ଜରୁରୀ ଖବର – ସରକାରଙ୍କ ବଡ ନିଷ୍ପତ୍ତି କର୍ମଚାରୀ ମାନଙ୍କୁ ସପ୍ତାବକୁ ମିଳିବ ୩ ଦିନ ଛୁଟି, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ…

0

କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ସରକାର୍।ଏକ ଖୁସି ଖବର ଆସୁଛି ସମସ୍ତ କର୍ମଚାରୀ ମାନଙ୍କ ପାଇଁ।ଏବେ ସଂଶୋଧନ ହୋଇପାରେ ଶ୍ରମ ଆଇନ।ଆଉ କେନ୍ଦ୍ର ସରକାର୍ ଏହି ଆଇନ୍ ଆଣି ଆଣି କର୍ମଚାରୀ ମାନଙ୍କ ସୁବିଧା ସୁଯୋଗ କୁ ଗୁରୁତ୍ଵ ଦେବାକୁ ଯାଉଛନ୍ତି।ଆଉ ଏହି ନିଷ୍ପତ୍ତି କ୍ରମେ ଏକ ସପ୍ତାହ ମଧ୍ୟରୁ ମାତ୍ର ୪ ଦିନ କାମ କରିବେ କର୍ମଚାରୀ ଏବଂ ସପ୍ତାହକୁ ବାକି ୩ ଦିନ ଛୁଟି ମିଳିବ ଏହି କର୍ମଚାରୀ ମାନଙ୍କୁ।ତେବେ କେନ୍ଦ୍ର ସରକାର୍ ଏହି ଶ୍ରମ ଆଇନ୍ ର ସଂଶୋଧନ କରିବାକୁ ଯାଉଛନ୍ତି ବୋଲି ଯାହା ସୂଚନା ମିଳିଛି।

ଏହି ନିଷ୍ପତ୍ତି ଆଧାରରେ ଏହା କୁହା ଯାଉଛି ଯେ ଜଣେ କର୍ମଚାରୀ ଏବେ ଗୋଟିଏ ସପ୍ତାହରେ ମାତ୍ର ସର୍ବାଧିକ ୪୮ ଘଣ୍ଟା ହିଁ ପରିଶ୍ରମ କରିବେ। ଏହାକୁ ନେଇ କେନ୍ଦ୍ର କୁ ପ୍ରସ୍ତାବ ଦିଆ ଯାଇଥିବା ବେଳେ ଏହାସହ ଅନେକ ନିୟମରେ ସରକାର କୋହଳ କରିବା କୁ ନେଇ ଅନୁମାନ କରା ଯାଉଛି।ତେବେ ଆପଣଙ୍କୁ କହି ରଖୁଛୁ କି ଜାତୀୟ ଗଣମାଧ୍ୟମ ର ରିପୋର୍ଟ ଅନୁସାରେ,ଯାହା କେନ୍ଦ୍ର ଶ୍ରମ ସଚିବ ସୂଚନା ଦେଇ କହିଛନ୍ତି ଯେ, କର୍ମଚାରୀଙ୍କ ପାଇଁ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ଏବେ ନିୟମ ହେବ। ଅର୍ଥାତ୍ ସେମାନେ କେବଳ ୪ ଦିନ ହିଁ କାମ କରିବେ।

କିନ୍ତୁ ପୂର୍ବ ଭଳି କର୍ମଚାରୀ ମାନେ ଦୈନିକ ଏବେ ଆଉ ୮ ଘଣ୍ଟା ଲେଖାଏଁ ପରିଶ୍ରମ କରିବେ ନାହିଁ। ସେମାନଙ୍କ କାମ କରିବାର ଅବଧି ଏବେ ଆଉ ୪ ଘଣ୍ଟା ବୃଦ୍ଧି ପାଇ ଦୈନିକ ୧୨ ଘଣ୍ଟା ଲେଖାଏଁ ହେବ।ଆଉ ସେହି କ୍ରମରେ ସେମାନେ ପ୍ରତିଦିନ ୧୨ ଘଣ୍ଟା ଲେଖାଏଁ ୪ ଦିନ ପରିଶ୍ରମ କରିବେ ଅର୍ଥାତ୍ ସର୍ବମୋଟ ୪୮ ଘଣ୍ଟା ଗୋଟିଏ ସପ୍ତାହରେ ପରିଶ୍ରମ କରିବେ।

ଆଉ ସରକାରଙ୍କ ଏହି ନିୟମ ଆଧାରରେ ଏବେ କର୍ମଚାରୀ ମାନେ କାମ କରିବେ। ଏହାସହ କର୍ମଚାରୀ ମାନେ ନିଜର ଦୈନିକ କାର୍ଯ୍ୟ କରିବାର ଅବଧିରେ ପରିବର୍ତ୍ତନ ମଧ୍ୟ କରି ପାରିବେ। ନିଜର ଟାର୍ଗେଟ ମଧ୍ୟ ଖୁବ୍ ଶୀଘ୍ର ପୂରଣ କରି ପାରିବେ।

ଗୋଟିଏ ଦିନ ଜଣେ କର୍ମଚାରୀ ୧୦ରୁ ୧୨ ଘଣ୍ଟା କାମ କରି ଅନ୍ୟ ଦିନରେ ୬ ଘଣ୍ଟା କାମ କରିପାରିବେ । ଏହାସହ ସପ୍ତାହରେ ୬ ଦିନ ବଦଳରେ ୪-୫ ଦିନ କାମ କରି ଏହାକୁ ପୂର୍ଣ୍ଣ କରି ପାରିବେ।ତେବେ ବର୍ତ୍ତମାନ କାମ କରିବାର ସମୟ ଦୈନିକ ପ୍ରାୟତଃ ୮ ଘଣ୍ଟା ଥିବା ବେଳେ ୬ ଦିନ କାର୍ଯ୍ୟ ଦିବସ ରହିଛି ଏବଂ ସପ୍ତାହରେ କେବଳ ଗୋଟିଏ ଦିନ ଛୁଟି ମିଳୁଛି ।

କିନ୍ତୁ ବର୍ତ୍ତମାନର ନିୟମ ଅନୁସାରେ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ବହୁତ୍ ଜଲଦି ୪ଟି ଲେବର୍ କୋଡ ନିୟମକୁ କାର୍ଯ୍ୟକାରୀ କରି ପାରନ୍ତି ବୋଲି କୁହା ଯାଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।