାସକୁ ନେଇ ଆପଣଙ୍କ ସ୍ୱଭାବ ବିଷୟରେ କହିବି ତେବେ ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କେଉଁ ସ୍ୱଭାବର ହୋଇଥାନ୍ତି |
ବୈଶାଖମାସ :-ଯେଉଁ ବ୍ୟକ୍ତିମାନେ ଏହି ମାସରେ janm ଗ୍ରହଣ କରିଥାନ୍ତି ସେମାନେ ଧାର୍ମିକ, ପରୋପକାରୀ ଓ ଦେବାକାର୍ଯ୍ୟ ପ୍ରିୟ, ହୋଇଥାନ୍ତି |ଏହି ବ୍ୟକ୍ତିମାନେ କଳା ପ୍ରେମୀ ମଧ୍ୟ ହୋଇଥାନ୍ତି |ବୈଶାଖ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ରୂପବନ୍ତ ଓ ଗୁଣବନ୍ତ ମଧ୍ୟ ହୋଇଥାନ୍ତି |
ଜ୍ୟାଷ୍ଠମାସ :-ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଭ୍ରମଣ ପ୍ରିୟ ହୋଇଥାନ୍ତି, ଏମାନେ କୌଶଳୀ,ଦୟାବନ୍ତ ମଧ୍ୟ ହୋଇଥାନ୍ତି |ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସାମାନ୍ୟ କୃପଣ ଓ ବୁଦ୍ଧିମାନ ଅଟନ୍ତି |ଏମାନେ ସହଜରେ କୌଣସି କଥାରେ ହାର ମାନନ୍ତି ନାହିଁ |
ଆଶାଢ଼ମାସ :-ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକ ଖର୍ଚି, ଲୋକପ୍ରିୟ ଓ ଧାର୍ମିକ ସ୍ଵଭାଵର ହୋଇଥାନ୍ତି |ଏହି ବ୍ୟକ୍ତି ମାନେ ଅଧିକ କଳା ପ୍ରିୟ ମଧ୍ୟ ହୋଇଥାନ୍ତି |
ଶ୍ରାବଣମାସ :-ଶ୍ରାବଣ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସର୍ବଦା ଅଳସୁଆ ହୋଇଥାନ୍ତି, ଏମାନଙ୍କ ମନୋଭାବ ସର୍ବଦା କ୍ଳେଶ ପୂର୍ଣ୍ଣଥାଏ |ଏହି ଗୁଣ ରହିଲେ ମଧ୍ୟ୍ୟ ଏମାନେ ଶାସ୍ତ୍ର କାଲି ଓ ବିଦ୍ୟାରେ ନିପୁଣ ହୋଇଥାନ୍ତି |ଏହି ବ୍ୟକ୍ତି ଶାନ୍ତ ସ୍ଵଭାଵର ହୋଇଥାନ୍ତି |
ଭାଦ୍ରବମାସ :-ଏହି ବ୍ୟକ୍ତିମାନେ ବହୁ ପରିଶ୍ରମୀ ହୋଇଥାନ୍ତି,ତେଣୁ ଜୀବନରେ ଏମାନେ ଅନେକ ଅସାଧ୍ୟ କାର୍ଯ୍ୟକୁ ନିଜର ମୋନବଳ ସାହାଯ୍ୟରେ ଜୟ କରିଥାନ୍ତି |ଏହି ବ୍ୟକ୍ତି ପରୋପକାରୀ ମଧ୍ୟ୍ୟ ଅଟନ୍ତି |
ଅଶ୍ୱିନମାସ :-ଅଶ୍ୱିନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ନୃତ୍ୟ ପ୍ରିୟ, ସଦାଚାରୀ ଏବଂ ଶତ୍ରୁ ଦମନ କରି ହୋଇଥାନ୍ତି |ଏହି ବ୍ୟକ୍ତିମାନେ କୃଷି କାର୍ଯ୍ୟରେ ଅଧିକ ପ୍ରିୟ ଅଟନ୍ତି |
କାର୍ତ୍ତିକମାସ :-ଏହି ବ୍ୟକ୍ତିମାନେ ପୁଣ୍ୟବନ୍ତ, ବହୁ ବିଦ୍ୟା ବିଶାରଦ, ସର୍ବ ଜନପ୍ରିୟ ହୋଇଥାନ୍ତି |ଏମାନେ ଅଧିକ ଧାର୍ମିକ ସ୍ଵଭାଵର ହୋଇଥାନ୍ତି |
ମାର୍ଗଶିରମାସ :-ଏହି ବ୍ୟକ୍ତିମାନେ ବହୁଗୁଣ ବିଶିଷ୍ଟ ତଥା ଉଚ୍ଚାଭିଳାଷି ହୋଇଥାନ୍ତି,ଏହି ବ୍ୟକ୍ତି ରୂପବନ୍ତ ଓ କଲାପ୍ରିୟ ମଧ୍ୟ ହୋଇଥାନ୍ତି |
ପୌଷମାସ :-ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଅଧିକ କୃପାଣ ଓ ଲୋଭଗ୍ରସ୍ତ ହୋଇଥାନ୍ତି |ଏମାନେ ବହୁରୂପୀ ଓ ଶତ୍ରୁଦମାନକରି ମଧ୍ୟ ହୋଇଥାନ୍ତି |
ମାଘମାସ :-ଏହି ବ୍ୟକ୍ତିମାନେ ପରୋପକାରୀ, ବିଦ୍ୟବାନ୍ତ, ଯଶକୀର୍ତ୍ତମାନ ଓ ଶାସ୍ତ୍ରପ୍ରିୟ ଅଟନ୍ତି |
ଫାଲ୍ଗୁନମାସ :-ଏହି ବ୍ୟକ୍ତିମାନେ ଧୀରବନ୍ତି, ଦୟାବନ୍ତ, ଧାର୍ମିକପରାୟଣ, ମିଷ୍ଟଭାଷି ଓ ଲୋକପ୍ରିୟ ଅଟନ୍ତି |
ଚୈତ୍ରମାସ :-ଏମାନେ ଅନେକ ଗୁଣବିଶିଷ୍ଟ ଅଟନ୍ତି |ଏମାନେ ଶାନ୍ତ ସ୍ଵଭାଵ,ଦୟାବନ୍ତ, ଉଦାରବାଦୀ ଓ ଜନପ୍ରିୟ ଅଟନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।