ଖୁସି ଖବର ! ଜାଣନ୍ତୁ କେଉଁ ମାନେ Smart Health କାର୍ଡର ସୁବିଧା ପାଇବେ, ଶୀଘ୍ର ଦେଖନ୍ତୁ ନଚେତ ପସ୍ତେଇବେ

ଲୋକଙ୍କ ଅସୁବିଧା କୁ ଦୃଷ୍ଟିରେ ରଖି ସେମାନଙ୍କ ସ୍ବାସ୍ଥ୍ୟ କୁ ଗୁରୁତ୍ବ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ କାର୍ଡ ର ସୁବିଧା ଉପଲବ୍ଧ କରିଛନ୍ତି। ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିଥିବା ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଅନେକ ଲୋକେ ସ୍ବାସ୍ଥ୍ୟ ସୁବିଧା ପାଇ ପାରିବେ। ତେବେ ମୂଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁସାରେ ସେପ୍ଟେମ୍ବର ପହିଲାରୁ ଏହାକୁ ଲାଗୁ କରାଯିବ ବୋଲି କୁହା ଯାଇଛି। ତେବେ ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ। ସୂଚନା ଅନୁସାରେ ରାଜ୍ୟର ସାଢେ ତିନି କୋଟି ଲୋକ ଏହାଦ୍ବାରା ଉପକାର ପାଇବେ। ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ହସ୍ପିଟାଲରେ କିଛି କାଗଜପତ୍ର ଦେବା ଦରକାର ପଡ଼ିବ ନାହିଁ।

ଆପଣଙ୍କୁ କେବଳ ଏହି ସ୍ମାର୍ଟ ହେଲ୍‌ଥ କାର୍ଡକୁ ଆପଣଙ୍କ ସାଥୀରେ ନେଇ ହସ୍ପିଟାଲ୍‌ ଯିବାକୁ ପଡ଼ିବ। ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇବେ ବୋଲି ମୂଖ୍ୟମନ୍ତ୍ରୀ କହିଛନ୍ତି।ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ। ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସେ କହିଛନ୍ତି।

କେଉଁ ସୁବିଧା ମିଳିବ– ଏହାଦ୍ୱାରା ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ।

କେଉଁ ମାନେ ଏହି ସ୍ମାର୍ଟ୍ ହେଲଥ୍ କାର୍ଡର ସୁବିଧା ପାଇବେ-

– ପ୍ରଥମତଃ ଯେଉଁମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ହୋଇଥିବେ ସେମାନେ ଏହି କାର୍ଡର ସୁବିଧା ପାଇବେ।
– ଯେଉଁମାନେ ଅନ୍ନପୂର୍ଣ୍ଣା କାର୍ଡ ର ହିତାଧିକାରୀ ହୋଇଥିବେ।
– ଯେଉଁମାନେ ଅନ୍ତୋଦୋୟ କାର୍ଡର ହିତାଧିକାରୀ ହୋଇଥିବେ।
– ଏହାଛଡ଼ା ଯେଉଁମାନେ ବିଜୁ କୃଷକ କଲ୍ୟାଣ କାର୍ଡ ର ହିତାଧିକାରୀ ହୋଇଥିବେ।
– ଏହାଛଡ଼ା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀ ମାନେ ମଧ୍ଯ ଏହି ସ୍ମାର୍ଟ୍ ହେଲଥ କାର୍ଡ ର ସୁବିଧା ପାଇ ପାରିବେ।
– ରାଜ୍ୟ ସରକାରଙ୍କ ରାସନ କାର୍ଡ ପାଇଥିବା ହିତାଧିକାରୀ ମାନେ ମଧ୍ଯ ଏହାର ସୁବିଧା ପାଇ ପାରିବେ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ନେଇ କହିଛନ୍ତି ଯେ ସ୍ୱାସ୍ଥ୍ୟ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଏଥିପାଇଁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। କାରଣ ପରିବାରରେ କେହିବି ଅସୁସ୍ଥ ହୋଇ ପଡ଼ିଲେ, ଚିନ୍ତା ବଢି ଯିବାଟା ସ୍ଵାଭାବିକ କଥା। ଏଥିପାଇଁ ସବଠୁ ବଡ଼ ଚିନ୍ତା ଏହା ଯେ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ର ଯୋଗାଡ଼। ତେଣୁ ଏଥିପାଇଁ କିଏ ଜମି ବିକ୍ରୀକରେ ତ ଆଉ କିଏ ସୁନା ଆଉ ପୁଣି କିଏ ଋଣ ନେଇଥାଏ। କେହି କେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠପଢା ମଧ୍ୟ ବନ୍ଦ କରି ଦେଇଥାନ୍ତି। ତେଣୁ ଏଭଳି ସୁବିଧା ଦ୍ବାରା ଲୋକେ ଆଉ ନିଜର ସ୍ବାସ୍ଥ୍ୟ ସମସ୍ୟା କୁ ନେଇ ଚିନ୍ତିତ ହେବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment