ଆମ ଦେଶରେ ଜାତୀୟ ଖେଳ ହକି ହୋଇଥିଲେ ମଧ୍ୟ କିନ୍ତୁ ହକି ଅପେକ୍ଷା କ୍ରିକେଟ ଖେଳକୁ ଲୋକ ମାନେ ଅଧିକ ଭଲ ପାଆନ୍ତି। ତେବେ ଅନେକ ବର୍ଷ ଧରି କ୍ରିକେଟ ଖେଳ ଦେଶ ଦେଶ ମଧ୍ୟରେ ଖେଳ ଚାଲିଛି। ଏଥିରେ ପ୍ରାୟତଃ ପୃଥିବୀରେ ଅନେକ ଦେଶର ଖେଳାଳି ମାନେ ଭାଗ ନେଇଥାନ୍ତି। ବିଗତ କିଛି ବର୍ଷ ଧରି IPL ଖେଳ ଆମ ଦେଶରେ ଚାଲିଛି। ତେବେ ବନ୍ଧୁଗଣ ଏକ ବଡ଼ ଖବର ସମ୍ନାକୁ ଆସିଛି। ତାହା ହେଉଛି ଏଥର IPL ଖେଳରେ କଟକ ଟିମ ଯୋଗ ଦେବ ବୋଲି ସୂଚନା ରହିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ପ୍ରଥମ ଥର ପାଇଁ IPL ରେ ନିଲାମ ହେବାକୁ ଯାଉଛି କଟକ ଟିମ। IPL ରେ ବର୍ତ୍ତମାନ ୮ ଟିମ ଥିବା ବେଳେ ଆଉ ୨ ଟି ନୂଆ ଟିମ ଯୋଡି ହେବାକୁ ଯାଉଛି। ଆସନ୍ତା ଏଡିସନରୁ ୮ ବଦଳରେ ୧୦ ଟିମ IPL ପାଇଁ ଲଢ଼ିବେ। ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧର୍ମଶାଳା, ଲଖୋନ, ଗୌହାଟି, ରାଞ୍ଚି, ଅହମଦବାଦ ଓ କଟକ ଭଳି ଏହି ୬ ଟି ସହରକୁ ବିସିସିଆଇ ସଟଲିଷ୍ଟ କରିଛି। ଏହି ୬ ଟି ସହରକୁ ନେଇ ନିଲାମୀ ଡକା ଯିବ।ଏହି ୬ ଟି ସହରରୁ ଦୁଇଟି ଟିମକୁ କିଏ କିଣିବ ଆଉ କେଉଁ ସହରକୁ ବାଛିବେ, ଏହାକୁ ନେଇ ଜୋର ସୋର ଭାବରେ
ଚର୍ଚ୍ଚା କରା ଯାଉଛି। ୨୦୧୬ ଏବଂ ୨୦୧୭ ଏହି ଦୁଇଟି ସିଜିନ ପାଇଁ ପୁନେ ସୁପର ଜ୍ୟାଣ୍ଟ ଗୁଜୁରାଟ ଲାଏର୍ସ ଖେଳିଥିଲେ। ହେଲେ ଏହି ଦୁଇଟି ଟିମର ଅବଧିକୁ ଆଉ ପରବର୍ତ୍ତି ସମୟରେ ବଢା ଯାଇ ନଥିଲା। ଯଦିଓ ୧୦ ଟିମ କରିବାକୁ ବିସିସିଆଇ କରିଥିଲେ ସୁଦ୍ଧା କିନ୍ତୁ ଏହା ଅଟକି ଯାଇ ଥିଲା। କାରଣ ୨୦୧୦ ରେ ସାହାର ବ୍ୟାରିୟର ଓ କୋଚି ଟିସକର୍ସ ଯଥାକ୍ରମେ ୧୫୦୦ ଓ ୧୭୦୦ କୋଟି ଟଙ୍କା ଖର୍ଚ୍ଚରେ ସାମିଲ ହୋଇ ଥିଲେ।
ସେହି ଭଳି ଭାବରେ ୨୦୧୬ ମସିହାରେ ସାମିଲ ହୋଇ ଥିବା ଦୁଇ ଟିମ ମଧ୍ୟ ଆଉ IPLକୁ ଆସି ପାରି ନଥିଲେ। ସେଥିପାଇଁ ଅନୁମାନ କରା ଯାଉଛି ଏହି ଟିମ ପଛରେ ଥିବା ଶିଳ୍ପପତି ତଥା ସଂସ୍ଥା ନୂଆ ଟିମ କିଣିବା ପାଇଁ ଆଗ୍ରହ ଦେଖାଇ ପାରନ୍ତି। ଓଡିଶାରୁ ଯଦି କେହି ଟିମ କିଣିବା ପାଇଁ ଆଗ୍ରହୀ ହୋଇ ଥାଆନ୍ତି, ତାହେଲେ ସେଥିପାଇଁ ସେମାନଙ୍କୁ ୨ ହଜାର କୋଟି ବେଶ ପ୍ରାଇସ ସହ ନିଲାମରେ ସାମିଲ ହେବାକୁ ପଡିବ। ଏଭଳି ହେଲେ କଟକ ନାଁ ରେ IPL ଟିମ ସାମିଲ ହୋଇ ପାରେ। ନଚେତ ଯଦି ବାହାରର କେଉଁ ସଂସ୍ଥା କଟକ ନାଁ ରେ ଟିମ ଗଠନ କରିବାକୁ ଚାହିଁବ, ତାହେଲେ କଟକ ନାଁ କୁ ଯୋଡି ଦେଇ କୌଣସି ବି ଦଳ IPL କୁ ଓଲ୍ହାଇବାର ଆଶଙ୍କା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।