ଖୁସି ଖବର : କରୋନା ଆକ୍ରାନ୍ତଙ୍କୁ ମୃ-ତ୍ୟୁ ମୁଖରୁ ଫେରାଇ ଆଣିବ ଏହି ଔଷଧ, ଭାରତରେ ମିଳିଲା ମଞ୍ଜୁରୀ ଶୀଘ୍ର ଦେଖନ୍ତୁ…

0

ଦେଶରେ ଗମ୍ଭୀର ରୂପ ଧାରଣ କରିଛି କରନା ସଂକ୍ରମଣ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହାର ପ୍ରଭାବ ଅଧିକ ରହିଛି ଭାରତ ଉପରେ। କୁହା ଯାଉଛି କରନା ର ଦ୍ଵିତୀୟ ଲହର ଅଧିକ ଭୟାନକ ହୋଇ ଥିବାରୁ ତାହା ଲୋକଙ୍କୁ ଗୁରୁତର ଅବସ୍ଥାକୁ ନେଇ ଯାଉଛି। ତେବେ ଲୋକଙ୍କୁ ଏହି ଭଳି ଏକ କଠିନ ପରିସ୍ଥିତିରୁ ବାହାର କରିବା ପାଇଁ ସରକାର୍ ଙ୍କ ତରଫରୁ ଅନେକ ପଦକ୍ଷେପ ସମୟ କ୍ରମେ ନିଆ ଯାଉଛି। ଅନେକ ସଚେତନତା ସହ ଲୋକଙ୍କ ମନରେ ଏଥିପ୍ରତି ଏକ ସକାରାତ୍ମକ ଚିନ୍ତାଧାରା ମଧ୍ୟ ଅଣା ଯାଉଛି। ଏଥିପାଇଁ ଏବେ ଟୀକାକରଣ କୁ ଅଧିକ ଗୁରୁତ୍ବ ଦିଆ ଯାଉଛି।

ତେଣୁ ପର୍ଯ୍ୟାୟ କ୍ରମେ ଦେଶବାସୀ ଙ୍କୁ ଟୀକା ଦିଆ ଯାଉଛି। ସେହିପରି ସାରା ଦେଶରେ ୧୮ରୁ ୪୪ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ଟିକାକରଣ କାର୍ଯ୍ୟକ୍ରମ ମେ ୧ରୁ ଆରମ୍ଭ କରା ଯାଇଛି। ଗତ ଏପ୍ରିଲ ୨୮ରୁ ଟିକା ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କୋଓ୍ବିନ୍‌ ଏବଂ ଆରୋଗ୍ୟ ସେତୁ ଆପ୍‌ ଜରିଆରେ କରୋନା ଟିକାର ରେଜିଷ୍ଟ୍ରେସନ କରା ଯାଉଛି। ଲୋକଙ୍କୁ ଏହି ସଙ୍କଟରୁ ଉଦ୍ଧାର କରିବା ପାଇଁ ସରକାର୍ ଅନେକ ବିହିତ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏବେ ଆଉ ଏକ ଔଷଧ କୁ କରନା ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ କରିବା ପାଇଁ ଅନୁମତି ମିଳିଛି।ଏହା ଏକ ବିଦେଶୀ କମ୍ପାନୀର ଔଷଧ।

ତେବେ ଭାରତ ସରକାର୍ ଏହି ଔଷଧ କୁ ଏବେ ଅନୁମତି ଦେଇଥିବା ବେଳେ ଏହା କେବଳ ଜରୁରୀକାଳିନ ଭାବରେ ବ୍ୟବହାର ହେବ ବୋଲି କୁହା ଯାଇଛି।କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଣ୍ଟିବେଡିଜ କକଟେଲକୁ ଚିକିତ୍ସାରେ ବ୍ୟବହାର କରିବାକୁ ଅନୁମତି ମିଳିଛି ବୋଲି ଫାର୍ମା କମ୍ପାନୀ ରୋଚେ ଇଣ୍ଡିଆ କହିଛି। ଭାରତ ସରକାରଙ୍କ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଏହି କକଟେଲକୁ ଜରୁରୀକାଳୀନ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଥିବା ବେଳେ ଏହା ଅନ୍ୟ ଦୃଷ୍ଟିରୁ ମଧ୍ୟ ଅନୁମତି ପ୍ରାପ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଆମେରିକାର ଏମରଜେନ୍ସ ୟୁଜ ଅଫ ଅଥରାଇଜେସନରେ ଦାଖଲ ହୋଇଥିବା ତଥ୍ୟ ଅନୁସାରେ ଏବଂ ମାନବ କ୍ଲିନିକାଲ୍ ଉତ୍ପାଦକୁ ନେଇ ବ୍ୟବହାର ଉପରେ ୟୁରୋପୀୟ ୟୁନିଅନ୍ କମିଟିର ବୈଜ୍ଞାନିକ ମାନଙ୍କ ମତ ଆଧାରରେ ଏହି କକଟେଲକୁ ଅନୁମତି ଦିଆଯାଇଛି ବୋଲି ସୂଚନା ମିଳିଛି। ତେବେ ବର୍ତ୍ତମାନର ସଂକ୍ରମଣ ର ହାର ର ବୃଦ୍ଧି କୁ ଅଟକାଇବା ପାଇଁ ଏହି ଔଷଧ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ଏହାର ପ୍ରଭାବ ନେଇ କମ୍ପାନୀ ପକ୍ଷରୁ କୁହା ଯାଇଛି ଯେ କାସିରିଭିମାବ ଏବଂ ଇମଡେଭିମାବ ଭଳି କକଟେଲ କରୋନା ଭାଇରସକୁ ଦୁର୍ବଳ କରିବାରେ ସହାୟକ ହେବ।

ତେବେ ଫାର୍ମା କମ୍ପାନୀ ରୋଚେ ଭାରତରେ ଫାର୍ମା କମ୍ପାନୀ ସିପ୍ଲା ସହିତ ମିଶି ଏହି ଆଣ୍ଟିବଡି ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି ଯାହା ଗୁରୁତର ରୋଗୀଙ୍କ ଶରୀରରେ ପ୍ରୟୋଗ କଲେ ମଧ୍ୟ ଅବସ୍ଥା ନିୟନ୍ତ୍ରଣକୁ ଆସିଯାଇ ପାରିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।