ଦେଖନ୍ତୁ Viral ଭିଡ଼ିଓ : ଖୋଲିଦେଲେ ପୋଲିସ ର ପ୍ରି ପ୍ଲାନିଂ ! ଶବ ବ୍ୟବଚ୍ଛେଦ ଗୃହ ରୁ ଫେରିବା ପରେ ହାଇଦର ର ପରିବାର କ୍ୟାମେରା ଆଗରେ କହିଲେ କିଛି ଏମିତି….

0

ଗ୍ୟାଙ୍ଗଷ୍ଟାର ହାଇଦର ର ମୃତ ଘଟଣା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ସାରା ଓଡ଼ିଶାରେ ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ପୋଲିସ୍ ର ଏନ୍‌କାଉଣ୍ଟରେ ହାଇଦର ମୃତ ହୋଇଥିବା ଘଟଣା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇଦର ମୃତ ବୋଲି ଘୋଷଣା ହୋଇଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କୁ ଏନକାଉଣ୍ଟର କରାଯିବା ପରେ ତାକୁ ବାଲେଶ୍ୱର ହସ୍ପିଟାଲକୁ ନିଆ ଯାଇଥିଲା ଓ ସେଠାରେ ହିଁ ତାକୁ ମୃତ ବୋଲି ଘୋଷଣା କରା ଯାଇଛି। ହାଇଦର ର ମୃତ୍ୟୁ ନେଇ ବାଲେଶ୍ୱର ଏଡିଏମ୍ଓ ମୃତ୍ୟୁଞ୍ଜୟ ମିଶ୍ର ସ୍ପଷ୍ଟ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସିମୁଳିଆ ନିକଟରେ ହାଇଦରକୁ ଏନକାଉଣ୍ଟର କରା ଯାଇଥିଲା। ଘଟଣା କ୍ରମ ଏହା ଥିଲାକି ଏହି ଗ୍ୟାଙ୍ଗଷ୍ଟାର କୁ ବାରିପଦା ଜେଲ ଭିତରକୁ ନିଆ ଯାଉଥିବା ବେଳେ ରାସ୍ତାରେ ତାକୁ ଏନକାଉଣ୍ଟର କରା।ଯାଇଥିଲା। ଆଉ ଏହି ଏନକାଉଣ୍ଟରରେ ମୃତ ହୋଇଥିବା ହାଇଦରର ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପୋଷ୍ଟମର୍ଟମ ହୋଇଥିଲା।ତେବେ ପୋଷ୍ଟମର୍ଟମ ପରେ ଯାଇ ହାଇଦରର ମୃତଦେହ ପରିବାରକୁ ଦିଆଯିବ ବୋଲି କୁହା ଯାଇଥିଲା। ଏବେ ହାଇଦର ର ମୃତ ଶରୀରକୁ ପରିବାର ଲୋକ ଦେଖିବାକୁ ଆଜି ବାଲେଶ୍ବର ଶବ ବ୍ୟବଚ୍ଛେଦ ଗୃହକୁ ଆସିଥିଲେ।

ଏହାପରେ ସେମାନେ ଶବ ବ୍ୟବଚ୍ଛେଦ ଗୃହରୁ ବାହାରକୁ ବାହାରିବା ପରେ ଗଣାମଧ୍ୟାମ ର ପ୍ରତିନିଧି ମାନେ ତାଙ୍କ ପାଖରୁ ପ୍ରତିକ୍ରିୟା ଚାହିଁ ଥିଲେ। ଗଣମାଧ୍ୟମ ସମ୍ମୁଖରେ ଯଦିଓ ସେମାନେ କହିବାକୁ ସମର୍ଥ ନଥିଲେ ତଥାପି ସେମାନେ ଅଳ୍ପ କିଛି କହିଥିଲେ କି ଗୁଳି ଦୁଇଟି ହାତରେ ବାଜିଛି ଆଉ ପେଟରେ ବାଜିଛି। ଯଦି ହାଇଦାର କୁ ଏନକାଉଣ୍ଟର କରାଗଲା ତେବେ ସେ ଦୌଡ଼ି ପଳାଇବା ସମୟ ରେ ଯେହେତୁ ପୋଲିସ୍ ଗୁଳି କରିଛି ତେଣୁ ଗୁଳି ପଛରେ ବାଜିବା କଥା, ଆଗରେ କେମିତି ଲାଗିଲା। ଏହାପରେ ସେମାନେ ଆଉ କିଛି କହିବାକୁ ମନା କରିଥିଲେ। ଶବ ବ୍ୟବଚ୍ଛେଦ ଗୃହରୁ ବାହାରିବା ପରେ ହାଇଦର୍ ର ମୃତ ଶରୀରକୁ ଦେଖି ସେମାନେ ମର୍ମାହତ ହୋଇ ପଡିଥିବା ସେମାନଙ୍କ କଥାରୁ ଜଣା ପଡୁଥିଲା।

ତେବେ ହାଇଦର ର ପରିବାର ଲୋକେ ସେଠାକୁ ଆସିବା ସମୟରେ ଶବ ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ପୋଲିସ୍ ମୁତୟନ ହୋଇଥିବା ଦେଖିବା ପାଇଁ ମିଳିଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ବାରିପଦା ଜେଲ୍ କୁ ନିଆ ଯାଉଥିବା ବେଳେ ଏହି କୁଖ୍ୟାତ ଅପରାଧି କୁ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଥିଲା।ଏହି ସମୟରେ ରାସ୍ତାରେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଏନ୍‌କାଉଣ୍ଟର କରା ଯାଇଥିଲା। ସୂଚନା ଥାଉ କି କିଛି ଦିନ ତଳେ କଟକ ବଡ଼ ମେଡିକାଲରୁ ଖସି ଯାଇଥିଲା ହାଇଦର। ଆଉ ଏହାପରେ ପୋଲିସ୍ ର ଛାନଭିନ ପରେ ଯାଇ ହାଇଦରକୁ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରା ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।