ଖୁସି ଖବର : LPG ଗ୍ୟାସ ବା ରୋଷେଇ ଗ୍ୟସର ରେଟ ବହୁତ କମିଗଲା – ଏତେ କମ କେବେ ହୋଇନି

0

ପ୍ରତିଦିନ ଦେଶରେ ସାଧାରଣତଃ ଲୋକମାନଙ୍କ ରହିବା ପାଇଁ ଯେଉଁ ମୌଳିକ ଜିନିଷ ରହିଛି ସେଥିରେ ଦର ଦାମରେ ଅନେକ ପ୍ରକାର ପରିବର୍ତ୍ତନ କରିଥାହାନ୍ତି। ଆପଣ ମାନେ ଦେଖିଥିବେ ପ୍ରତ୍ୟେକ ଦିନ ବିଭିନ୍ନ କୌଣସି ନା କୌଣସି ଜିନିଷର ଦର ଦାମ ବଢ଼ିବା ରେ ଲାଗିଛି। ଏଥିପାଇଁ ଲୋକମାନେ ଅନେକ ଅସୁବିଧା ରେ ସମୁଖୀନ ହୋଇଥାନ୍ତି। ସେମାନେ ଚାହିଁ ବସିଥାନ୍ତି , ଯେ କେତେବେଳେ ଦର ଦାମ କମ ହେବ, ଆପଣ ମାନେ ଦେଖିଥିବେ LPG ଗ୍ୟାସ ସିଲିଦଣ୍ଡର ଦାମ ସବୁବେଳେ କମ ବେଶି ହୋଇ ଥାଏ।

ତେବେ ବର୍ତ୍ତମାନ ଦେଶର ଲକ୍ଷ ଲକ୍ଷ LPG ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର ଅଛି। ଜୁନ୍ 1 ରେ ବିଭିନ୍ନ ତୈଳ କମ୍ପାନୀ ଗ୍ୟାସ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଯଦି ଆମେ ଗତ ମେ ମାସ ଦେଖିବା ତାହାଲେ ଗତ ମେ ମାସରେ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନଥିଲା। ଏବଂ ଏପ୍ରିଲରେ LPG ସିଲିଣ୍ଡରର ମୂଲ୍ୟ 10 ଟଙ୍କା ହ୍ରାସ ପାଇଥିଲା। ତେଣୁ ଜୁନ୍ ମାସରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 809 ଟଙ୍କା ରହିଥିଲା।

ଆମେ ଯଦି ଚଳିତ ବର୍ଷ କଥା ଦେଖିବା ତାହାଲେ ଆରମ୍ଭରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ 694 ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା 719 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଫେବୃଆରୀ 15 ରେ ଏହାର ମୂଲ୍ୟ 769 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହା ପରେ, ଫେବୃଆରୀ 25 ରେ, ଏଲପିଜି ସିଲିଣ୍ଡରର ମୂଲ୍ୟ 794 ଟଙ୍କାକୁ ହ୍ରାସ କରାଯାଇଥିଲା। ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ମୂଲ୍ୟ 819 ଟଙ୍କାକୁ ହ୍ରାସ କରାଯାଇଥିଲା। ଯଦି ଆମେ ବ୍ୟବସାୟିକ ସିଲିଣ୍ଡର ଦାମ ଦେଖିବା ତାହାଲେ ମେ ମାସରେ ବ୍ୟବସାୟିକ ସିଲିଣ୍ଡର ଶସ୍ତା ହୋଇଥିଲା।

ତେବେ ଦେଶର ପ୍ରମୁଖ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସର ମୂଲ୍ୟ ହ୍ରାସ କରିଛନ୍ତି। ବାଣିଜ୍ୟିକ ବ୍ୟବହାର ପାଇଁ ଗ୍ୟାସ କମ୍ପାନୀଗୁଡିକ 19 କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ 45.50 ଟଙ୍କା ହ୍ରାସ କରିଛନ୍ତି। କିନ୍ତୁ ଘରୋଇ ଗ୍ୟାସ ଗ୍ରାହକଙ୍କୁ ବର୍ତ୍ତମାନ ସୁଦ୍ଧା ଦାମ ରେ ସନ୍ତୁଷ୍ଟି ମିଳି ନାହିଁ। ଘରୋଇ ଗ୍ୟାସ ସିଲିଣ୍ଡର ଅର୍ଥାତ୍ 14.2 କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ଏପ୍ରିଲ୍ ଆରମ୍ଭରେ ଘରୋଇ LPG ସିଲିଦଣ୍ଡର 10 ଟଙ୍କା ଶସ୍ତା ହୋଇଗଲା। ଏହା ପରେ ଦିଲ୍ଲୀରେ ଘରୋଇ ଗ୍ୟାସ୍ 809 ଟଙ୍କାରେ ଉପଲବ୍ଧ ହୋଇଥିଲା।

ତେବେ ଏକ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀର 19 କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ 1641 ଟଙ୍କା ବଦଳରେ 1595.50 ଟଙ୍କା ରହିଛି। ମୁମ୍ବାଇର ନୂଆ ମୂଲ୍ୟ 1590.50 ଟଙ୍କା ବଦଳରେ 1545 ଟଙ୍କା, କୋଲକାତାରେ 1713 ଟଙ୍କା ବଦଳରେ 1667.50 ଟଙ୍କା ଏବଂ ଚେନ୍ନାଇରେ 1771.50 ଟଙ୍କା ବଦଳରେ 1726 ଟଙ୍କା। ତେବେ ଏହିପରି ଭାବରେ ଯଥାକ୍ରମେ ଗ୍ୟାସ ର ମୂଲ୍ୟ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।