ବନ୍ଧୁଗଣ ଆଜିର ଏହି ଦୁନିଆର ଟେକନଲୋଜି ଯେତେ ଆଗେଇଲେ ମଧ୍ୟ୍ୟ ଆମେ କେବେ ଆମର ପୂରଣ ଶାସ୍ତ୍ର କି ବାସ୍ତୁ ଶାସ୍ତ୍ରକୁ ଭୁଲି ନଥାଉ |ପୂରଣ ଶାସ୍ତ୍ରକୁ ଆଖି ଆଗରେ ରଖି ଆମେ ଅନେକ କିଛି କାର୍ଯ୍ୟ କରିଥାଉ |ଆମେ ଜୀବନରେ ଯେଉଁ ଦୁଃଖ ପାଉଥାଉ ତାହା ଆମର କର୍ମର ଫଳ ବୋଲି ମାନି ନେଇଥାଉ |ବର୍ତମାନ ମଧ୍ୟ ଆମେମାନେ ଧର୍ମକୁ ନଜରରେ ରଖି କାର୍ଯ୍ୟ କରିଥାଉ, କଉଁ କର୍ମ କରିବା ଦ୍ଵାରା ଆମର ପାପ ହୁଏ ତାହା ମଧ୍ୟ୍ୟ ଆମେ ବିଚାର କରିଥାଉ |ମୁଁ ଆଜି ଆପଣକୁ ପୂରାଣରେ ବର୍ଣ୍ଣିତ କିଛି ରୀତି, ନିତି ବିଷୟରେ ଜଣେଇବି,ଯାହାକି ଆପଣଙ୍କ ଜୀବନର ପ୍ରତ୍ୟେକ ସମୟରେ କାମରେ ଲାଗିବ |କେବେକେବେ ଆମ ଜୀବନରେ ଏମିତି କିଛି ଭୁଲ କାର୍ଯ୍ୟ କରିଥାଉ ଯାହାଦ୍ଵାରା ଆମକୁ ପସ୍ତେଇବା ପାଇଁ ପଡିଥାଏ |ତେବେ ଆସନ୍ତୁ ଜାଣିବା ଏହିପରି କିଛି କାର୍ଯ୍ୟ ଗୁଡିକ ବିଷୟରେ |
1-ଯେଉଁ ବ୍ୟକ୍ତି ମାନେ ଖାଇସାରିବା ପରେ ନିଜର ଅଇଁଠା ବାସନକୁ ନଧୋଇ ସେହିପରି ପକି ରଖିଥାନ୍ତି ସେହି ବ୍ୟକ୍ତିମାନେ ଜୀବନରେ କେବେ ସଫଳତା ପାଆନ୍ତି ନାହିଁ |ସେମାନେ ଜୀବନରେ ଅନେକ କଷ୍ଟ କରି ବହୁତ ଦିନ ପରେ ସଫଳତା ପ୍ରାପ୍ତ କରିଥାନ୍ତି |
2-ଯେଉଁ ବ୍ୟକ୍ତି ସୂର୍ଯ୍ୟଦୟ, ସୂର୍ଯ୍ୟାସ୍ତ ଓ ଦିନ 12 ଘଟିକା ସମୟରେ ଖାଇବାର ଅଭ୍ୟାସ କରିଥାନ୍ତି ସେମାନେ ଜୀବନରେ ସବୁଦିନ ଅଭାବର ସମ୍ମୁଖୀନ ହୋଇଥାନ୍ତି |କୌଣସି ବ୍ୟକ୍ତି ଯଦି ସର୍ବଦା ଝଗଡା କରନ୍ତି ତେବେ ସେ ସର୍ବଦା ଦରିଦ୍ରତାର ସ୍ୱୀକାର ହୋଇଥାନ୍ତି |
3-ଆପଣଙ୍କ ଖାଇବା ସମୟରେ ଯଦି ଆପଣଙ୍କ ଖାଦ୍ୟରୁ ବାଳ ବାହାରି ଥାଏ ତେବେ ଆପଣ ଏଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ, କାରଣ ଏହାଦ୍ୱାରା ଅପଣଂକର କୌଣସି ଲାଭ କିମ୍ବା କ୍ଷତି ହୋଇନଥାଏ |କିମ୍ବା ଆପଣଙ୍କ କୌଣସି ଅଶୁଭ ହୋଇନଥାଏ |
4-ଯେଉଁ ବ୍ୟକ୍ତିମାନେ ନାକରେ ସର୍ବଦା ଆଙ୍ଗୁଳି ପୁରନ୍ତି ସେମାନଙ୍କ ଶରୀରକ ଅସୁସ୍ଥତା ସର୍ବଦା ଦେଖାଯାଏ, ଏହା ସହିତ ଯେଉଁ ବ୍ୟକ୍ତିମାନେ ସବୁବେଳେ ଦାନ୍ତ ରଗାଡନ୍ତି ସେମାନେ ସର୍ବଦା ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି |
5-ଏହି ଦୁନିଆରେ କେତେକ ବ୍ୟକ୍ତିଙ୍କ ବହୁତ ଖରାପ ଅଭ୍ୟାସ ରହିଥାଏ, ଯେଉଁ ବ୍ୟକ୍ତି ସର୍ବଦା ଚୁଟି ଧରିବା ପରି ଖରାପ ଅଭ୍ୟାସ ରହିଥାଏ ସେମାନେ ସର୍ବଦା ଅଭାବ ଅନାଟନର ସମ୍ମୁଖୀନ ହୋଇଥାନ୍ତି |ଏହି ବ୍ୟକ୍ତି ମାନଙ୍କ ଜୀବନରୁ କେବେ ଅଭାବ ଦୂର ହୋଇ ଯାଇନଥାଏ |
6-ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଗରମ ପାଣିରେ ଗାଧୋଇବା ପରି ଖରାପ ଅଭ୍ୟାସ ରଖି ଥାନ୍ତି ସେପରି ବ୍ୟକ୍ତି ସବୁବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି |ସବୁଦିନ ଗରମ ପାଣିରେ ଗାଧୋଇବା ଦ୍ଵାରା ଆପଣଙ୍କ କେଶ ଝାଡ଼ିବା ସହିତ ଆପଣଙ୍କ ଦୃଷ୍ଟି ଶକ୍ତି ଧୀରେ ଧୀରେ କମିଯାଏ |7-ଆପଣ ଗାଧୋଇବା ସମୟରେ କିମ୍ବା ବାହାରୁ ଘରକୁ ଆସିବା ସମୟରେ ଆପଣ ଯଦି ଆପଣଙ୍କ ପାଦକୁ ଭଲରେ ଧୋଇ ସଫା କରନ୍ତି ତେବେ ଆପଣଙ୍କ ମନ ସର୍ବଦା ସ୍ଥିର ଏବଂ ଶାନ୍ତ ରହିଥାଏ |ଏହି ଭଲ ଅଭ୍ୟାସ ଦ୍ଵାରା ଆପଣ ଜୀବନରେ କୌଣସି ସମସ୍ୟର ସମ୍ମୁଖୀନ ହୁଅନ୍ତି ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।