ଦେଖନ୍ତୁ ଭିଡିଓ : ଖୁସି ଖବର, ପୁଣି ଏକାଠି ହେବେ ଅନୁଭବ-ବର୍ଷା ଯୋଡ଼ି ! ଦେଖନ୍ତୁ କ’ଣ କହିଲେ ବର୍ଷାଙ୍କ ଓକିଲ…

0

ଓଡିଶାର ଏକ ଚର୍ଚ୍ଚିତ ଯୋଡ଼ି ଭାବରେ ଅନୁଭଵ ଏବଂ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଜଣାଶୁଣା। ଏବେ ସେମାନଙ୍କର ବିବାହ ବିଚ୍ଛେଦ ମାମଲା ଚାଲିଥିବା ସମସ୍ତଙ୍କୁ ପ୍ରାୟତଃ ଜଣା ଅଛି। ଅନେକ ବିବାଦ ଭିତରେ ସେମାନଙ୍କର ଏହି ମାମଲା ଅନେକାଂଶରେ ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ଅନେକ ଖବର ଆପଣ ସମୟ ସମୟରେ ଦେଖିବାକୁ ପାଉଥିବେ। ତେବେ ସେମାନେ ପୁଣି ଥରେ ମିଶି ଯାଆନ୍ତୁ ବୋଲି ସାରା ଓଡିଶା ଚାହୁଁ ଥିବା ବେଳେ ଏବେ ଏହି ମାମଲା କୁ ନେଇ ଏକ ଭିନ୍ନ ମୋଡ଼ ଆସିଛି। ସୂଚନା ଅନୁସାରେ କଟକ ଫାମିଲି କୋର୍ଟରେ ଆଜି ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

ଗତ ଥର ବର୍ଷା ପ୍ରିୟଦର୍ଶିନୀ ହାଜର ନଥିବା ବେଳେ କିନ୍ତୁ ଆଜି ପ୍ୟାମିଲି କୋର୍ଟ ରେ ଆସି ସେ ପହଂଚିଥିଲେ। ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ମଧ୍ଯ ସେଠାରେ ହାଜର ହୋଇଥିଲେ। ଆପଣ ଙ୍କୁ କହି ରଖୁଛୁ ଯେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ସେମାନଂକୁ ପୂର୍ବରୁ ନିର୍ଦ୍ଦେଶ ରହିଥିଲା। ସେଥିପାଇଁ ଗତ ୯ ତାରିଖରେ ଆପୋଷ ବୁଝାମଣା ପାଇଁ ଉଭୟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ।

ଏହାପରେ ଉଭୟଙ୍କ ମଧ୍ୟରେ ସମାଧାନର ବାଟ ବାହାର କରିବାକୁ ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ ହୋଇଥଲା।ତେବେ ଯାହା ସୂଚନା ରହିଛି ସାଂସଦ ଅନୁଭବ ଏବଂ ଅଭିନେତ୍ରୀ ବର୍ଷା ଙ୍କ ବିବାହ ବିଚ୍ଛେଦ ମାମଲାରେ ପୂର୍ବରୁ ଅନୁଭବ ୩ ଥର ଫାମିଲି କୋର୍ଟରେ ହାଜର ହୋଇ ଥିଲେ।

ଆଉ ଏବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ଆସି ହାଜର ହୋଇଛନ୍ତି। ସେମାନଙ୍କ ସହ ଅନେକ ସମୟ ଆଲୋଚନା ହୋଇଛି। ତେବେ ଏମ୍‌ପି ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷାଙ୍କ ବିବାଦକୁ ନେଇ ଆଜି ଫ୍ୟାମିଲି କୋର୍ଟରେ ବର୍ଷାଙ୍କ ଉପସ୍ଥିତି ଏବଂ ଉଭୟ ଙ୍କ ଭିତରେ ଆଲୋଚନା ଏକ ସକାରାତ୍ମକ ଦିଗକୁ ଇଙ୍ଗିତ କରୁଛି ବୋଲି କୁହା ଯାଇପାରେ। ସେମାନେ ଯଦିଓ ଗତ ୯ ତାରିଖରେ ମଧ୍ୟ କୋର୍ଟର ମଧ୍ୟସ୍ଥତାରେ ଉଭୟ ହାଜର ହୋଇଥିଲେ କିନ୍ତୁ ସେହି ସମୟରେ ସେମାନଙ୍କ ବିବାଦର କୌଣସି ସମାଧାନ ହୋଇ ପାରି ନ ଥିଲା। ସେଥିପାଇଁ ଆଜି ପୁଣି ହାଜର ହୋଇଛନ୍ତି ବର୍ଷା ଏବଂ ଅନୁଭବ।

ବର୍ଷା ସେଠାରେ ଉପସ୍ଥିତ ହେବାର କିଛି ସମୟ ପରେ ଅନୁଭବ ମଧ୍ୟ ସେଠାରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ଥିବା ବିବାଦର ବୁଝାମଣା ପାଇଁ ସେମାନେ ଫ୍ୟାମିଲି କୋର୍ଟରେ ହାଜର ହେବାକୁ ଦେଖି ସେମାନଙ୍କ ଭିତରେ ସବୁକିଛି ଠିକ୍ ହୋଇଯାଉ ବୋଲି ଓଡିଶା ବାସୀ ଆଶା ରଖିଛନ୍ତି ଏବଂ ସେମାନଙ୍କ ଭିତରେ ପୁଣି ଏକତା କୁ ସମସ୍ତେ ଚାହାନ୍ତି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି।ତେବେ ଆପଣଙ୍କୁ କହି ରଖୁଛୁ ଯେ କିଛିଦିନ ତଳେ ପାରିବାରିକ ମାମଲାକୁ ନେଇ ଅନୁଭବ ବର୍ଷା ମୁହାଁମୁହିଁ ହୋଇଥିଲେ ଏବଂ ଉଭୟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।ଏହି ଷ୍ଟାର ଦମ୍ପତିଙ୍କ ଭିତରେ ବିବାଦ ଗତବର୍ଷ ସେପ୍ଟେମ୍ବରରେ ଉଠିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।